Press "Enter" to skip to content

ବାତିଲ ହେବାକୁ ଯାଉଛି ୭୦ ଲକ୍ଷ ରାସନ୍ କାର୍ଡ ! ଦେଖନ୍ତୁ ଆପଣଙ୍କ ନାମ ସେଥିରେ ଅଛି ନା ନାହିଁ ?

ଆପଣ ମାନେ ଜାଣିଥିବେ କି ରାସନ୍ କାର୍ଡ ଦ୍ବାରା ଅନେକ ଗରିବ ଲୋକ ମାନଙ୍କୁ ଅନେକ ସୁବିଧା ସୁଯୋଗ ମିଳୁଛି। ହେଲେ ବର୍ତ୍ତମାନ୍ ରାସନ୍‌ କାର୍ଡଧାରୀଙ୍କ ପାଇଁ ବଡ଼ ଖବର । ୭୦ ଲକ୍ଷ ରାସନ୍ କାର୍ଡ ବର୍ତ୍ତମାନ୍ ରଦ୍ଦ ହେବାର ଅନେକ ସମ୍ଭାବନା ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ମୋଦି ସରକାର ୭୦ ଲକ୍ଷ କାର୍ଡଧାରୀଙ୍କ ତାଲିକା ପ୍ରସ୍ତୁତ କରି ରଖିଛନ୍ତି । ସେହି ତାଲିକା କୁ ମଧ୍ୟ ସମ୍ପୂର୍ଣ ଭାବରେ ଯାଞ୍ଚ୍ କରାଯାଇ ପ୍ରତ୍ୟେକ ରାଜ୍ୟ କୁ ପଠାଇ ଦିଆ ଯିବ ବୋଲି କୁହା ଯାଇଛି।

ଯାଞ୍ଚ୍ ପରେ ହିଁ ଜଣା ପଡିବ କି ସେହି ହିତାଧିକାରୀ ମାନେ ନେଶା ଅଧୀନରେ ରାସନ୍ କାର୍ଡ ପାଇବା ପାଇଁ ଯୋଗ୍ୟ କି ନୁହେଁ।୨୦୧୩ ରୁ ୨୦୨୧ ମଧ୍ୟରେ ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଥିବାର କହିଛନ୍ତି ଆମ ଖାଦ୍ୟ ସଚିବ । ସେହିଭଳି ଏଥର ୭୦ଲକ୍ଷ ରାସନ କାର୍ଡଧାରୀଙ୍କ ତାଲିକା ମଧ୍ଯ ରଖା ଯାଇ ଅଛି। ଏହି ତଥ୍ୟରେ ଯେଭଳି କିଛି ବିଭ୍ରାଟ ନ ହେବ ସେଥି ପାଇଁ ସଠିକ୍ ସୂଚନା ମଧ୍ୟ ସଂଗ୍ରହ କରାଯାଉ ଅଛି। ତଥ୍ୟ ସଂଗ୍ରହ ହେବାମାତ୍ରେ ଯେଉଁ ମାନେ ରାସନ୍ କାର୍ଡ ର ଉପଯୁକ୍ତ ହିତାଧିକାରୀ ନୁହଁନ୍ତି ତାଙ୍କ ରାସନ୍ କାର୍ଡ ବାତିଲ କରି ଦିଆ ଯିବ।

ଏତତ୍ ବ୍ୟତୀତ ୭୦ ଲକ୍ଷରୁ ୫୦ କିମ୍ବା ୬୦ ପ୍ରତିଶତ ମଧ୍ୟ ନକଲି କାର୍ଡଧାରୀ ଧରାପଡିଲେ ତାଙ୍କ ପରିବର୍ତ୍ତେ ବର୍ତ୍ତମାନ ର ଉପଭୋକ୍ତାଙ୍କୁ ବିଶେଷ ଲାଭ ମିଳିବ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖାଦ୍ୟ ସଚିବ କହିଛନ୍ତି ଗତ ୯ ବର୍ଷରେ ବାତିଲ ହୋଇଥିବା ୪.୭୪ କୋଟି ରାସନ କାର୍ଡ ଯୋଗୁଁ ପ୍ରାୟ ୧୯ କୋଟି ଲୋକ ଉପକୃତ ହୋଇ ସାରିଛନ୍ତି। ରାସନ କାର୍ଡ ବାତିଲ ହେବା ପରେ ସେମାନଙ୍କ ସ୍ଥାନରେ ନୂତନ ନାମ ଯୋଡାହୋଇଛି ।

ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆ ଯାଇଥିବା ତଥ୍ୟ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଛି । ୨୦୧୬ ମସିହାରେ ୮୪ ଲକ୍ଷରୁ ଅଧିକ ରାସନ କାର୍ଡ ବାତିଲ କରାଯାଇଥିଲା । ଗତ ୯ ବର୍ଷ ମଧ୍ୟରେ ୨୦୧୬ ହିଁ ସର୍ବାଧିକ ସଂଖ୍ୟକ କାର୍ଡ ବାତିଲ ହୋଇଥିଲା । ତେବେ ଏଥର ମଧ୍ୟ ସେହି ଭଳି ଭାବରେ ଅନୁପଯୁକ୍ତ ରାସନ୍ କାର୍ଡ ହିତାଧିକାରୀ ଙ୍କ କାର୍ଡ ହଡ଼ପ କରାଯିବା। ଏବଂ ଏହି କାର୍ଯ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ହେବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.