ମୋ ବାପାଙ୍କୁ ଛୁଟି ମିଳୁନଥିଲା, ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ଏମିତି କିଛି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ କ୍ରିଷ୍ଣା ଦାସଙ୍କ ପୁଅ।ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଗୁଳିମାଳ ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି।ମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତASI ଗୋପାଳ କ୍ରିଷ୍ଣା ଦାସଙ୍କୁ ପୋଲିସ ଅଟକ ରଖିଛି।ସେ କାହିଁକି ଗୁଳି ମାରିଲେ ପୋଲିସ ତଦନ୍ତ କରୁଛି।
ASI ଗୋପାଳକ୍ରିଷ୍ଣା ଦାସ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ବାସିନ୍ଦା।ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତ ଗୋପାଳକ୍ରିଷ୍ଣାଙ୍କ ଦାସ ପୁଅ।ଅଭିଯୁକ୍ତ ଗୋପାଳଙ୍କର ପୁଅ ଏବେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ପଢୁଛନ୍ତି।ଏବଂ ଏ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି।
ସେ କହିଛନ୍ତି ତାଙ୍କ ବାପା ASI ଗୋପାଳକ୍ରିଷ୍ଣା ଦାସ ଜଣେ ମାନସିକ ରୋଗୀ ଥିଲେ।ଗତ ୭/୮ ବର୍ଷ ହେଲା ସେ ଚିକିତ୍ସିତ ହେଉଥିଲେ।
ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଓୈାଷଧ ଖାଉଥିଲେ।ବହୁତ ଦିନ ହେଲାଣି ଡ୍ୟୁଟିରୁ ବାପାଙ୍କୁ ଛୁଟି ମିଳିନି।
ମନ୍ତ୍ରୀଙ୍କ ସହିତ ବାପାଙ୍କର କୈାଣସି ଶତ୍ରୁତା ମଧ ନଥିଲା।କାଲି ରାତିରେ ସେ ବାପାଙ୍କ ସହିତ ନର୍ମାଲ କଥା ହେଇଥିଲି।ଆଜି ନ୍ୟୁଜ ଚ୍ୟାନେଲରୁ ଆମେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ।ମମିଙ୍କର ବ୍ଳଡପ୍ରେସର ବଢ଼ିଗଲାଣି।
ଟେନସନରେ ମୋ ମୁଣ୍ଡ କିଛି କାମ କରୁନି ଆପଣମାନେ ପ୍ଲିଜ ଆଉ କିଛି ପଚାରନ୍ତୁ ନାହିଁ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment