Press "Enter" to skip to content

ଭୁବନେଶ୍ୱରରେ ଖୁଲମ ଖୁଲା ଚାଲୁଛି ଦେହ ବେପାର, ଠିକ୍ ଟାଇମରେ ମାଡି ବସିଲା ପୋଲିସ ଆଉ ତା ପରେ…

ଚାରିଟା ବାଜିଲେ ସଞ୍ଜ ନଇଁ ଆସୁଛି, ଶୀତ ମାଡିଆସୁଛି । ଆଉ ଏ ଶୀତୁଆ ରାତିକୁ ଅନେଇ ବସିଛନ୍ତି କେତେ ରୂପଜୀବୀ । ହଁ ସଞ୍ଜକୁ ରଙ୍ଗୀନ ଆଉ ରାତିକୁ ସୁଖ ଦେବା ପାଇଁ ଚାହିଁ ବସିଛନ୍ତି ଦେହଜୀବିମାନେ । ଆଉ ରାଜଧାନୀର ସର୍ବ ସମ୍ମୁଖରେ ଖୁଲମ ଖୁଲା ଏବେ ଚାଲୁଛି ଦେହ ବେପାର । ଶୀତୁଆ ରାତିରେ ନିଜ ଅଭାବକୁ ପୂରଣ କରିବା ପାଇଁ ଦେହ ବ୍ୟବସାୟ କରୁଛନ୍ତି ଯୁବତୀ । ଆଉ ଏପଟେ ଶୀତୁଆ ରାତିରେ ନିଜ ଦେହର ଭୋକ ମେଂଟେଇବା ପାଇଁ ଦଲାଲ ଖୋଜୁଛନ୍ତି ଗ୍ରାହକ । ଆଉ ଦଲାଲ ମାଧ୍ୟମରେ ପହଂଚୁଛନ୍ତି ରୂପଜୀବୀଙ୍କ ପାଖରେ । ହଁ ଦର୍ଶକବନ୍ଧୁ, ଏକଥା ଆମେ ଏଥିପାଇଁ କୋହୁଛୁ କି ରାଜଧାନୀର ନାକ ତଳେ ଖୁଲମ ଖୁଲା ଚାଲିଛି ଦେହ ବେପାର ।

ଯାହାକୁ ସ୍ଥାନୀୟ ଲୋକ ଦେଖିଥିଲେ । ଆଉ ପୋଲିସକୁ ଖବର ଦେଇଥିଲେ । ହଁ ଦର୍ଶକବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଏୟାରପୋର୍ଟ ଥାନା ଅନ୍ତର୍ଗତ ଏୟାରପୋର୍ଟ ଛକ ନିକଟରେ । ପାଖରେ ଥିବା ଏକ ମଦଦୋକାନ କଡରେ ନିଛାଟିଆ ସ୍ଥାନରେ ଖୁଲମ ଖୁଲା ଦେହ ବ୍ୟବସାୟ ଚାଲିଥିଲା । ରାସ୍ତା କଡରେ ଚାଲିଥିଲା ଦେହ ବେପାର ।

ଆଉ ରାସ୍ତା ଉପରେ ଠେଙ୍ଗା ଧରି ଜଗି ବସିଥିଲା ଦଲାଲ । ଆଉ ଯେତେବେଳେ କାମ ସାରିଥିଲା, ସେତେବେଳେ ଟଙ୍କା ନେନ ଦେନକୁ ନେଇ ଗ୍ରାହକ ଆଉ ରୂପଜୀବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟି ତୁଣ୍ଡକୁ ଶୁଣି ଏହାକୁ ବୁଝିବା ପାଇଁ ରାସ୍ତା କଡ଼ରୁ ଯାଇଥିଲା ଦେହ ଦଲାଲ ।

ଆଉ ଏତିକି ବେଳେ ସ୍ଥାନୀୟ ଲୋକ ଜାଣି ପୋଲିସକୁ ଖବର ଦେଇଥିଲେ । ଏଥିରେ ସଂଶ୍ଲିଷ୍ଟ ଥିବା ସମସ୍ତଙ୍କୁ ଅଟକ ରଖିଥିଲେ । ଆଉ ପୋଲିସ ଆସିବା ପରେ, ଯେତେବେଳେ ପୋଲିସ ସମସ୍ତଙ୍କୁ ଥାନାକୁ ନେବାକୁ ବସିଲା, ଠିକ ସେତିକିବେଳେ ଦେହ ଦଲାଲକୁ ଛାଡି ଗ୍ରାହକ ଆଉ ରୂପଜୀବୀ ଦୌଡ଼ି ପଳାଇଥିଲେ । ଆଉ ଦଲାଲକୁ ଧରି ପୋଲିସ ଥାନାକୁ ଆଣିଛି ।

ତେବେ ଆଜି ନୁହେଁ କି କାଲି ନୁହେଁ, ଏମିତି କିଛି ଘଟଣା ଘଟି ଚାଲୁଛି । ତଥାପି ଏଥିରେ ନା ଲାଗି ପାରୁଛି ରୋକ ନା ଏଥିପ୍ରତି କାହାର ଅଛି ନଜର । ତେବେ ଯଦି ଏମାନଙ୍କ ବିରୋଧରେ କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ହୁଏତ ଏହା ଉପରେ ରୋକ ଲାଗିପାରନ୍ତା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *