କଲେଜ ଫାଟକରେ ପଡିଲା ତାଲା । ପ୍ରାକ୍ଟିକାଲରେ ପାସ ପାଇଁ ଅଧ୍ୟାପିକା ମାଗୁଛନ୍ତି ଟଙ୍କା । ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରିବି କନିଷ୍ଠ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ପାସ କରେଇବା ପାଇଁ ଟଙ୍କା ମାଗୁଥିବାରୁ ଏହାର ପ୍ରତିବାଦରେ ବୁଧବାର ଦିନ କଲେଜ ସମ୍ମୁଖର ମୁଖ୍ୟ ଫାଟକରେ ତାଲା ପକାଯାଇଥିଲା । ଏହା ସହିତ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । ଯାହା ଦେଖିବାକୁ ମିଳିଥିଲା ।
ତେବେ ଏନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୂର୍ବରୁ ବୌଦ୍ଧ ଉପଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗ ଅନୁଯାୟୀ ଉକ୍ତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଧରିତ୍ରୀ ରାଣୀ କାନିଙ୍କୁ ଶିକ୍ଷା ବିଭାଗରେ ପ୍ରାକ୍ଟିକାଲ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉକ୍ତ ବିଷୟରେ ପାସ କରାଇଦେବି ଏବଂ ଜଣକ ପିଛା ୪୦୦ ଟଙ୍କା ଦିଅ ବୋଲି ସେ କହିଥିଲେ । ଯଦି ଟଙ୍କା ନଦେବ, ତୁମର ଆଗାମୀ ଭବିଷ୍ୟତ ଖରାପ ହେବ ବୋଲି ଧମକାଇ ବି ଥିଲେ ।
ଅଧ୍ୟାପିକାଙ୍କ ଏଭଳି ଚାନ୍ଦା ହାସଲ କଥାକୁ ବିରୋଧ କରି ପୂର୍ବରୁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବୌଦ୍ଧ ଉପଜିଲ୍ଲାପାଳ ଥାନାରେ ଲିଖିତ ଭାବେ ଅଭିଯୋଗ କରି ଜଣାଇଥିଲେ । ପରେ ଘଟଣାର ତଦନ୍ତ ପାଇଁ ଡେପୁଟି କଲେକ୍ଟର ମହାବିଦ୍ୟାଳୟ ଆସି ସିଢିଳ ତଦନ୍ତ କରି ଫେରିଯାଇଥିଲେ । ତେବେ ତଦନ୍ତ ପରେ ମଧ୍ୟ ପୁନର୍ବାର ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗିବା ଆରମ୍ଭ କରିବାରୁ ସେନେଇ ଛାତ୍ରଛାତ୍ରୀମାନେ ଅଧ୍ୟାପିକାଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ବୁଧବାର ଦିନ କଲେଜ ତାଲା ପକାଇ ଧାରଣାରେ ବସି ରହିଥିଲେ ।
ଏନେଇ ଅଧ୍ୟାପିକା ଧରିତ୍ରୀ ରାଣୀ କାନୁଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଛାତ୍ରଛାତ୍ରୀ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଥିଲେ । ଆଉ ମଧ୍ୟ କହିଥିଲେ କି, ମୁଁ କୌଣସି ପିଲା ଠୁ ଟଙ୍କା ମାଗି ନାହିଁ । ଅନ୍ୟ ପଟେ ତୁରନ୍ତ ଘଟଣାର ତଦନ୍ତ ସହ ଅଧ୍ୟାପିକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମାହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ଦାବୀ ହେବା ସହିତ ଟଙ୍କା ନେଇଥିବା ଭିଡ଼ିଓ ମଧ୍ୟ ଉତ୍ତୋଳନ ହେଉଛି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment