Press "Enter" to skip to content

ଏଣିକି ଘର ଭଡାରେ ଲାଗିବ 18 ପ୍ରତିଶତ GST ।

ଏଣିକି ଘର ଭଡାରେ ବି ଲାଗିବ ଟାସ୍କ । ଦେବାକୁ ହେବ ୧୮ପ୍ରତିଶତ ଜିଏସଟି । ନିଷ୍ପତି ନେଇଛନ୍ତି କେନ୍ଦ୍ରସରକାର । ଆପଣ ଭଡା ଘରେ ରହୁଛନ୍ତି କି ? ତେବେ ଏ ଖବର ଆପଣଙ୍କ ପାଇଁ । ଅତି ଧ୍ୟାନର ସହ ଦେଖି ନିଅନ୍ତୁ କଣ କରିବେ । ଏଣିକି ଘର ଭଡା ଉପରେ ୧୮ପ୍ରତିଶତ ଜିଏସଟି ଦେବାକୁ ହେବ । ଏନେଇ ଗଲା ୪୭ତମ ଜିଏସଟି କାଉସିଲ ବୈଠକ ରେ ନିଷ୍ପତି ନେଇଛନ୍ତି କେନ୍ଦ୍ରସରକାର । ପୂର୍ବରୁ ବିଭିନ୍ନ ସେବା ଓ ଦ୍ରବ୍ୟକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ବିଭିନ୍ନ ସ୍ଲାବ ଅନୁଯାୟୀ କର ଦେବାକୁ ହେଉଥିଲା ।

ତେବେ ଗଲା କିଛି ମାସ ତଳେ ଚୁଡା ବା ମୁଡି ଜିଏସଟି ଅନ୍ତର୍ଭୁକ୍ତ ହେବା ପରେ । ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ସାଧାରଣ ଜନତା ଠୁ ନେଇ ବିରୋଧି ଏହାକୁ କଡା ବିରୋଧି କରିଥିଲେ । ରାଜରାସ୍ତା ଠୁ ସାଂସଦ ସବୁଠି ସରକାରଙ୍କୁ ବିରୋଧ ସାମ୍ନା କରିବାକୁ ପଡିଥିଲା ।

ଆଉ ଏବେ ଆସିଥିବା ଘର ଭଡା ଉପରେ ୧୮ ପ୍ରତିଶତ ଜିଏସଟି ଦେବା ନିୟମ ଏକରକମ ମଧ୍ୟବିତ୍ତଙ୍କ ପିଠିରେ ଥୋଇଛି ଶକ୍ତ ବିଧା । ତେବେ ଏହା କେବଳ ଜିଏସଟି ଅନ୍ତର୍ଭୁକ୍ତ ହୋଇଥିବା ଭଡାଟିଆଙ୍କ ଉପରେ ଲାଗୁ ହେବ । ମାନେ କୌଣସି କମ୍ପାନୀ,ଦୋକାନ କିମ୍ବା ବ୍ୟବସାୟୀ ଭିତ୍ତିରେ ବ୍ୟବହାର ପାଇଁ ଘର ଭଡା ନେଉଥିଲେ ଏହା ଉପରେ ଆପଣଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ ।

ଶୁକ୍ରବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ରସରକାର । ତେବେ କୌଣସି ଘରୋଇ ଲୋକ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ଭଡାରେ ରହୁଥିଲେ ଏହି କର ଲାଗୁ ହେବ ନାହିଁ । ପ୍ରାଇଭେଟ କିମ୍ବା ବ୍ୟକ୍ତିଗତ ଉଦେଶ୍ୟରେ ଭଡା ଘରେ ରହୁଥିବା ଉପଭୋକ୍ତାଙ୍କୁ ବାଦ ଦିଆଯିବ । ବ୍ୟବସାୟୀକ ଉଦେଶ୍ୟରେ ଘର ଭଡା କରବାର ନେଇ ଜିଏସଟି ପଞ୍ଜିକରଣ କରିବାକୁ ନୂଆ ନିୟମ ହୋଇଛି ।

ଘର ମାଲିକ କିମ୍ବା ଜମି ମାଲିକଙ୍କୁ ଏହି ଜିଏସଟି ଦେବାକୁ ପଡ଼ିବନି । ରିଜର୍ଭ ଚାର୍ଜ ମେକାନିଜିମ ଅଧୀନରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ । ବ୍ୟବସାୟୀକ କ୍ଷେତ୍ରରେ ବ୍ୟକ୍ତିଙ୍କ ବାର୍ଷିକ ସ୍ଥିରିକୃତ ଟର୍ନ ଓଭର ଅନୁଯାୟୀ ଏହି ଜିଏସଟି ସ୍ଥିର ହେବ । କମ୍ପାନୀ ତଥା ଯେଉଁମାନେ ଘର ଭଡା ନେଇ ବ୍ୟବସାୟ ଚଳାଉଛନ୍ତି ସେମାନଙ୍କ ଉପରେ ଏହି ନୂଆ ନିୟମ ପକାଇବ ଗଭୀର ପ୍ରଭାବ । ବିଶେଷ କରି ବ୍ୟବସାୟୀକ ଉଦେଶ୍ୟ ରେ ଅଫିସ ଏବଂ ଗୋଦାମ ଘର ପାଇଁ ନେଇଥିବା ଘର ଉପରେ ଜିଏସଟି ଲାଗିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.