Press "Enter" to skip to content

ନିଜ ବାପା ମା’ ଙ୍କୁ ଭଲ କରିବା ପାଇଁ ସରକାର ଙ୍କ ଆଗରେ ହାତ ଯୋଡିଲେ 10 ବର୍ଷର ବାଳକ, ଆଉ କହିଲେ ଦୁଃଖ ଭରା କଥା… ଦେଖନ୍ତୁ Video

ଏ ପିଲାର ବୟସ ମାତ୍ର ୧୧ବର୍ଷ । ବାପା ମା ଜୀବନ ଯନ୍ତ୍ରଣା ସହ ଯୁଝି ହେଉଛନ୍ତି । ଭଗବାନଙ୍କୁ ଭରଷା କରି ନେହୁରା କରିବା ଦ୍ଵାରା ସେ ବା ଆଉ କଣ କରିପାରିବ । ଘରର ମେରୁଦଣ୍ଡ ଯେବେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ସେତେବେଳେ ନିଜ ବାପା ମା ଙ୍କୁ ଭଲ କରିଦେବା ପାଇଁ ହାତ ପାତି ଗୁହାରି କରୁଛି ଏହି କୁନି ପୁଅ । ଯାଜପୁର ଦାନଗଦୀ ବ୍ଲକ ଅନ୍ତର୍ଗତ ଖରାଡ଼ବନ୍ଦୀ ଗାଁ ର ଦେବୀ ପ୍ରସନ୍ନ ସାମଲ ଓ ଇତିଶ୍ରୀ ସାମଲ । ଯେଉଁ ଦମ୍ପତି ଦିନେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ । ଆଜି ସେମାନେ ସାହାଯ୍ୟ ଅପେକ୍ଷା ରେ ।

ରୋଗଶଯ୍ୟା ଜୀବନ ମୃତ୍ୟୁ ସହ ଉଭୟ ଲଢେଇ କରୁଛନ୍ତି । ସ୍ୱାମୀ ଦେବୀପ୍ରସନ୍ନଙ୍କ ଦୁଇଟି କିର୍ଣ୍ଣି ନଷ୍ଟ ହୋଇଯାଇଥିବାବେଳେ, ଖୋଦ ଇତିଶ୍ରୀ କ୍ଲାଣ୍ଟ କ୍ୟାନ୍ସର ରେ ପୀଡିତ ଅଛନ୍ତି । ଆଉ ୧୧ ବର୍ଷର ପୁଅ ପାଠ କଣ ପଢିବ । ବରଂ ବାପାମାଙ୍କ ଚିକିତ୍ସା ପାଇଁ ପ୍ରଶାସନ ପାଖରେ ହାତଯୋଡ଼ି ଭିକ ମାଗୁଛି । ଗତ ଦୁଇବର୍ଷ ହେବ ଘରର ମେରୁଦଣ୍ଡ ବୁଲାଉଥିବା ଦେବୀପ୍ରସନ୍ନ କିର୍ଣ୍ଣି ରୋଗରେ କଷ୍ଟ ପାଉଛନ୍ତି । ଚିକିତ୍ସା ପାଇଁ ଯାହା କିଛି ସମ୍ବଳ ଥିଲା ତାହା ଶେଷ ହୋଇଗଲାଣି । ଜମିବାଡ଼ି ବିକି ଜୀବନକୁ ଅଧା ବଞ୍ଚାଇ ରଖିଛନ୍ତି ଦୁହେଁ ।

ହେଲେ ବୋଝ ଉପରେ ଲଳିତା ବିଡ଼ା ପରି ସ୍ତ୍ରୀ ଇତିଶ୍ରୀ ମଧ୍ୟ କ୍ଲାଣ୍ଟ କ୍ୟାନ୍ସର ମୁହଁରେ । ଏବେ ଦୁଃଖ ଦୁଦୀର୍ନରେ ଆଖିରୁ ଲୁହ ଗଡାଉଛନ୍ତୁ ଇତିଶ୍ରୀ ଆଉ ଦେବୀପ୍ରସନ୍ନ । ସେପଟେ ବାପାମା ଙ୍କୁ ଭଲ କରିବା ଲାଗି ପୁଅ ପ୍ରଶାସନ କୁ ଦେଖାଉଛନ୍ତି ଦରଖାସ୍ତ । ପିଲାଟିର ଦୁଃଖଭରା ଦରଖାସ୍ତକୁ ଗ୍ରହଣ କରି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇ କହିଛନ୍ତି । ଯଥା ସମ୍ଭବ ସାହାଯ୍ୟ କରିବେ ପ୍ରଶାସନ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.