Press "Enter" to skip to content

ଫିଜିଓଥେରାପିଷ୍ଟ ନୁହେଁ, ମନ୍ତ୍ରୀ ସତେନ୍ଦ୍ର ଜୈନଙ୍କୁ ଘଷାମୋଡ଼ା କରୁଛି ଜଣେ ରେପିଷ୍ଟ !

ତିହାରି ଜେଲରେ ଆପ ମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ଭିଡିଓ ଭାଇରାଲ ମାମଲାରେ ବଡ଼ ଟୁ୍ଇଷ୍ଟ।ସତେନ୍ଦ୍ର ଜୈନଙ୍କୁ ମାଲିସ କରୁଥିବା ବ୍ୟକ୍ତି ଜଣଙ୍କ ହେଲେ ଦୁଷ୍କର୍ମ ଅଭିଯୁକ୍ତ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ହେବାପରେ ଏବେ ଏହାକୁ ନେଇ ତୁମ୍ବିତୋଫାନ।ବିହାର ଜେଲରେ କଏଦୀ ଭାବେ ସଜ୍ଜା କାଟୁଥିବା ସତେନ୍ଦ୍ରଙ୍କୁ ସେହି ଜେଲରେ ବନ୍ଦୀ ଥିବା ଦୁଷ୍କର୍ମ ଅଭିଯୁକ୍ତ ମାଲିସ ଦେଉଥିଲା।

ରିଙ୍କୁ ନାମରେ ଏହି ଅଭିଯୁକ୍ତ ପୋକ୍ସ ଆକ୍ଟରେ ଜେଲରେ ସଜା କାଟୁଛି। ଏଭଳି ସଙ୍ଗୀନ ଅଭିଯୋଗରେ କଏଦୀ ଥିବା ବ୍ୟକ୍ତି କିପରି ସତେନ୍ଦ୍ରଙ୍କ ପାଖକୁ ଗଲା,ଏତେ ନିକଟତର ହେଲା ତାକୁ ନେଇ ଏବେ ତାକୁ ନେଇ ଆପ ସରକାରକୁ ଘେରିଛନ୍ତି ବିଜେପି ଓ କଂଗ୍ରେସ।ଖାଲି ଏତିକି ନୁହଁ ଏହା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଫିଜିଓଥେରାପିଷ୍ଟ କହିଥିଲା ଆପ।ଖୋଦ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିଦୋଦିଆ ଏନେଇ ପ୍ରତିକ୍ରିୟା ରଖିଥିଲେ।

ସତେନ୍ଦ୍ରଙ୍କୁ ଫିଜିଓଥେରାପି ଡାକ୍ତରଙ୍କ ପରାମର୍ଶକ୍ରମେ ଦିଆଯାଉଥିବା ସେ କହିଥିଲେ।ଆଉ ଏହି ପ୍ରସଙ୍ଗକୁ ପୁଣି ଥରେ ଉଠାଇ ଆପ ଉପରେ ବର୍ଷିଛି ବିଜେପି।ଅନ୍ୟପଟେ ଏହି ଘଟଣାକୁ ନେଇ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ମିଳିପାରିନାହିଁ।ସୂଚନାଯୋଗ୍ୟ ଗତ ନଭେମ୍ବର ୧୯ ତାରିଖରେ ବିହାର ଜେଲ ଭିତରେ ଦିଲ୍ଲୀର ମନ୍ତ୍ରୀ ସତେନ୍ଦ୍ର ଜୈନଙ୍କୁ ମାଲିସ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ସତେନ୍ଦ୍ର ଏବେ ଜେଲରେ ଅଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *