ଏଲଆଇସିର ବୁଡିଗଲା ୧,୦୦୦ କୋଟିରୁ ଅଧିକ ଟଙ୍କା । ମୁଣ୍ଡରେ ହାତ ଦେଇଦେଲେ ଏଲଆଇସି ମାଲିକ । ଏବେ ଏଲଆଇସି ଉପଭୋକ୍ତା ମାନଙ୍କର ବଡ଼ ଚିନ୍ତା । ତାଙ୍କ ଟଙ୍କା ବୁଡି ଯିବନି ତ । ହିଂଡେନ ବର୍ନ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଦୁଇଦିନରେ ଅଦାନୀ ସମୂହର ପ୍ରାୟ ୪୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇସାରିଲାଣି । ନିବେଶକମାନେ ସେମାନଙ୍କର ଟଙ୍କା ଅଦାନୀ ସମୂହରୁ କାଢି ନେଉଛନ୍ତି । ଏହାରି ଭିତରେ ଦେଶର ବୃହତ୍ତମ ନିବେଶକ ତଥା ଜୀବନ ବୀମା ନିଗମ ଏଲଆଇସି ମଧ୍ୟ ପ୍ରଭାବିତ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ ।
ଅଦାନୀ ଗ୍ରୁପ ସେୟାରରେ ଏଲଆଇସିର ମିଳିତ ନିବେଶକ ୨୭ ଜାନୁଆରୀ ୨୦୨୩ ରେ ୬୨ ହଜାର ୬୨୧ କୋଟି ଟଙ୍କାକୁ ଖସି ଆସିଛି । ୨୪ ଜାନୁଆରୀ ୨୦୨୩ ରେ ଏହା ୮୧ ହଜାର ୨୬୧ କୋଟି ଟଙ୍କା ଥିଲା ଅର୍ଥାତ ଦୁଇଟି ବାଣିଜ୍ୟ ଦିବସରେ ଏଲଆଇସି ୧୮,୬୪୭ କୋଟି ଟଙ୍କାକ୍ଷତି ସହିଛି ।
ଏସ ଇକ୍ୟୁଟି ପାଖରେ ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଡିସେମ୍ବର ୩୧,୨୦୨୨ ସୁଧା ଆଦାନୀ ଏଣ୍ଟର ପ୍ରାଇଜେସ,ଆଦାନୀ ଗ୍ରୀନ ଏନର୍ଜି,ଆଦାନୀ ପୋର୍ଟ,ଆଦାନୀ ପୋଟାଲ ଗ୍ୟାସ,ଆଦାନୀ ଟ୍ରାନ୍ସମିଶନ ଏବଂ ନିକଟରେ ଅଧିକରଣ ହୋଇଥିବା ସିମେଣ୍ଟ ପ୍ରମୁଖ ଆମ୍ବୁଜା ସିମେଣ୍ଟ ଓ ଏସିସିରେ ଏକ ପ୍ରତିଶତରୁ ଅଧିକ ଅଂଶଧୀନ ରହିଛି । ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ଏହି କମ୍ପାନୀ ଗୁଡିକର ଅଂଶଧୀନ ୧୯ ପ୍ରତିଶତରୁ ୨୭ ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି । ଆମେରିକୀୟ ଫାର୍ମ ହିଂଡେନ ବର୍ନ ରିସର୍ଚ୍ଚର ଏକ ରିପୋର୍ଟ ପରେ ଆଦାନୀ ଗ୍ରୁପ କମ୍ପାନୀ ଗୁଡିକର ସେୟାରରେ ବୋହୁତ ହ୍ରାସ ଘଟିଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପର ସତଟି ପ୍ରମୁଖ ତାଲିକାଭୁକ୍ତ କମ୍ପାନୀକୁ ୮୫ ପ୍ରତିଶତରୁ ଅଧିକ ମୂଲ୍ୟ ଦିଆଯାଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ସମୂହ । କମ୍ପାନୀରେ ପ୍ରଭାକ୍ତା ଯକସିନ୍ଦର ସିଂ ଏକ ବିବୃତିରେ କହିଛନ୍ତି ଯେ ଏହି ରିପୋର୍ଟ ଭିତ୍ତିହୀନ ଏବଂ ଗୋଷ୍ଠୀକୁ ବଦନାମ କରିବା ଉଦେଶ୍ୟରେ ଉଦେଶ୍ୟମୂଳକ ଅଟେ । ଏହି ରିପୋର୍ଟରେ ଅନେକ ଭୁଲ କଥା କୁହାଯାଇଛି, ଯାହାର କୌଣସି ଆଧାର ନାହିଁ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment