Press "Enter" to skip to content

ଝଗଡା କଲା ବୋଲି ସ୍ୱାମୀକୁ ସାବାଡ କରିବାକୁ ଯାଇ କିରୋସିନ ଢାଳି ନିଆଁ ଲଗେଇ ଦେଲା ସ୍ତ୍ରୀ ।

ସ୍ୱାମୀ ଉପରେ ସ୍ତ୍ରୀ କିରୋସିନ ଢାଳି ନିଆଁ ଲଗେଇ ଦେବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ପାଗାଫାଣ୍ଡି ଅଧୀନ ବାହାଦୁଲପାଟନା ଗାଁରେ । ସ୍ତ୍ରୀ ପ୍ରିୟଙ୍କା ଦାସ ସ୍ୱାମୀ ତ୍ରିଜେଦ ଦାସ ଉପରେ କିରୋସିନ ଢାଳି ନିଆଁ ଲଗେଇ ଦେଇଥିଲା । ନିଆଁ ଲାଗିଗଲା ପରେ ତ୍ରିଜେଦ ଆଉ ପରିବାର । ନିଆଁ ଲାଗିଗଲା ପରେ ତ୍ରିଜେଦ ପରିବାର ଲୋକେ ଓ ପାଖ ପଡୋଶୀ ଚିତ୍କାର ଶୁଣି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଲେପୁର ମେଡିକାଲ ଏବଂ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ସେଠାରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ତ୍ରିଜେଦଙ୍କ ପତ୍ନୀ ପ୍ରିୟଙ୍କା ଏଭଳି କାଣ୍ଡ ଘଟାଇ କଟକ ବଡ଼ ମେଡିକାଲରେ ସ୍ୱାମୀଙ୍କ ପାଖରେ ନରହି ନିଜ ବାପଘରକୁ ଚାଲିଯାଇଛନ୍ତି ।

ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି । ଏପଟେ ତ୍ରିଜେଦଙ୍କ ବଡ଼ ଭାଉଜ ମାମିନା ଦାସ ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କାଙ୍କ ନାଁରେ । ତ୍ରିଜେଦ ଦାସ ଏବଂ ପ୍ରିୟଙ୍କା ଦୀର୍ଘ ୧୮ ବର୍ଷ ଧରି ବୈବାହିକ ଜୀବନ ବିତାଇ ଆସୁଥିବା ବେଳେ, ସେମାନଙ୍କରେ କୌଣସି ସନ୍ତାନ ନାହାଁନ୍ତି । ପ୍ରିୟଙ୍କା ଦୀର୍ଘ ଦିନ ଧରି ପରକୀୟା ପ୍ରୀତି କରି ଆସୁଥିବା ବେଳେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏକଥାକୁ ନେଇ ଝଗଡା ହେଉଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ତ୍ରିଜେଦଙ୍କ ଉପରେ ପ୍ରିୟଙ୍କା କିରୋସିନ ଢାଳି ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଏନେଇ ତ୍ରିଜେଦଙ୍କ ବଡ଼ ଭାଉଜ ଅଭିଯୋଗ ଆଣିଛନ୍ତି । ତ୍ରିଜେଦଙ୍କ ପରିବାର ପକ୍ଷରୁ ଜଗତସିଂହପୁର ଥାନା ପାଗାଫାଣ୍ଡିରେ ଅଭିଯୋଗ କରାଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *