କାନ୍ଦି କାନ୍ଦି ଭୋଟ ମାଗିଥିଲେ, ଏବେ ଲୋକଙ୍କୁ ଦୂରେଇ ଦେଉଛନ୍ତି । ବିଧାୟିକା ହେବା ପରେ ଦେଖାଇଲେ କି ଅସଲ ରଙ୍ଗ ? ସମସ୍ୟା ଜଣାଇବାରୁ ବିଧାୟିକା କୋହୁଛନ୍ତି ସରପଞ୍ଚଙ୍କୁ କୁହ । ଯଦି ସରପଞ୍ଚ ସବୁ କରିବେ, ତେବେ ବିଧାୟିକା କରିବେ କଣ ? ବାପାଙ୍କ ସ୍ବପ୍ନ କଥା କହି ଭୋଟ ମାଗିଥିଲେ, ଏବେ ଭୋଟରଙ୍କୁ ଏ କି ବ୍ୟବହାର ? ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନବ ନିର୍ବାଚିତ ବିଧାୟକଙ୍କ କଥା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ ।
ବିଧାୟିକା ଆସିବା ଜାଣି ସମସ୍ୟା ଜଣାଇବା ପାଇଁ ଧାଇଁ ଆସିଥିଲେ ଗାଁ ଲୋକେ । ହେଲେ ବିଧାୟିକାଙ୍କ ତୁଣ୍ଡରୁ ଯେଉଁ କଥା ବାହାରିଲା ଲୋକ ଗୁହାରି କରିବାକୁ କଣ, ଲୋକେ ଯେଉଁ ମୁହଁରେ ଯାଇଥିଲେ ସେହି ମୁହଁରେ ଫେରିଆସିଲେ । ଏ ହେଉଛନ୍ତି ବର୍ଷା ସିଂ ବରିହା । ଯିଏ ଦିନେ କାନ୍ଦି କାନ୍ଦି ଭୋଟ ମାଗୁଥିଲେ, ଆଉ ଗାଦିରେ ବସିବା ପରେ ଲୋକଙ୍କୁ ହତାଦର କରୁଛନ୍ତି ।
ଏବେ ଏହି ଦୁଇଟି ଚିତ୍ରକୁ ଦେଖନ୍ତୁ, ଗୋଟିଏରେ ଅଶ୍ରୁର ବର୍ଷା ଆଉ ଗୋଟିଏରେ ଖୋଲା ହସ । ନିର୍ବାଚନ ପ୍ରଚାର ବେଳେ କାନ୍ଦି କାନ୍ଦି ବାପାଙ୍କ ସ୍ବପ୍ନକୁ ପୁରଣ କରିବା ସହ ପଦ୍ମପୁରର ବିକାଶ କଥା କହିଥିଲେ । ହେଲେ ଏବେ ଏ ଭାଇରାଲ ଭିଡ଼ିଓ ଦେଖିବା ପରେ ଏ କାନ୍ଦ ପଛରେ ଏତେ ଛଳନା ଥିଲା ମଧ୍ୟ ଆରମ୍ଭ ହେଲାଣି ଚର୍ଚ୍ଚା । ପଦ୍ମପୁର ବ୍ଲକ କୋହଲପାଲି ଗାଁକୁ ଯାଇଥିଲେ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ । ଏହି ସମୟରେ ଗାଁ ଲୋକେ ଆସି ସମସ୍ୟା କଥା କହିଥିଲେ ।
ହେଲେ ଏହି କଥା କହି ଚିହିଁଙ୍କି ଉଠିଥିଲେ ବିଧାୟିକା ମ୍ୟାଡ଼ାମ । ନିଜେ ସମସ୍ୟା ନଶୁଣି ଲୋକଙ୍କୁ ଦର୍ଶଳ କରିବା ସହ କହିଥିଲେ ସରପଞ୍ଚଙ୍କୁ ଭୋଟ ଦେଇଛ ସମସ୍ୟା କୁହ । ହେଲେ ଗୋଟିଏ କଥା, ଆପଣ ପରା ପଦ୍ମପୁରର ବିଧାୟିକା । ଜଣେ ପ୍ରତିନିଧି ମୁହଁରେ ଏଭଳି କଥା ବୋଧ ହୁଏ ଶୋଭନୀୟ ନୁହେଁ । ତେବେ ଭାଇରାଲ ଭିଡ଼ିଓ ବର୍ଷା ଏଭଳି କାହିଁକି କହିଲେ ଏଯାଏଁ ତାଙ୍କର କିଛି ପ୍ରତିକ୍ରିୟା ମିଳିପାରିନାହିଁ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment