ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ବେଶ୍ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ।ଶେଷଯାତ୍ରା ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।କାନ୍ଦୁଛି ସାରା ପରିବାର। ବାପାଙ୍କୁ ଚାହିଁ ରହିଛି ଝିଅ।ସ୍ତ୍ରୀ ଆଖିରୁ ଶୁଖୁନି ଲୁହ।ସମସ୍ତେ ଯେମିତି ଅବାକ୍ ନିଜ ପ୍ରିୟ ମଣିଷକୁ ହରାଇ ଭୋ ଭୋ ହେଇ କାନ୍ଦୁଛି ପୁରା ପରିବାର।ଆଜ୍ଞା ହଁ ଦର୍ଶକବନ୍ଧୁ ସବୁ ଦିନ ପାଇଁ ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ।
ଯିଏ ଯେତେ ମୁଣ୍ଡ ବାଡେଇ କାନ୍ଦିଲେ ବି ଆଉ ସେ ଫେରି ଆସିବେନି କାହା ପାଖକୁ।ସୂଚନା ଅନୁସାରେ ଗତକାଲି ଦିନ ୧୧ ଟା ସମୟରେ ଝାରସୁଗୁଡ଼ା ବ୍ରଜନଗର ଗାନ୍ଧୀ ଛକରେ ଗୁଳିମାଡ଼ର ଶିକାର ହୋଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ।ଏଆଇସି ଗୋପାଳକୀଷ୍ଣା ଦାସ ମନ୍ତ୍ରୀଙ୍କୁ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି।ଘଟଣା ସ୍ଥଳରେ ନବଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହିତ ଏୟାରଫିଲ୍ଡରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା।ସେଠାରେ ଏକ ସ୍ବତନ୍ତ୍ର ୫ ଜଣିଆ ଡ଼ାକ୍ତରୀ ଟିମ୍ ତାଙ୍କର ଅପରେସନ ପାଇଁଁ ପ୍ରସ୍ତୁତ ରହିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବ ଦାସଙ୍କ ଚିକିତ୍ସାର ତଦାରଖ କରିଥିଲେ। ଗତକାଲି ରାତିରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment