Press "Enter" to skip to content

ଅନ୍ତରଙ୍ଗ ଭିଡିଓ ବିରଳ ହେବା ପରେ ମୁହଁ ଖୋଲିଲେ ପ୍ରଯୋଜକ ଅକ୍ଷୟ ପରିଜା , ମାନିଲେ ସବୁ ସତ

ମତେ ସେ ଯୁବତୀ ଘରକୁ ଡିନର ପାଇଁ ଡାକିଲା । ଆଉ ଏହାପରେ ମୋ ସହ ସମ୍ପର୍କ ବି ରଖିଲା । ଆଉ ସେଇ ସେଇ ସମ୍ପର୍କର ମୁହୂର୍ତ ଗୁଡିକୁ ମୋବାଇଲରେ ଲୁଚେଇ କରି ଭିଡ଼ିଓ କ୍ୟାପଚରିଙ୍ଗ କଲା । ଆଉ ଏହାପରେ ମତେ ସେ ଯୁବତୀ ଧମକଉଛି ଯେ ମତେ ୫ କୋଟି ଟଙ୍କା ନଦେଲେ ତୁମ ଭିଡ଼ିଓ ଭାଇରାଲ କରିବି । ଏଭଳି କିଛି ପାଲଟା ଅଭିଯୋଗ ଆଣିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଫିଲ୍ମ ପ୍ରଡ଼ିଉସର ତଥା ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ମୁଖ୍ୟ ଅକ୍ଷୟ ପରିଜାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଏବେ ଓଲଟା ଅଭିଯୋଗ ଆଣୁଛନ୍ତି ଅକ୍ଷୟ ପରିଜା । ତେବେ ପ୍ରଶ୍ନ ଉଠୁଛି ଯଦି ଯୁବତୀ ତାଙ୍କୁ ବ୍ଲାକମେଲିଙ୍ଗ କରୁଥିଲେ, ତେବେ ସେ କାହିଁକି ମୁହଁ ଖୋଲି ନଥିଲେ ।

ଅନ୍ୟ ପଟେ ଯୁବତୀ କହିଛନ୍ତି ଯେ ଫିଲ୍ମରେ ଅଭିନେତ୍ରୀ ହେବାର ସୁଯୋଗ ଦେବାକୁ କହି ଏବଂ ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରିବାକୁ କହି ତାଙ୍କ ଠାରୁ ନିୟମିତ ଭାବେ ଯୌନ ଶୋଷଣ କରୁଥିଲେ ଅକ୍ଷୟ ପରିଜା । ଯଦି ଗୋଟିଏ ପୁରୁଷ ଆଉ ଗୋଟିଏ ସ୍ତ୍ରୀ ଭିତରେ ସମ୍ପର୍କ ହୁଏ, ତେବେ ନା ଏହା ଆଇନ ଦୃଷ୍ଟିରେ, ନା ଏହା ସାମାଜିକ ଦୃଷ୍ଟିରେ ଏକ ଅପରାଧ । କିନ୍ତୁ ଯଦି ସେହି ମୁହୂର୍ତକୁ ରକାର୍ଡିଙ୍ଗ କରି ଯଦି କେହି ପରସ୍ପର ଠାରୁ ଟଙ୍କା ଆଦାୟ କରି କିମ୍ବା ପରସ୍ପରକୁ ଶୋଷଣ କରନ୍ତି ତେବେ ନିଶ୍ଚିତ ଏହା ଏକ ଅପରାଧ । ତେବେ ଘଟଣାରେ ଅକ୍ଷୟ ପରିଜାଙ୍କ ସମ୍ପୃକ୍ତି ଅନେକ ସାରା ପ୍ରଶ୍ନ ସୃଷ୍ଟି କରୁଛି । ଯେଉଁ ନିର୍ମଳ ଭାବ ମୂର୍ତ୍ତି ଏବଂ ଯେଉଁ ସିନେମା ପ୍ରତି ପ୍ରେମ କଥା ସେ ଟେଲିଭିଜନରେ କହି ଆସୁଛନ୍ତି ତାଙ୍କର ଏ ଗୋଟିଏ ଭିଡ଼ିଓ ସେ ସବୁକୁ ମିଛ କହି ଦେଇଛି ।

ଅଭିନୟରେ ଫିଲ୍ମ ଜଗତରେ ସୁଯୋଗ ଦେବାକୁ କହି ଯୁବତୀମାନଙ୍କୁ ଶୋଷଣ କରିବା ମୁମ୍ବାଇ ଜଗତ ତାହା ସହିତ ଓଲିଉଡ଼ରେ ନୂଆ ନୁହେଁ । ତେବେ ଘଟଣାରେ ଅକ୍ଷୟ ପରିଜା କୌଣସି ବର୍ତମାନ ସୁଧା ପ୍ରତିକ୍ରିୟା ଦେଇ ନାହାଁନ୍ତି । ତାଙ୍କ ସହିତ ତାଙ୍କ ଓକିଲ ମଧ୍ୟ ଅଛନ୍ତି । ତେବେ ଦେଖିବାକୁ ବାକି ରହିଲା କିଏ ସତ କଥା କୋହୁଛି । ଯୁବତୀ ନା ଅକ୍ଷୟ ପରିଜା । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଅକ୍ଷୟ ସ୍ୱୀକାର କରିଛନ୍ତି ଯେ ସେଇ ଭାଇରାଲ ଭିଡ଼ିଓରେ ସେ ନିଜେ ଅଛନ୍ତି । ଆଉ ଯୁବତୀଙ୍କ ସହିତ ସମ୍ପର୍କ ରଖିଛନ୍ତି । ତେବେ ଅକ୍ଷୟ ପରିଜା କେଉଁ ସାରକୁମଷ୍ଟାନ୍ସସ ରେ ଯୁବତୀଙ୍କ ସହିତ ସମ୍ପର୍କ ରଖିଲେ ? ସେ ଭିଡ଼ିଓ କୁ କିଏ ସୁଟିଂ କଲା ?ସେ ବେଡ଼ ରୁମ କାହାର ଥିଲା ? ଏନେଇ ଅନେକ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ବାକି ଅଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published. Required fields are marked *