Press "Enter" to skip to content

ସରକାରଙ୍କ ସହାୟତା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ଭିନ୍ନକ୍ଷମ ଲୋକଙ୍କ ପାଖରେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଆସିଲା… ଦେଖନ୍ତୁ Video

ଆଜିକାଲି ଦୁନିଆରେ ବହୁତ ପ୍ରକାରର ଘଟଣା ଘଟୁଛି । ଆଉ ଏମିତି କିଛି ଘଟଣା ଘଟୁଛି ଯାହା ନିନ୍ଦନୀୟ ଅଟେ ଆଉ ଏମିତି କିଛି ଘଟଣା ଯାହା ଦୁଃଖ ଦାୟକ ଅଟେ । ଆଉ ଏମିତି ଏକ ଦୁଃଖ ଦାୟକ ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ ସହ । ଆଜିକାଲିର ସରକାର ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି । ସମସ୍ତଙ୍କର କିଛି ନା କିଛି ସୁବିଧା ମଧ୍ୟ କରୁଛନ୍ତି କିନ୍ତୁ ଜଣେ ଭିନ୍ନକ୍ଷମ ଅଭିଯୋଗ ଆଣିଛନ୍ତି ସରକାରଙ୍କ ଉପରେ କି ତାଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରୁନାହିଁ । ଆଉ ନେହୁରା ହୋଇ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ କିଛି ସହାୟତା ଦିଆଯାଉ ।

ନରସିଂହପୁର ଅଞ୍ଚଳର ବାସିଳୀହତା ଗାଁରେ ଜଣେ ଯୁବକ ଯାହାଙ୍କ ନାମ ହେଉଛି ଲିପୁନ ପ୍ରତିହାରୀ । ସେ ଜଣେ ଭିନ୍ନକ୍ଷମ ଅଟନ୍ତି । ଆଉ ସେ ଭୁବନେଶ୍ଵରରେ ଭିକ ମାଗି ନିଜ ପରିବାର ପ୍ରତି ପୋଷଣ କରନ୍ତି । ଆଉ ତାଙ୍କୁ ଭିକ ମାଗିବାକୁ ଭଲ ଲାଗୁନି ସମସ୍ତେ ପଚାରୁଛନ୍ତି ଏତେ ବଡ ହେଲଣି ଭିକ କାହିଁକି ମାଗୁଛ ? ତାଙ୍କର ଗୋଟିଏ ଗୋଡ଼ ଏବଂ ଆଉ ଗୋଟିଏ ଗୋଡର ଅଧା ଅଛି ଆଉ ତାଙ୍କୁ କେହି କୌଣସି କାମ ଦେଲେ ନାହିଁ । ଆଉ ସେଥିପାଇଁ ସେ ଭିକ ମାଗି ନିଜ ପରିବାର ପୋଷୁଛନ୍ତି । ପରିବାରରେ ତାଙ୍କ ବାପା, ମାଆ, ତାଙ୍କ ଅନ୍ଧୁଣୀ ସ୍ତ୍ରୀ ଆଉ ଏକ ବର୍ଷର ପୁଅ ଏବଂ ୮ ମାସର ଝିଅଟିଏ ଅଛି ବୋଲି ସେ କହିଛନ୍ତି ।

ଆଉ ଭିକ ମାଗି ଦିନକୁ ୨୦୦ କି ତାଠାରୁ କମ ଟଙ୍କାରେ ସେ ପରିବାର ଚଳାଉଛନ୍ତି । ଆଉ ସେ ବହୁତ କଷ୍ଟରେ ଅଛନ୍ତି । ସେ କହିଛନ୍ତି, ମୋ ଗୋଡ଼ ସିନା ଖରାପ କିନ୍ତୁ ମୋ ହାତ ଠିକ୍ ଅଛି ଆଉ ମୁଁ ଘାସ କାଟି ପାରିବି, ଝାଡୁ ମାରି ପାରିବି ଆଉ ପରଘରେ ବାସନ ବି ମାଜି ପାରିବି କିନ୍ତୁ ମୋତେ କାମ ମିଳୁନାହିଁ ଆଉ ସେଥିପାଇଁ ମୁଁ ଭିକ ମାଗୁଛି । ଆଉ ମୁଁ ନବୀନ ସରକାରଙ୍କୁ ଭେଟିଥିଲି ଆଉ ନେତା ଦେବୀ ପ୍ରସାଦଙ୍କୁ ମଧ୍ୟ ଭେଟି ଥିଲି । ଆଉ ସେମାନେ କହିଲେ ସରକାରୀ ସହାୟତା ମିଳିବ କିନ୍ତୁ ଏପର୍ଯ୍ୟନ୍ତ କିଛି ବି ସହାୟତା ମିଳିନାହିଁ ।

ଆଉ ଅନେକ ମିଡ଼ିଆ ଆଗରେ ମଧ୍ୟ ମୁଁ କହିଛି କିନ୍ତୁ ସରକାର ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି ମୋତେ କରୁନାହାଁନ୍ତି । ଅନ୍ଧ ସରକାର ବୋଲି ସେ କହିଛନ୍ତି । ଆଉ ସେ ହାତ ଯୋଡ଼ି ନେହୁରା ହୋଇ କହିଛନ୍ତି, ସରକାରଙ୍କୁ ମୋର ଅନୁରୋଧ ମୋତେ ଗୋଟିଏ ଦୋକାନ ଦେବା ପାଇଁ ସହାୟତା କରାଯାଉ ଯେମିତି ମୁଁ ମୋ ପରିବାରର ପ୍ରତିପୋଷଣ କରିପାରିବି । ଆଉ ମୋ ସ୍ତ୍ରୀ ଅନ୍ଧୁଣି କିନ୍ତୁ ତାକୁ ବି ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳୁନି ବୋଲି ଲିପୁନ୍ କହିଛନ୍ତି । ଦେଖାଯାଉ ସରକାରଙ୍କ ପାଖରେ ଏହି ଭିନ୍ନକ୍ଷମ ଆଉ ଗରିବ ଏବଂ ଅସହାୟ ଲିପୁନଙ୍କ କଥା କେବେ ପହଞ୍ଚୁଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.