Press "Enter" to skip to content

ସ୍ତ୍ରୀ’କୁ ୬ ମାସର ଗର୍ଭବତୀ କରି ସ୍ୱାମୀ ଲୁଚି ଫେରାର ।

ମତେ ଭଲ ପାଇଲା । ମୋ ସହ ଶାରୀରିକ ସମ୍ପର୍କ ରଖିଲା । ମୋର ଦୁଇ ଦୁଇ ଥର ଗର୍ଭ ନଷ୍ଟ କଲା । ମୋ ଟଙ୍କାରେ ଚଳିଲା । ଏବେ ମୁଁ ୬ ମାସର ପ୍ରେଗ୍ନେଣ୍ଟ ଅଛି । ମତେ ଛାଡ଼ିଦେଇ ଲୁଚି ପଳେଇ ଆସିଛି ମୋ ପ୍ରେମିକ ସରୋଜ ସ୍ୱାଇଁ । ହଁ ଆଂଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଂଚାୟତ ଜାମୁକୁଣ୍ଡା ଗାଁର ମାଗୁଣି ସ୍ୱାଇଁଙ୍କ ସାନ ପୁଅ ସରୋଜ ସ୍ୱାଇଁ ରାଜସ୍ଥାନରେ ରହି ପାଣି ପାଇପ କାର୍ଯ୍ୟ କରୁଥିଲେ । ଦୀର୍ଘ ଦିନ ରହିବା ପରେ ରାଜସ୍ଥାନ ସତ୍ୟନଗର କଲୋନୀରେ ଭଉଣୀ ସହିତ ରହି କମ୍ପାନୀରେ କାମ କରୁଥିବା ପ୍ରେମଲତାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଦିନକୁ ଦିନ ସମ୍ପର୍କ ନିବିଡ଼ ହେବାରେ ଲାଗିଲା । ଆଉ ଶେଷରେ ରାଜସ୍ଥାନ ହନୁମାନ ମନ୍ଦିରରେ ଉଭୟ ବିବାହ ମଧ୍ୟ କରିଥିଲେ । ଆଉ ବାରମ୍ବାର ଶାରୀରିକ ସମ୍ପର୍କ ପରେ ଗର୍ଭବତୀ ହୋଇଥିଲେ ଉକ୍ତ ଯୁବତୀ ଜଣକ । ଆଉ ଯୁବତୀଙ୍କ ପ୍ରେଗ୍ନେଣ୍ଟ ହେବା ଯୁବକଙ୍କୁ ପସନ୍ଦ ନଥିଲା । ଆଉ ସେଥିପାଇଁ ଦୁଇ ଦୁଇ ଥର ଯୁବତୀଙ୍କୁ ଜୋର ଜବରଦସ୍ତ ଔଷଧ ଦେଇ ପେଟରୁ ପିଲା ନଷ୍ଟ କରିଛି ସରୋଜ ।

ଆଉ ଯେତେବେଳେ ଯୁବତୀଜଣକ ତୃତୀୟ ଥରକ ଗର୍ଭବତୀ ହେଲେ, ସେତେବେଳେ ବି ଔଷଧ ଦେଇ ନଷ୍ଟ କରିବାକୁ କହିଥିଲା ଏହି ପ୍ରେମିକ ଜଣକ । ଆଉ ଗର୍ଭ ନଷ୍ଟ କରିବାକୁ ଯେତେବେଳେ ଯୁବତୀ ଜଣକ ମନା କରିଦେଲେ, ସେତେବେଳେ ସରୋଜର ଅସଲ ରୂପ ସାମ୍ନାକୁ ଆସିଥିଲା । ଆଉ ଏହାପରେ ରାଜସ୍ଥାନରୁ ଘର ଖାଲି କରି କୁଆଡେ ପଳାଇଥିଲେ ଯୁବକ ।

ଏକଥା ଜାଣିବା ପରେ ଯୁବତୀ ଜଣକ ସରୋଜଙ୍କ ଘରେ ପହଂଚିଥିଲେ । ତାଙ୍କ ପରିବାର ଲୋକଙ୍କ ସହିତ ଦଶ ଦିନ ରହିବା ପରେ ପୁଣି ରାଜସ୍ଥାନ ପଳାଇଥିଲେ । ଏବେ ଯୁବତୀ ଜଣକ ପଟ୍ଟାମୁଣ୍ଡାଇର ସରୋଜଙ୍କ ଘରେ ପହଂଚିଥିଲେ । ଆଉ ସେଠାରେ ତାଙ୍କ ଶାଶୁ ଶଶୁର ଗ୍ରହଣ ନକରିବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଏବେ ସ୍ତ୍ରୀର ଅଧିକାର ଓ ପେଟରେ ବଢୁଥିବା ପିଲାକୁ ବାପର ପରିଚୟ ନଦେବା ଯାଏଁ, ଏଠୁ ଉଠିବି ନାହିଁ ବୋଲି କହିଛନ୍ତି ଯୁବତୀ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *