Press "Enter" to skip to content

ବାହାଘରକୁ ମାତ୍ର କିଛି ମାସ ହୋଇଥିଲା, ହେଲେ ଆମ ସମସ୍ତଙ୍କୁ ଛାଡ଼ି ଆରପାରି କୁ ଚାଲିଗଲା । ଏହା ପଛରେ ରହିଛି ଏହି କାରଣ

ବାହାଘରକୁ ମାତ୍ର କିଛି ମାସ ହୋଇଥିଲା। ଭଲ ବରପାତ୍ର ଦେଖି ଘରଲୋକ ବାହା ଦେଇଥିଲେ। ଭାବିଥିଲେ ଗେହ୍ଲି ଝିଅ ଯାଇ ତା ଶାଶୁ ଘରେ ଭଲରେ ରହିବ। ଝିଅ ଭଲରେ ଚଳିବା ପାଇଁ ଶଶୁର ଘର ଲୋକଙ୍କୁ ମନଜାଣି ଯୈାତୁକ ମଧ୍ୟ ଦେଇଥିଲେ। ହେଲେ କିଏ ବା ଜାଣିଥିଲା ତାଙ୍କ ଗେହ୍ଲୀ ଝିଅ ସମସ୍ତଙ୍କୁ ଛାଡି ଚାଲିଯିବ ବୋଲି। ଭଲ ଘର ଦେଖି ବାହା ଦେଇଥିବା ଶଶୁର ଘର ଲୋକ ତା ପାଇଁ କାଳ ହେଇଯିବ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଉଁଶ ବଣିଆ ପଞ୍ଚାୟତ ମାନଗଡ ଅଞ୍ଚଳରେ। ମାନଗଡ ଅଞ୍ଚଳରେ ନବବିବାହିତା ମୃତକ ହେଲେ ପ୍ରଫୁଲ୍ଲ କୁମାର ବାରିକଙ୍କ ସ୍ତ୍ରୀ ମଧୁସ୍ମିତା।

ଖବର ଅନୁସାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପତା ଥାନା ଅଧୀନ ଗେଣ୍ଡା ଗାଡିଆ ଜୟ ବାରିକଙ୍କ ଝିଅ ମଧୁସ୍ମିତାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ହେଲେ ସବାରିରେ ସିନା ନାଲି ଟୁକୁ ଟୁକୁ ସାଧବ ବୋହୂ ଯାଇଥିଲା ହେଲେ ଜୀବନ ହାରିଦେଲା ପରେ ୧୦୮ ଆମ୍ବୁଲାନ୍ସରେ ମଧୁସ୍ମିତାଙ୍କୁ ନୀଳଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲା।

ମଧୁଙ୍କ ବାପାଙ୍କ କହିବା ଅନୁଯାୟୀ ସେ ପାହାଚରୁ ଖସି ମୃତୁ୍ୟବରଣ କରିଛନ୍ତି। ବାହାଘରକୁ ବର୍ଷେ ନ ପୁରୁଣୁ ମଧୁଙ୍କ ମୃତ୍ୟୁ ଖବର ସାରା ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଶାଶୁଘର ଲୋକ ତାକୁ ମାନସିକ ନିର୍ଯ୍ୟାତନା ଦେଉଥିବା ବାପା ଅଭିଯୋଗ କରିଛନ୍ତି। ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।।

ଆମେପ୍ରତିଦିନଏମିତିସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.