ସୁନ୍ଦରୀ ଝିଅଟା କହି ମାଗୁଥିଲେ ୧୨୦୦ ଟଙ୍କା । ଆଉ ଖବର ବାଜିଲା ପରେ ଏବେ ଗିରଫ ହୋଇଛନ୍ତି ଏହି ରଙ୍କିଲା ବେପାରୀ ବାବୁ ମାନେ ଯିଏ ଦଲାଲଗିରୀ କରୁଥିଲେ । ହଁ ଆଜ୍ଞା, ଓଡିଶା ଭାସ୍କରରେ ପ୍ରଥମେ ଏ ଖବର ବଜାଇଥିଲୁ, ଯେ କିଭଳି ବାବୁ ଜଣକ ଅତି ନିର୍ଭୟରେ ରାଜଠାଣିରେ ବସି ଦେହ ବେପାର କରୁଥିଲେ, ଆଉ କିଭଳି ଚାଲିଥିଲା ଟଙ୍କା ଲେଣ ଦେନ ପ୍ରକ୍ରିୟା । ବାବୁ ୧୨୦୦ ଟଙ୍କାରୁ ଟଙ୍କାଏ କମିଲେ ଝିଅ ସହିତ ମିଳନ କରିବାକୁ ଦେବେନି କହନ୍ତି । ଆଉ ଯେଉଁ ଲାଇଭ ଭିଡ଼ିଓ ଆମେ ଆପଣଙ୍କୁ ଆମେ ଦେଖାଇଥିଲୁ ।
ଆଉ ବାବୁ ଜଣଙ୍କୁ ଏବେ ପୋଲିସ ଗିରଫ କରିଛି.ତେବେ କରଞ୍ଜିଆ ସହରର ଏକ ଭଦ୍ର ବସ୍ତିରେ ଲୁଚା ଛପାରେ ଚାଲିଥିଲା ଦେହ ବ୍ୟବସାୟ । ବ୍ୟକ୍ତି ଜଣକ ହେଉଛନ୍ତି କେଉଁଝର ଜିଲ୍ଲା ଘସିପୁରା ଥାନା ଅଂଚଳର ଗୋପୀନାଥ ଚୌଧୁରୀ । ଭଦ୍ର ମୁଖା ଧରି ଏ ଦଲାଲ ଜଣକ ପ୍ରତିଷ୍ଠିତ ବ୍ୟବସାୟ ଭଳି ପରିଚୟ ଦେଇ ଭଡା ଘରେ ରହି ବାହାର ରାଜ୍ୟରୁ ସୁନ୍ଦରୀ ସୁନ୍ଦରୀ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟୀ କରୁଥିଲେ ।
ଏହାର ଲାଇଭ ଭିଡ଼ିଓ ବି ଆମେ ଆପଣଙ୍କୁ ଦେଖାଇଥିଲୁ.ତେବେ କରଞ୍ଜିଆ ଯୁବପିଢ଼ି ଓ ଅନେକ ସମ୍ରାନ୍ତ ଶ୍ରେଣୀର ଲୋକେ ଏ ମାୟାବିନୀ ଜାଲରେ ବି ପଡିଯାଉଥିଲେ । ତେବେ ଦେହ ବ୍ୟବସାୟ ହେଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ସନ୍ଧ୍ୟା ହେଲେ ସାହି ବସ୍ତିରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ କରଞ୍ଜିଆ ଏବଂ ଆଖପାଖ ଅଂଚଳର ଲୋକେ ପ୍ରଭବାଶାଳୀ ବ୍ୟକ୍ତି ଓ ଯୁବପିଢ଼ି ମାୟାବିନୀଙ୍କ ଲମ୍ବା ଲାଇନ ସାଜି ଆସୁଥିବା ବେଳେ ଅନେକ ମୂଲ୍ୟବାନ କାରରେ ଯୁବତୀଙ୍କୁ ନେଇ ବାହାରକୁ ପଳାଉଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା ।
ତେବେ ଦୀର୍ଘ ଦିନ ଧରି ଏଭଳି ବ୍ୟବସାୟ ଚାଲୁରହିଥିବା ବେଳେ ପ୍ରଶାସନ ଓ ତଦନ୍ତକାରୀ ବିଭାଗ ଅନ୍ଧାରରେ ରହିଥିବା ବେଳେ ଏହି ଖବର ପ୍ରସାରଣ କରାଯାଇଥିଲା । ଆଉ ତାପରେ କରଞ୍ଜିଆ ପୋଲିସ ମାମଲା ରୁଜୁ କରି ଏବେ କୋର୍ଟ ଫରୱାର୍ଡ଼ କରିଛି ଏହି ବ୍ୟକ୍ତିକୁ । ତେବେ ସୁନ୍ଦରୀ ମାୟାବିନୀ ଏବଂ ଦଲାଲ ବ୍ୟବସାୟୀଙ୍କ ଜାଲରେ କିଏ କିଏ ଫସିଛନ୍ତି ଆଉ ଏ ଦଲାଲଙ୍କ ସହିତ ଏ ଅଂଚଳର ଆଉ କେଉଁମାନେ ଜଡିତ ଥିଲେ, ତାହା ଏବେ ଖୋଜୁଛି ପୋଲିସ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment