Press "Enter" to skip to content

ପ୍ରେମ ପାଇଁ ମାଉସୀର ଶାଶୁକୁ ମାରିଲା ପ୍ରେମିକ, ଘରେ କେହି ନଥିବା ବେଳେ ଚାଲିଥିଲା ପ୍ରେମ ।

ଦର୍ଶକବନ୍ଧୁ ଏଠି ମାଉସୀ ଓ ପୁତୁରା ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଛି । ଆଉ ମାଉସୀ ପୁତୁରା ପ୍ରେମରେ କଣ୍ଟା ସାଜିଥିବା ମାଉସୀରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଇଛନ୍ତି ଉଭୟ । ହେଲେ ସବୁଠାରୁ ବଡ଼ କଥା ହେଲା ମାଉସୀ ନିଜର ଶାଶୁକୁ ପୁତୁରା ସହିତ ମିଶି ମାରିଦେଇ ଜଙ୍ଗଲରେ ଫୋପାଡ଼ି ଦେଇଛି । ଭାବିଥିଲେ ସବୁଦିନ ପାଇଁ ରାସ୍ତାରୁ କଣ୍ଟା ହଟିଗଲା ।

ସୂଚନା ଅନୁସାରେ ବଲାଙ୍ଗୀର ସଇଁନ୍ତଳା ଥାନା ଅଧୀନସ୍ଥ ବେଡ଼ହ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ସଇଁତଳା ଥାନା କୁନିକନା ଗାଁର ରଶିକ ରଣାଙ୍କ ସ୍ତ୍ରୀ ରାତ୍ନୀ ରଣା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ସଇଁତଳା ପୋଲିସ ଓ ଟିଟିଲାଗଡ଼ ଏସପିଡିଓ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା କୁନଖାନି ଗାଁରେ ରଶିକ ରଣା ବଲାଙ୍ଗୀର ଜାମ ଗାଁରେ ଜଣେ ଠିକାଦାରଙ୍କ ପାଖରେ କାମ କରୁଛନ୍ତି ।

ତାଙ୍କ ପୁଅ ମଧ୍ୟ ଦୀର୍ଘ ଚାରିମାସ ହେବ ଗୁଜୁରାଟର ରାଜକୋଟ ଦାଦନ ଖଟିବାକୁ ଯାଇଛି । ଘରେ କେବଳ ଶାଶୁ ଓ ବୋହୂ ରୋହୁଥିଲେ । ତେବେ ରାତ୍ନୀ ପ୍ରତିଦିନ ଭଳି ସକାଳୁ ନିଜ ଚାଷ ଜମିକୁ ବୁଲିବାକୁ ଯାଇ ଆଉ ଫେରିନଥିଲେ । ବୋହୁତ ଖୋଜା ଖୋଜି କରିବା ପରେ ରାତ୍ନୀଙ୍କ ସନ୍ଧାନ ନପାଇବାରୁ ବୋହୂ,ଶଶୁର ଓ ସ୍ୱାମୀଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇ ଶଶୁର ପହଂଚି ଦେଢଳ ଜଙ୍ଗଲରେ ଦରପୋଡା ଅବସ୍ଥାରେ ସବ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲା ।

ଏହାପରେ ସଇଁନ୍ତଳା ଥାନା ଅଧିକାରୀ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହ ଘଟଣାରେ ତଦନ୍ତ ଆରମ୍ଭ କରିଥିଲେ । ହେଲେ କିଛି ସନ୍ଧାନ ପାଇନଥିଲେ । ତଥାପି ପୋଲିସ ତାର ତଦନ୍ତ ଜାରୀ ରଖିଥିଲା । ତଦନ୍ତ ପରେ ଜଣାପଡ଼ିଥିଲା ନିଜ ବୋହୂ ପ୍ରେମିକ ସହ ଶାଶୁକୁ ହତ୍ୟା କରିଛି । ଯାହା ଫଳରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସ୍ଡ଼ିବିଓ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *