Press "Enter" to skip to content

ଜନ୍ମାଷ୍ଟମୀରେ ମାଆଠାରୁ ତା କାହ୍ନା ଛଡେଇନେଲା ବନ୍ୟା କାହ୍ନା ବିନା ମାଆ ର କୋଳ ଆଜି ପୁରା ଫାଙ୍କା |

ଜନ୍ମାଷ୍ଟମୀରେ ମା ଠାରୁ ତା କାହ୍ନାକୁ ଛଡାଇ ନେଲା ଭୟଙ୍କର ବନ୍ୟା । କାହ୍ନା ବିନା ମାଆ ର କୋଳ ଆଜି ପୁରା ଫାଙ୍କା । ରାତିରେ ମା କରିଥାନ୍ତେ କାନ୍ହାଙ୍କୁ ପୂଜା । ହେଲେ କିଏବା ଜାଣିଥିଲା କି ତାଙ୍କ କୋଳରୁ ପୁଅ ଚାଲିଯିବ ବୋଲି । ବୋଉ ମୁଁ ଘଧେଇବାକୁ ଯାଉଛି । ଘର ବାହାରେ ଉବୁଟୁବୁ ବନ୍ୟା ପାଣି । ସେହି ପାଣିରେ ଟ୍ୟୁ ଧରି ପହଁରିବି । ମୁଁ ଏକା ଯାଉନି ବୋଉ । ମୋ ସାଙ୍ଗରେ ଆମ ଗାଁରୁ ଚାରିଜଣ ଯାଉଛନ୍ତି । ଆମେ ସମସ୍ତେ ମିଶି ବନ୍ୟା ପାଣିରେ ଗାଧୋଇବୁ । ବୋଉ ତୁ ମୋ ପାଇଁ ଅରୁଆ ଡାଲମା କରି ରଖିଥା । ମୁଁ ଗାଧୋଇକି ଆସିବା ପରେ ଖାଇବି । ମା ବି କହିଥିଲେ ହୋଉ ପୁଅ ତୁ ଗାଧୋଇବାକୁ ଯା ।

ହେଲେ ବାଗେଇକି ଗାଧେଇବୁ । ପାଣିରେ ଏବେ ସୁଅ ବହୁତ ରହିଛି ଟାଣିନେବ । ପୁଅ ବି କହିଥିଲା ହଁ ମାଆ ମୁଁ ଭଲସେ ଗାଧୋଇବି ତୁ ବ୍ୟସ୍ତ ହୋନା । ଏମିତି କହି ଘରୁ ବାହାରିଥିଲା ଗେଲ୍ହା ପୁଅ । ହେଲେ କିଏବା ଜାଣିଥିଲା ଘରୁ ଗଢିବାକୁ ଯାଇଥିବା ପୁଅ ଆଉ ଫେରିବନି ବୋଲି । ବନ୍ୟା ସବୁଦିନ ପାଇଁ ତାଙ୍କ ପୁଅକୁ ନେଇଯିବ ବୋଲି । ଏମିତି ଏକ ହୃଦୟବିତାରକ ଦେଖିବାକୁ ମିଳିଛି । ଆଠଗଡ ବ୍ଲକ ମଞ୍ଚେଶ୍ୱର ପଂଚାୟତ ବ୍ରାହ୍ମଣବସ୍ତ ଗାଁ ରେ ।

ଖବର ମୁତାବକ ଉକ୍ତ ଗାଁ ର ପ୍ରସାଦ ରାଉତଙ୍କ ପୁଅ ପ୍ରଦ୍ୟୁମ୍ନ ରାଉତ ଆଜି ସକାଳୁ ଘରୁ ଟ୍ୟୁ ଧରି ବାହାରିଥିଲେ ଗାଧୋଇବା ପାଇଁ । ତାଙ୍କର ଚାରିଜଣ ସାଙ୍ଗଙ୍କ ସହ ବନ୍ୟା ପାଣିରେ ଗାଧୋଉ ଥିଲେ । କିଛି ସମୟ ଗାଧୋଇବା ପରେ । ଧୀରେ ଧୀରେ ବନ୍ୟାର ସ୍ରୋତରେ ଭାସିବାକୁ ଲାଗିଲେ । ଆଉ କିଛି କ୍ଷଣରେ ବନ୍ୟା ପାଣିରେ ମଝିକୁ ଭାସିଯାଇଥିଲେ ।

ନିଜକୁ ଆଉ ସମ୍ଭାଳି ପାରିନଥିଲେ । ଯାହା ଫଳରେ ପାଣିରେ ବୁଡିବାକୁ ଲାଗିଲେ । ଗାଁ ଲୋକ ଖବର ପାଇବା ପରେ ଉଦ୍ଧାର ପାଇଁ ପାଣିକୁ ଯାଇଥିଲେ । ହେଲେ ସେତେବେଳେ ସବୁ ସରିଯାଇଥିଲା । ୫ଜଣ ଜାକଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଇଥିବାବେଳେ ।

ଆଉ ଚାରିଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେପଟେ ମୃତ ପୁଅକୁ ଧରି ବାହୁନି କାନ୍ଦୁଛି । ଘର କାନ୍ଦ ବୋବାଳିରେ ଫାଟିପଡୁଛି । ଘରର ଗେଲ୍ହା ପୁଅ ଆଜି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛି । ପୁରା ଗାଁ ଆଜି ପ୍ରଦ୍ୟୁମ୍ନ କୁ ହରାଇ ନିସ୍ତବ୍ଦ ପାଲଟି ଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.