Press "Enter" to skip to content

Archana Case : ବଡ଼ ବଡ଼ିଆଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ! ଭଲ ଓକିଲ ଖୋଜିଲେଣି ବଡ଼ ବାବୁ ।

ଦର୍ଶକବନ୍ଧୁ ଯେଉଁ ବଡ଼ ବଡ଼ିଆଙ୍କୁ ନୋଟିସ ହୋଇଛି ସେଇ ବଡ଼ ବଡ଼ିଆ ଅନେକ କିଛି ପ୍ରଶ୍ନର ଉତ୍ତର ରଖିବେ ଇଡି ସାମ୍ନାରେ । କାରଣ ଏମିତି ଅନେକ ଗୁଡିଏ ପ୍ରଶ୍ନ ଇଡି ତମ ଆଗରେ ଥୋଇବ । କାରଣ ତମେ ବଡ଼ ବଡ଼ିଆ ବାବୁ । ବଡ଼ ବଡ଼ିଆ ବାବୁଙ୍କ ବଡ଼ ବଡ଼ିଆ ଖେଳ । ଆଉ ସେ ଖେଳ କଣ ସମସ୍ତେ ଜାଣିବାକୁ ଅନେଇ ବସିଛନ୍ତି । କେତେ ଖେଳିଛ, କେତେ ଦେଇଛ, ଆଉ କେତେ ସ୍କୋର କରିଛ, ସମସ୍ତେ ଚାହିଁ ବସିଛନ୍ତି । ଆଉ ଯେତେବେଳେ ଖଗା ଠାରୁ ପ୍ରମାଣ ପାଇ ବଡ଼ ବଡ଼ିଆଙ୍କୁ ଇଡି ନୋଟିସ କରିଛି, ସେଇ ବଡ଼ ବଡ଼ିଆଙ୍କ ଭିତରେ ଯେଉଁ ନେତା ଅଛନ୍ତି,ଯେଉଁ ପ୍ରଯୋଜକ,ଯେଉଁ ବ୍ୟବସାୟୀ,ଯେଡ଼େ ଯେଡ଼େ ବଡ଼ ଲୋକ ଅଛନ୍ତି ସମସ୍ତଙ୍କ ମୁଣ୍ଡରେ ଏବେ ଚଡକ ପଡିଲାଣି ।

କାରଣ ଏତେ ବର୍ଷ ହେଲାଣି ଲାଗି ପାତି ପୁରା ପରିଶ୍ରମ କରି, ଯେଉଁ ନେମ ଆଉ ଫ୍ରେମ ତିଆରି କରିଥିଲେ, ତାହା ଏବେ ଭାଙ୍ଗିବାକୁ ବସିଲାଣି । ଆଉ ଦିନ କେଇଟା ପରେ ଯେତେବେଳେ ଇଡି ଅଫିସକୁ ଯିବ, ସେତେବେଳେ ତୁମ ଚେହେରା କୁଆଡେ ପଦାକୁ ଆସିବ । ଆଉ ଏସବୁରୁ ମୁକ୍ତି ପାଇବା ପାଇଁ ତୁମେ କୁଆଡେ ଓକିଲ ଖୋଜା ଆରମ୍ଭ କଲଣି । ନିଜେ ନଯାଇ ଓକିଲକୁ କୁଆଡେ ପଠାଇବ । ଆଉ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଏ ଅପବାଦରୁ ବଂଚିବା ପାଇଁ ଚେଷ୍ଟା କରିବ । କାରଣ ତମେ ପରା ଲୁଚି ଲୁଚି ଯାଇଛ,ଲୁଚି ଲୁଚି ଦେଇଛ,ଲୁଚି ଲୁଚି ରାତି କାଟିଛ, ଯାହା ଏବେ ସର୍ବ ସମ୍ମୁଖକୁ ଆସିବାକୁ ବସିଲାଣି ।

ହଁ ଦର୍ଶକବନ୍ଧୁ ଯେତେବେଳେ ଇଡି ଅର୍ଚନା ବ୍ୟାଙ୍କର ଆକାଉଣ୍ଟ ଯାଞ୍ଚ କରିଥିଲା, ସେଥିରେ ସମ୍ପୃକ୍ତ ହାଇ ପ୍ରୋଫାଇଲ ଲୋକଙ୍କର ନାଁ ସାମ୍ନାକୁ ଆସିଥିଲା । ଆଉ ସେମାନଙ୍କୁ ବର୍ତମାନ ଇଡି ନୋଟିସ ଜାରି କରିସାରିଛି । ଆଉ ଯାହା ଫଳରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡିଛି । ଆଉ ଇଡିରେ ହାଜର ହେବା ପୂର୍ବରୁ ସେମାନେ ଭଲ ଓକିଲ ବଡ଼ ବଡ଼ ଲୋକ ତ ବଡ଼ ବଡ଼ ଓକିଲଙ୍କ ପରାମର୍ଶରେ ଲାଗିପଡିଲେଣି । ଏମିତି କିଛି କଥାର ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ ଗଡ଼ ଗଡ଼ିଲାଣି । କିପରି ଇଡି ଜାଲରୁ ଖସିବେ, ସେନେଇ ଚିନ୍ତାରେ ପଡିଗଲେଣି ବଡ଼ ବଡ଼ିଆ ବାବୁ । ଏସବୁ ଯାହା ବି ହେଉ ନା କାହିଁକି ଏ ବଡ଼ ବଡ଼ିଆ ବାବୁ କିଏ ରେ, ଇଡି ଅଫିସରେ କେବେ ହାଜର ହେଉଛି ରେ, ଏସବୁକୁ ଦେଖିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *