Press "Enter" to skip to content

ବଡ଼ ଦୁଃଖ ଖବର-ଜୀବନ ଯୁଦ୍ଧରେ ହାର ମାନିଗଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ହେବା ପରେ ତାଙ୍କୁ ଝାରସୁଗୁଡ଼ାରୁ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଗ୍ରୀନ କରିଡର କରାଯାଇ ତାଙ୍କୁ ଆପଲୋ ହସପିଟାଲକୁ ଅଣାଯାଇଥିଲା। ଏହି ସମୟରେ ତାଙ୍କ ଚିକିତ୍ସାର ତଦାରଖ କରିବା ପାଇଁ ଆପୋଲ ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ୍ ତାଙ୍କୁ ଗୁଳି ମାରିଥିଲେ। ଗୁଳି ନବ ଦାସଙ୍କ ଛାତିରେ ପସି ବାହାରି ଯାଇଥିବା କୁହାଯଉଛି। ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ କରାଯାଇଛି। ଏବେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।

ନବ ଦାସ ଆଉ ଇହଧାମରେ ନାହାନ୍ତି । ତାଙ୍କର ଏଭଳି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିନାହାନ୍ତି । ନବଙ୍କ ମୃତ୍ୟୁରେ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତ ଦାସ ଝାରସୁଗୁଡ଼ା ବିଧାନସଭା ଆସନରୁ ତିନି ଥର ନିର୍ବାଚିତ ହୋଇଥିଲେ । କଂଗ୍ରେସ ଟିକେଟରେ ୨୦୦୯ ଏବଂ ୨୦୧୪ ମସିହାରେ ଜିତିଥିଲା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ବିଧାୟକ ହୋଇଥିଲେ । କେବଳ ଝାରସୁଗୁଡ଼ା ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶା ରାଜନୀତିରେ ତାଙ୍କର ପ୍ରବଳ ଦବଦବା ଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *