Press "Enter" to skip to content

ରାସ୍ତା ଉପରେ ଦୁର୍ଘଟଣାର ଲାଇଭ ଦୃଶ୍ୟ । ବେପରୁଆ ଗାଡିଚାଳନା କିନ୍ତୁ ବଂଚିଗଲା ଜୀବନ ।

ପଡିଲେ ଉଠିଲେ ପିଟିଲେ । ଦୃଶ୍ୟ ଦେଖନ୍ତୁ ଆଉ କୁହନ୍ତୁ ଭୁଲ କାହାର । ରାସ୍ତା ଉପରେ ଦୁର୍ଘଟଣାର ଲାଇଭ ଦୃଶ୍ୟ । ବେପରୁଆ ଗାଡିଚାଳନା କିନ୍ତୁ ବଂଚିଗଲା ଜୀବନ । ଭୁଲ ଯାହାର ବି ହେଇଥାଉ ନା କାହିଁକି ମାଡ଼ ଖାଇବା ଟା ଥୟ । ଏଇ ଦେଖୁ ନାହାଁନ୍ତି କେମିତି ମହିଳା ଜଣକ ଦୁର୍ଘଟଣାରୁ ବର୍ତ୍ତିବା ପରେ ମାଡ଼ ଉପରେ ମାଡ଼ କୁଢେଇ ଚାଲିଛନ୍ତି । ଯଦିଓ ଅଳ୍ପକେ ସମସ୍ତେ ବର୍ତ୍ତିଯାଇଛନ୍ତି । କିନ୍ତୁ ଦୁର୍ଘଟଣା ଥିଲା ଖତରନାକ । କାରଣ ସେହି ସମୟରେ ରାସ୍ତାରେ ଯଦି ଭାରି ଯାନ ଟିଏ ଦୃତ ଗତିରେ ଆସୁଥାନ୍ତା, ଭାବିଲେ କଣ ହୋଇଥାନ୍ତା ଅବସ୍ଥା ।

ଏ ହେଉଛି ଅନୁଗୁଳ ସହର ଜେଲ ସମ୍ମୁଖ ରାସ୍ତା ଉପରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାର ଲାଇଭ ଦୃଶ୍ୟ । ଏଠାରେ କହିବାର କଥା ହେଉଛି ଦୁର୍ଘଟଣା ଘଟିଥିବା ଦୁଇଟି ବାଇକ ମଧ୍ୟରୁ ତିନି ଜଣ ବସିଥିଲେ ସେ ବି ବିନା ହେଲମେଟରେ । ଯାହାକି କେବଳ ଟ୍ରାଫିକ ନିୟମକୁ ଉଲଂଘନ କରୁଛି ତା ନୁହେଁ । ବରଂ ଆସନର ବିପଦକୁ ଆମନ୍ତ୍ରଣ କରୁଥିଲା ।

ଆଉ ସେହି ସମୟରେ ସାଇଡରେ ଆସୁଥିବା ଆଉ ଏକ ବାଇକ ସହ ତାଙ୍କର ଧକ୍କା ହୋଇଥିଲା । ଫଳରେ ଦୁଇଟି ବାଇକରେ ଥିବା ପାଞ୍ଚଜଣ ଜାଙ୍କ ତଳେ କଚାଡି ହୋଇ ପଡ଼ିଥିଲେ । ଆଉ ଏ ହେଉଛି ଦୁର୍ଘଟଣା ପରର ଦୃଶ୍ୟ । ପଡିକି ଉଠିସାରିବା ପରେ ଅନ୍ୟ ବାଇକରେ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପିଟିଥିଲେ ମହିଳା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବି ଭାଇରାଲ ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *