Press "Enter" to skip to content

Kapilଙ୍କ କମେଡି ଶୋରେ ଆସୁଛି ‘ଦମନ’ ଟିମ !

ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ଗଣମାଧ୍ୟମ ଆଉ ଭାରତ ବର୍ଷରେ ଏବେ ଚର୍ଚ୍ଚା ସାଉଣ୍ଟୁଛି ଓଡ଼ିଆ ଫିଲ୍ମ । ଆଉ ଏବେ ସାରା ଭାରତର ଲୋକଙ୍କୁ ଆକର୍ଷିତ ମଧ୍ୟ କରିଛି ଏହି ଓଡ଼ିଆ ଫିଲ୍ମ । ଦମନ ଫିଲ୍ମ ରିଲିଜ ହେବା ପର ଠାରୁ ସମସ୍ତଙ୍କ ଆଖି ଖୋଲାକୁ ଖୋଲା ରହିଯାଇଛି । ତେବେ ଦମନ ଫିଲ୍ମ ହଲରେ ଓଡ଼ିଆ ଫିଲ୍ମ ଭାବେ ଯେମିତି ସଫଳତାର ସହ ହିଟ ହେଉଛି, ସେମିତି ରୋଜଗାର ମଧ୍ୟ କରୁଛି । ଆଉ ଏ ଫିଲ୍ମଟିକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି କର ଛାଡ଼ କରି ଦେଇଛନ୍ତି ।

ଆଉ ହିନ୍ଦୀରେ ଡବ ମଧ୍ୟ ସାରିଛି । ତେବେ ଏବେ ସବୁଠାରୁ ବଡ଼ କଥା ଯାହାକି ଚର୍ଚ୍ଚା ହେଉଛି, ଯେ କପିଲ ଶର୍ମାଙ୍କ କମେଡି ଶୋକୁ ଯାଉଛନ୍ତି ପୁରା ଦମନ ଟିମ । ଯାହାକୁ ନେଇ ଚର୍ଚ୍ଚା ଜୋରସୋର ଧରିଛି । ତେବେ ଆପଣ ଜାଣିଥିବେ କପିଲ ଶର୍ମାଙ୍କ ଶୋକୁ ଯିବାକୁ କେମିତି ବଡ଼ ବଡ଼ ଫିଲ୍ମ ସବୁ ଲାଇନରେ ଥାଏ ।

ଏମିତି କି ଆପଣ ଦେଖିଥିବେ ତଳ ଦିନେ ବଲିଉଡର ବଡ଼ ବଡ଼ ଅଭିନେତା ଶାହରୁଖ ଖାଁ,ସଲମାନ ଖାଁ ଠାରୁ ଆରମ୍ଭ କରି ହରି୍ତିକ ରୋଶନ ପର୍ଯ୍ୟନ୍ତ ସମସ୍ତେ ଆସିଛନ୍ତି । ଆଉ ନିଜର ଫିଲ୍ମ ରିଲିଜ ହେବା ଆଗରୁ ଫିଲ୍ମ ପ୍ରମୋସନ କରିଥାନ୍ତି । ତେବେ ଓଡ଼ିଆ ଫିଲ୍ମ ଦିନେ କପିଲ ଶର୍ମାଙ୍କ ଶୋକୁ ଯିବ ବା ଦମନ ଟିମ ଏମିତି ସେହି ଶୋରେ ସ୍ଥାନ ନେବ କେବେ କେହି ଭାବିନଥିବେ । ଯାହାକି ଶୁଣିବାକୁ ମିଳୁଛି ଯେ ଦମନର ପୁରା ଟିମ ଆଗକୁ ଆସୁଛନ୍ତି କପିଲ ଶର୍ମାଙ୍କ ଶୋରେ ।

ଆଉ ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ଲାଗି ରହିଛି । ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ ଓଡ଼ିଆ ଫିଲ୍ମ ଜଗତରେ ଦମନ ଫିଲ୍ମ ଯେଉଁ ଇତିହାସ ସୃଷ୍ଟି କରିଛି, ଏହା ଅତି ପ୍ରଶଂସନୀୟ । ଯେଉଁଠି ଓଡ଼ିଆ ଦର୍ଶକ ମନ ଉଣା କରୁଥିଲେ ହଲକୁ ଯିବାକୁ, ଓଡ଼ିଆ ଫିଲ୍ମ ଦେଖିବାକୁ । ଏବେ ଦମନ ଫିଲ୍ମ ଦେଖିବାକୁ ଏବେ ସମସ୍ତେ ଯେମିତି ଦୌଡ଼ି ଯାଉଛନ୍ତି ।

ତେବେ ସବୁଠାରୁ ବଡ଼ କଥା, ଏହି ଫିଲ୍ମ ନା କେଉଁ ଫିଲ୍ମକୁ କପି କରିଛି, ନା କୌଣସି ବାହାର ସ୍ଥାନର କାହାଣୀ ଅଟେ । ଏ ହେଉଛି ପୁରା ଓଡ଼ିଆ ଫିଲ୍ମ, ତା ସାଙ୍ଗକୁ ନିଜ ରାଜ୍ୟ ଭିତର ଗୋଟିଏ କାହାଣୀ, ମାନେ ମାଲକାନଗିରି ଅଂଚଳରେ ଘଟିଥିବା ଗୋଟିଏ କାହାଣୀ । ଆଉ କେମିତି ଜଣେ ଡାକ୍ତର ନିଜ ଅଗ୍ରହ ଆଉ ଲୋକଙ୍କ ଜୀବନର ମୂଲ୍ୟକୁ ବୁଝି ନିଜ ଜୀବନକୁ ବିପଦରେ ପକାଇ ସେମାନଙ୍କ ଚିକିତ୍ସା ପାଇଁ ଜଙ୍ଗଲ ଭିତରେ ରହିଥିଲେ ଆଉ ଲୋକଙ୍କ ସେବା କରିଥିଲେ, ତାକୁ ନେଇ ତିଆରି ହୋଇଛି ଏହି କାହାଣୀଟି ।

ଏମିତିକି ଏହି ଫିଲ୍ମରେ ନା ଅଛି ଆଇଟମ ସଂଗ ନା ଅଛି ହିରୋଇନ, ତଥାପି ଫିଲ୍ମ ହିଟ । ସମସ୍ତଙ୍କ ମନକୁ ଛୁଇଁ ପାରିଛି ଫିଲ୍ମଟି । ଆଉ ଏବେ କପିଲ ଶର୍ମାଙ୍କ ଶୋରେ ପୁରା ଦମନ ଟିମ ନଜର ଆସିବାକୁ ଯାଉଥିବା କଥା ଶୁଣିବାକୁ ମିଳିଛି । ତେବେ ଦେଖିବାକୁ ବାକି ରହିଲା କେତେବେଳେ କପିଲ ଶର୍ମାଙ୍କ ଶୋରେ ଦେଖିବାକୁ ମିଳୁଛି ପୁରା ଦମନ ଟିମକୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *