Press "Enter" to skip to content

Social Mediaରେ ଭାଇରାଲ ହେଲା ବଡ ବାବୁଙ୍କ ଭିଡିଓ, ମହିଳାଙ୍କୁ କହିଲେ ଏଭଳି କଥା ।

ତୁମକୁ ସୌଜ୍ୟନତା ଜଣ ନାହିଁ । ଲଜ୍ଜା ଟିକିଏ ଲାଗୁନାହିଁ । ତମେ ସବୁବେଳେ ଫୋନରେ ତ ଛୁଟି ପାଇଁ ଅନୁରୋଧ କରୁଛ । ତୁମର ଏତେ ସାହସ ତମେ ଜଣେ ବାଜେ ପିଲା । ମୁଁ ଏଭଳି ପିଲା ଜୀବନରେ ଦେଖିନାହିଁ । ମୋ ଜୀବନରେ ଏମିତି ଥାର୍ଡ କ୍ଲାସ ପିଲା ଦେଖିନାହିଁ । ଏତେ ବର୍ଷ ଚାକିରୀ କରି ତୁମେ କଣ ଗଭର୍ଣ୍ଣର ହୋଇଗଲ । ମହିଳା ଅଧିକାରୀ ଅତି ନମ୍ରତାର ସହ କହିଲେ ପୁଅ ଦେହ ଭଲ ନାହିଁ ମୁଁ ଛୁଟି ନେବି । କିନ୍ତୁ ଜିଲ୍ଲାପାଳ ଏଭଳି ଭାବରେ କହୁଛନ୍ତି ଯାହା ଶୁଣିଲେ ଆପଣ ବି ଭାବିବେ ଏମିତି କଣ କହୁଛନ୍ତି । ସବୁ କାର୍ଯ୍ୟାଳୟରେ ରହିଛି ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ।

କିନ୍ତୁ ଏସବୁ ସତ୍ତ୍ୱେ ଯୌ-ନ ନିର୍ଯ୍ୟାତନା ଏବଂ ଅସଦାଚରଣ ଓ ଦୁର୍ବ୍ୟବହାରର ଶିକାର ହେଉଛନ୍ତି ମହିଳାମାନେ । ବଲାଙ୍ଗୀର ଯୋଗାଣ ବିଭାଗ ଅଧିକାରୀଙ୍କ ନାଁରେ ଅଭିଯୋଗ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଜଣେ ମହିଳା ଅଧିକାରୀ ଏହି ଯୋଗାଣ ଅଧିକାରୀଙ୍କ ନାଁରେ ଯୌ-ନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଆଉ ଏବେ ଆଉ ଜଣେ ମହିଳା ଏହି ଅଧିକାରୀ କରିଥିବା ଦୁର୍ବ୍ୟବହାରକୁ ନେଇ ଅଭିଯୋଗ ଆଣିଛନ୍ତି । ସଚେତନ ମହିଳା ମଞ୍ଚ କହିଛନ୍ତି ଯଦି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହେଲେ ସେମାନେ ଆନ୍ଦୋଳନ କରିବେ ।

କିନ୍ତୁ ଏପଟେ ବଡ ବାବୁ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଯେତେବେଳେ ମହିଳା ଅଧକାରୀ ଯାଇଥିଲେ ସେତେବେଳେ ଜିଲ୍ଲାପାଳ ତାଙ୍କୁ ଭେଟି ନଥିଲେ । ଆଉ ତାଙ୍କୁ କିଛି କର୍ମଚାରୀ ଅନ୍ୟତ୍ର ଡାକି ନେଇଥିଲେ । ଆଉ ଏବେ ଜିଲ୍ଲାର ନାରୀ ସଂଗଠନ ଏହାକୁ ତୀବ୍ର ନିନ୍ଦା କରିଛି । ଏହି ଅଧିକାରୀ ମୀର ରାଜ ଅଲ୍ଲୀଙ୍କ ନାଁରେ ମାମଲା ରୁଜ୍ଜୁ କରିବାକୁ ସମସ୍ତେ କହିଛନ୍ତି । ଏହା ଗୋଟେ ଇଲିଗାଲ କାମ । ଆଉ ୧୯୮ କେସ ହୋଇପାରେ । ଅଧିକାରୀଙ୍କ ନାଁରେ ପ୍ରଥମ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଗୋଟିଏ ଅଭିଯୋଗ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.