Press "Enter" to skip to content

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

ନବଙ୍କୁ ସର୍ଭିସ ରିଭଲଭରରୁ ଗୁଳିମାଡ଼ କରିଛନ୍ତି ପୋଲିସ ASI, କାରଣ ଅସ୍ପଷ୍ଟ।ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଥିବା ବେଳେ ଘଟଣା ନୂଆ ମୋଡ ନେଇଛି। କୁହାଯାଉଛି ଯେ, ମନ୍ତ୍ରୀଙ୍କୁ ଗୁଳି ମାରିବା ପଛରେ ଜଣେ ପୋଲିସ ଅଧିକାରୀଙ୍କ ହାତ ରହିଛି। ସେ ତାଙ୍କ ସର୍ଭିସ ରିଭଲରରୁ ଗୁଳି କରିଛନ୍ତି।ଏଏସଆଇ ଜଣଙ୍କ ତାଙ୍କ ସର୍ଭିସ ରିଭଲଭରୁ ୪ ରାଉଣ୍ଡ ଗୁଳି କରିଛନ୍ତି।ଗୁଳି ନବ ଦାସଙ୍କ ବାମ ଛାତିରେ ମାଡ ହୋଇଥିବାର ଜଣାପଡିଛି।

ଗାନ୍ଧି ଛକ ଥାନାର ASI ଗୋପାଳ ଦାସ ଗୁଳି କରିଥିବା ନେଇ ବ୍ରଜରାଜନଗର SDPO ସୂଚନା ଦେଇଛନ୍ତି।ଏହି ଘଟଣା ପରେ ପୋଲିସ ଏଏସଆଇଙ୍କୁ କାବୁ ପଚରା ଉଚରା କରାଯାଉଛି। ପୋଲିସ କର୍ମଚାରୀ ଜଣକ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଯାଇଥିବା ବେଳେ କ’ଣ ପାଇଁ ଗୁଳି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ମନ୍ତ୍ରୀଙ୍କୁ ଝାରସୁଗୁଡା ହସ୍ପିଟାଲରୁ ଏୟାରଲିଫ୍ଟ କରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

https://www.youtube.com/live/h41IrAS5El4?feature=share

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *