Press "Enter" to skip to content

Barsha ତୁମେ ଆଜି ଆମ ଘର ଛାଡି ଚାଲିଯାଇଛ, ମୁଁ ବୋହୁତ ଖୁସି, ଆଜି ଠୁ ମୁଁ ଶାନ୍ତିରେ ନିଶ୍ୱାସ ନେବି : Anubhav

ବର୍ଷା ତୁମେ ଆଜି ଏ ଘରୁ ଚାଲିଯାଇଛ,ମୁଁ ବୋହୁତ ଖୁସି । ମତେ ଆଜି ବୋହୁତ ଆଶ୍ବସ୍ତି ମିଳିଛି । ମୁଁ ଆଜି ଶାନ୍ତିରେ ଟିକେ ଶୋଇପାରିବି । ତୁମେ ଥିଲା ବେଳେ ମତେ ଲାଗୁଥିଲା, ମୁଁ ଗୋଟେ ଘରେ ବନ୍ଦୀ ହୋଇ ରହିଲା ଭଳି । ଯେଉଁଠି ମନ ନମିଶୁଥିଲା ସେଇଠାରେ ମୁଁ କେମିତି ବା ତୁମ ସହ ରହିପାରିଥାନ୍ତି । କେହି କଣ କେବେ ଶତ୍ରୁ ପାଖରେ ରାତି ବିତେଇ ପରେ ।

ମତେ ବି ଠିକ ସେମିତି ଲାଗୁଥିଲା । ବର୍ଷା ତୁମେ ମୋ ଭଲ ପାଇବାର ଫାଇଦା ଉଠାଇଲ । ମୁଁ ଭାବିଥିଲି ଆମେ ଦୁଇଜଣ ସାଙ୍ଗ ହୋଇ ସାରା ଜୀବନ ଖୁସିରେ ରହିବା, ହେଲେ ତୁମେ ସେସବୁ ମୋ ପାଇଁ ସ୍ବପ୍ନ କରିଦେଲ । ଯଦି ମୋ ହୃଦୟରେ ତୁମେ ନଥିଲ,ଏ ଘରେ ବା ତୁମେ କେମିତି ରହି ପାରିଥାନ୍ତ । ତୁମେ ବୋହୁତ ଦିନ ପୂର୍ବରୁ ଏ ଘରର ବୋହୂର ମାନ୍ୟତାକୁ ହରାଇ ସାରିଛ ।

ଯାହା ହେଉ ଏବେ ତୁମେ ଆଉ କିଛି ବାହାନା ନକରି ଘର ଛାଡି ଚାଲିଯାଇଛ । ସେଥିପାଇଁ ତୁମକୁ ବୋହୁତ ବୋହୁତ ଧନ୍ୟବାଦ । ମୁଁ ଆଜି ଟିକେ ଶାନ୍ତିରେ ନିଶ୍ୱାସ ନେଲି । ବୋଧ ହୁଏ ଏମିତି କିଛି ଭାବନା ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ମନରେ ଆସୁଥିବ । କାରଣ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ରାୟକୁ ମାନି ଆଜି ଅନୁଭବ ମହାନ୍ତିଙ୍କ ଘର ଛାଡି ଚାଲିଯାଇଛନ୍ତି ।

ତେବେ କୋର୍ଟରେ ଏହି ଦୁଇ ସେଲିବ୍ରେଟିଙ୍କ ପାରିବାରିକ ବିବାଦ ଉପରେ ଶୁଣାଣି କରି ବର୍ଷାକୁ ମାସେ ଭିତରେ ଘର ଛାଡିବାକୁ ଅଗଷ୍ଟ ୩୦ ତାରିଖରେ ନିର୍ଦେଶ ଦେଇଥିଲେ । ଶୁକ୍ରବାର ଏହି ସମୟ ସୀମା ପୁରଣ ହୋଇଥିବା ବେଳେ ବର୍ଷା ଶାଶୁ ଘର ଛାଡି ନିଜ ଘରକୁ ଚାଲିଯାଇଛନ୍ତି । ସକାଳୁ ବର୍ଷାଙ୍କ ମୁହଁ ଆଉ ଅନୁଭବ ମହାନ୍ତିଙ୍କୁ ଅସ୍ତ ବ୍ୟସ୍ତ କରିବ ନାହିଁ ।

ଯେଉଁ ମୁହଁକୁ ଅନୁଭବ ଦିନେ ଭଲ ପାଉଥିଲେ, ସେହି ମୁହଁକୁ କିଛି ବର୍ଷ ହେବ ଦେଖିବାକୁ ଚାହୁଁନଥିଲେ ଅନୁଭବ ମହାନ୍ତି । କାରଣ ତାଙ୍କ ମଧ୍ୟରେ ଛିଡା ହୋଇଥିଲା ଘୃଣାର ପାଚେରୀ । ହେଲେ ବର୍ଷା ବାରମ୍ବାର ଅନୁଭବଙ୍କ ବିରୋଧରେ ଅଭିଯୋଗ କରିବା ପରେ ବି ଘର ଛାଡି ଯାଉନଥିଲେ, ଯେଉଁଥିପାଇଁ କୋର୍ଟଙ୍କ ଆଶ୍ରୟ ନେଇଥିଲେ ଅନୁଭବ । ଏସଡିଜିଏମ କୋର୍ଟ ଅନୁଭବଙ୍କ ଆବେଦନକୁ ଗ୍ରହଣ କରି ବର୍ଷାକୁ ଘର ଛାଡିବାକୁ କହିଥିଲେ ।

ବର୍ଷାକୁ ମାସକୁ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ କୋର୍ଟ କହିଥିଲେ, ଯେଉଁଥିରେ ଅନୁଭବ ମଧ୍ୟ ରାଜି ହୋଇଥିଲେ । ହେଲେ ଏସଡିଜିଏମଙ୍କ ରାୟକୁ ଚାଲେଞ୍ଜ କରି କଟକ ଜିଲ୍ଲା କୋର୍ଟ ଯାଇଥିଲେ ବର୍ଷା । ଜିଲ୍ଲା ଜଜ ଏହା ଉପରେ ପ୍ରାରମ୍ଭିକ ଶୁଣାଣି କରି ସ୍ଥଗିତ ନିର୍ଦେଶ ଦେଇଥିଲେ । କିନ୍ତୁ ଏହାପରେ ବର୍ଷା ନିଜେ ତାଙ୍କ ପିଟିସନକୁ ପ୍ରତ୍ୟାହାର କରି ନେଇଥିଲେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *