Press "Enter" to skip to content

ମଡେଲ Soumya Ranjan Panigrahiଙ୍କ ମୃ-ତ୍ୟୁ ମାମଲାରେ ଆଜି ପର୍ଯ୍ୟନ୍ତ ଦୋଷୀକୁ ମିଳିଲା ନାହିଁ ଦଣ୍ଡ, ଏପରି କିଛି କହିଲେ ତାଙ୍କ ପରିବାର ଲୋକେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ କିଛି ମାସ ପୂର୍ବରୁ ଚର୍ଚ୍ଚାରେ ଥିବା ଘଟଣା ମଡେଲ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆ-ତ୍ମ-ହ-ତ୍ୟା ଖବର ବିଷୟରେ ଶୁଣିଥିବେ । ଏହି ଘଟଣାକୁ ଆସି ୬ ମାସରୁ ଅଧିକ ସମୟ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ଏହି ଆ-ତ୍ମ-ହ-ତ୍ୟାର କୌଣସି ତଦନ୍ତ ହୋଇନାହିଁ । ଆଉ ଦୋଷୀକୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିନାହିଁ । ଆଉ ଏବେ ଏହି ଘଟଣାକୁ ନେଇ ସୌମ୍ୟ ରଞ୍ଜନଙ୍କ ବାପା ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ତଦନ୍ତ ପ୍ରକ୍ରିୟାରେ ଆମେ ଟିକେ ବି ଶାନ୍ତି ନାହୁଁ ।

ଆଉ ଏହି ଘଟଣାକୁ ୬ ମାସ ୮ କି ୧୦ ଦିନ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ । କି ମୋ ପୁଅକୁ ନ୍ୟାୟ ମିଳିନାହିଁ । ଇନ୍ଫୋରସିଟି ଥାନାରେ ଅଭିଯୋଗ କରିଲୁ, ହାଇକୋର୍ଟରେ ବି ଆବେଦନ କରିଲୁ ଭାବିଲୁ ତଦନ୍ତ ହେବ ଆଉ ମୋ ପୁଅକୁ ନ୍ୟାୟ ମିଳିବ କିନ୍ତୁ କିଛି ହେଲା ନାହିଁ । ଡିସିପି ଉମାଶଙ୍କରଙ୍କ ପାଖକୁ ଗଲୁ ସେ କହିଲେ ନ୍ୟାୟ ମିଳିବ ଆଉ କାର୍ଯ୍ୟାନୁଷ୍ଠାନ ନେବୁ କିନ୍ତୁ କୌଣସି ପ୍ରକାରର ତଦନ୍ତ ନେଲେ ନାହିଁ । ଆଉ ଆମେ ପ୍ରଶାସନ, କୋର୍ଟ ଆଉ ଏବେ ଭଗବାନଙ୍କର ଦ୍ବାରସ୍ଥ ହେଉଛୁ ।

ଆଉ ଆମେ ଶୁଣିଛୁ ଲୁହର ଓଜନ ଲୁହା ଠାରୁ ଅଧିକ ଦେଖାଯାଉ କେବେ ହେଉଛି ଏହି ସମସ୍ୟାର ସମାଧାନ । ଆଉ ଗତକାଲି ରାକ୍ଷୀ ବନ୍ଧନ ମୋ ଝିଅ କାହା ହାତରେ ରାକ୍ଷୀ ବାନ୍ଧିବ । ଆଉ ଆମେ ତ ସାଧାରଣ ଲୋକ ସେଥିପାଇଁ ଏହି କେସ ଦବି ଯାଉଛି । ମୋ ପୁଅ ସବୁ ପ୍ରମାଣ ସେହି ଝିଅ ବିରୁଦ୍ଧରେ ଦେଇଛି ଆଉ ତାପରେ ଆ-ତ୍ମ-ହ-ତ୍ୟା କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ସୋନାଲି ନନ୍ଦ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି କେସ ହୁଏତ ଚାପି ହୋଇପାରେ । ଆଉ ସେ ଝିଅ କେବେବି ଖୁସିରେ ରହିବନି ଆମ ଆଖିର ଲୁହ ତା ଉପରେ ପଡ଼ିବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.