ନିଆଁରେ ହୁତୁହୁତୁ ହୋଇ ଜଳିଗଲେ ମା ଦୁର୍ଗା । ପୁରା ପୋଡି ପାଉଁଶ ହୋଇଗଲେ । ଚାଲିଥିଲା ମା ଦୁର୍ଗାଙ୍କର ଆବାହନ ଧୁପ, ଦୀପ, ଘଣ୍ଟ,ଘଣ୍ଟା ବାଜି ମାଙ୍କୁ ଆଳତି କରାଯାଉଥିଲା । ଆଉ ଏତିକିବେଳେ ଦୁର୍ଗା ପେଣ୍ଡାଲରେ ଲାଗି ଯାଇଥିଲା ଭୀଷଣ ନିଆଁ । ଦେଖୁ ଦେଖୁ ଆଖି ଆଗରେ ସବୁକିଛି ଜଳିବାକୁ ଲାଗିଥିଲା । ନିଆଁରୁ ବଂଚିବା ପାଇଁ ଯିଏ ଯୁଆଡେ ଧାଇଁବାକୁ ଲାଗିଲେ ।
ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣରୁ ଅଧିକ ଲୋକ ଗୁରୁତର ଭାବରେ ଆହାତ ହୋଇଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଭଦୋଇର ଆରୋଇ ଅଂଚଳରେ । ମା ଦୁର୍ଗାଙ୍କର ପୂଜା ପାଇଁ ଏବେ ସାରା ଭରତ ଏବେ ଉତ୍ସବମୁଖର ।
ଠା ଠା ଚାଲିଛି ମାଙ୍କୁ ଆରାଧନା । ହେଲେ ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ବିରାଟ ଅଘଟଣ । ଯେଉଁ ଅଘଟଣ ପାଞ୍ଚ ଜଣଙ୍କର ଜୀବନ ନେଇ ଯାଇଛି । ସନ୍ଧ୍ୟା ସମୟ ଥିଲା ପୂଜା ପେଣ୍ଡାଲରେ ଧୀରେ ଧୀରେ ଭିଡ଼ ଜମିବାକୁ ଲାଗିଥିଲା । ବ୍ରାହ୍ମଣ ଆଳତି ପାଇଁ ସବୁ ପ୍ରସ୍ତୁତି କରି ସାରିଥିଲେ । ଆଉ ଯେତେବେଳେ ଆଳତି ହେଉଥିଲା, ସେହି ସମୟରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା ।
କପଡା ଏବଂ କାଠରେ ପେଣ୍ଡାଲ ହୋଇଥିବାରୁ ନିଆଁ ଶୀଘ୍ର ଚାରିଆଡେ ବ୍ୟାପି ଯାଇଥିଲା । ଏହି ନିଆଁରୁ ମା ଦୁର୍ଗା ମଧ୍ୟ ବର୍ତ୍ତୀ ପାରି ନଥିଲେ । ମା ଦୁର୍ଗା ନିଆଁରେ ପୁରା ଜଳିବାକୁ ଲାଗିଥିଲେ ସେପଟେ ଘଟଣାର ସୂଚନା ପାଇବା ପରେ ସଂଗେ ସଂଗେ ପହଂଚି ଯାଇଥିଲା ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ. ପେଣ୍ଡାଲ ମଧ୍ୟରେ ଥିଲେ ୧୫୦ ରୁ ଅଧିକ ଭକ୍ତ ।
ନିଆଁ ଲାଗିବା ପରେ ଯିଏ ଯୁଆଡେ ଦୌଡିବାକୁ ଲାଗିଥିଲେ । ଆହାତଙ୍କ ମଧ୍ୟରେ ଛୋଟ ପିଲା ଏବଂ ମହିଳାମାନେ ଅଧିକ ରହିଛନ୍ତି ଏବଂ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତରମାନଙ୍କୁ ବାରଣାସୀକୁ ସ୍ଥାନାନ୍ତର କରାଯାଇଛି ।
୨୦ ଜଣଙ୍କର ଦେହ ଅଧିକ ଗୁରୁତର ରହିଛି । ଉଦ୍ଧାର କାର୍ଯ୍ୟରେ ୫୨ ଟି ଆମ୍ବୁଲାନ୍ସକୁ ନିୟୋଜିତ କରାଯଇଥିଲା । ନିଆଁ କେମିତି ଲାଗିଲା ତାକୁ ନେଇ ଏକ ଚାରି ଜଣିଆ ଏସଆଇଟି ଟିମ ଗଠନ କରାଯାଇଛି । ତେବେ ଗତକାଲି ରାତି ପ୍ରାୟ ୮.୩୦ ସମୟରେ ଏହି ନିଆଁ ଲାଗିଥିଲା ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment