ପୁଣି ସାମ୍ନାକୁ ଆସିଲା ଆଉ ଏକ ଲଭ,ସେ-କ୍ସ ଆଉ ଧୋକାର ଘଟଣା । ଦୁହେଁ ଦୁହିଁଙ୍କୁ ଭଲ ପାଇଲେ, ଶା-ରୀ-ରି-କ ସମ୍ପର୍କ ରଖି ଗ-ର୍ଭ-ବ-ତୀ ହେଲେ, ପରେ ଭୃଣ ହତ୍ୟା ବି କଲେ । କିନ୍ତୁ ସେପଟେ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରି ପାଦରେ ଆଡେଇ ଦେଇ ଦିନ ପରେ ଦିନ ଗଡ଼ାଇ ଚାଲିଲା ପ୍ରେମିକ । ସେପଟେ ନ୍ୟାୟକୁ ଅପେକ୍ଷା କରି ଆଇନର ଆଶ୍ରୟ ନେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିଗିଡି ଥାନା ଅନ୍ତର୍ଗତ ଦୋଳ ସାହି ପଂଚାୟତ ହଳଧର ବିନ୍ଧା ଗ୍ରାମରେ ।
ସୂଚନା ଅନୁସାରେ ସେଇ ଗ୍ରାମର ପ୍ରେମିକ ଜୟନ୍ତ ଭୋଳ ପ୍ରେମିକା ଅଞ୍ଜନା ପରିଡା ଦୁହେଁ ଦୁହିଁଙ୍କୁ ୧୨ ବର୍ଷ ହେବ ଭଲ ପାଇ ଆସୁଥିଲେ । ଏଭଳି ବର୍ଷ ପରେ ବର୍ଷ ଗଡି ଚାଲିଥିଲା ଓ ଶା-ରୀ-ରି-କ ସମ୍ପର୍କ ରଖି ଆଜିକୁ ୬ ଥର ପିଲା ବି ନଷ୍ଟ କରିଥିଲା ପ୍ରେମିକା ।
ପରେ ପ୍ରେମିକା ବିବାହ କରିବାକୁ ପ୍ରେମିକ ଜୟନ୍ତକୁ କହିବାରୁ, ଆଜି କାଲି କହି ଦିନ ଗଡ଼ଉଥିଲା ପ୍ରେମିକ । ଶେଷରେ ପ୍ରେମିକାର ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚ ଏ ବିଷୟରେ ଜାଣିବା ପରେ ଉଭୟ ପକ୍ଷଙ୍କୁ ଡକାଇ ପଂଚାୟତରେ ବୈଠକ ବସାଇ ସାତ ଦିନ ମଧ୍ୟରେ ବିବାହ କରିବା ପାଇଁ କହିଥିଲେ । କିନ୍ତୁ ପ୍ରେମିକ ଆଉ ତାଙ୍କ ପରିବାର ରାଜି ହୋଇନଥିଲେ ।
ଶେଷରେ ଏ ଘଟଣାକୁ ନେଇ ଅଞ୍ଜନା ଓ ତାଙ୍କ ପରିବାର ତିଗିଡି ଥାନାରେ ଅଭିଯୋଗ କରିଥିଲେ । ୨୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ପ୍ରେମିକା ପରିବାର ଓ ତାଙ୍କ ଗ୍ରାମବାସୀ ଆସି ଭଦ୍ରକ ଏସପିଙ୍କ ନିକଟରେ ଦ୍ଵାରସ୍ଥ ହୋଇ ନ୍ୟାୟ ପାଇବା ପାଇଁ ଦାବୀ କରିଛନ୍ତି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Be First to Comment