Press "Enter" to skip to content

ଘର କରେଇ ଦେବ କହି ଯୁବତୀକୁ ଦୁ-ଷ୍କ-ର୍ମ କଲେ ଯୁବକ ।

ଘର କରେଇ ଦେବାର ସ୍ବପ୍ନ ଦେଖାଇଲେ । ମୌକା ଦେଖି ଯୁବତୀଙ୍କୁ ଦୁ-ଷ୍କ-ର୍ମ କଲେ । ଆଉ ଏବେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଯୁବତୀ । ଏଭଳି ଏକ ଅଭିଯୋଗ ଖୋର୍ଦ୍ଧା ଟିଏଲସି ଖଣି ପୋଖରୀ ନିକଟରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ପୁରୀ ଜିଲ୍ଲାରେ ସୋନାଲି ନାମକ ଜଣେ ଯୁବତୀ ୧୦ ରୁ ୧୨ ବର୍ଷ ହେଲା ଘର ଭଡା ନେଇ ଏକୁଟିଆ ରୋହୁଥିଲେ । ଆଉ କାମ ଧନ୍ଦା କରି ପେଟ ପୋଷୁଥିଲେ । ସେଠାରେ ଏକ ସରକାରୀ ଜାଗା ଯୋଗେଇବା ସହ ନିଜେ ଏକ ଘର କରିବାକୁ ଦେଖିଥିଲେ ସୁନେଲି ସ୍ବପ୍ନ ।

କିନ୍ତୁ ଅର୍ଥ ଆଗରେ ମଉଳି ଯାଇଥିଲା ସେ ଦେଖିଥିବା ସ୍ବପ୍ନ ଗୁଡିକ । ପଶ୍ଚିମବଙ୍ଗ ମୁର୍ଷିତବାଦ ଅଂଚଳର ଏସକେ ନାସିଦ ନାମକ ଜଣେ ଯୁବକ ଯୁବତୀଙ୍କ ଘର ପାଖରେ ନିଜକୁ ମିସ୍ତ୍ରୀର ପରିଚୟ ଦେଇ ଘର ଭଡା ନେଇ ରହିଲେ ।

କିନ୍ତୁ ସେଠାରେ ପାଖ ପଡୋଶୀ କୁନମୁନ ସେଠି ନାମକ ମହିଳା ମଧ୍ୟସ୍ଥି ହେଲେ । ଆଉ ନାସିଦ ତତେ ଭଲ ପାଉଛି ଆଉ ସେ ତତେ ଘର କରେଇ ଦେବ କହି ନାସିଦକୁ ସୋନାଲିଙ୍କ ପାଖରେ ଛାଡିଥିଲେ । ଆଉ ଏହାପରେ ମହିଳା ଜଣକ ଆମେ କଥା ହେଉଥାଉ କହି ସେଠାରୁ ଚାଲି ଆସିଥିଲେ । ଆଉ ଏହାର ଏକୁଟିଆ ସୁଯୋଗ ନେଇ ନାସିଦ ଯୁବତୀଙ୍କୁ ଦୁ-ଷ୍କ-ର୍ମ କରିଥିଲା ।

ଏନେଇ ଯୁବତୀ ଜଣକ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କଲା ପରେ ପୋଲିସ ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରିବା ସହ ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *