Press "Enter" to skip to content

Rahul କେମିତି ଥିଲା ବୋର୍ ୱେଲ୍ ଭିତରେ ଆଉ ତା ସାଙ୍ଗରେ କିଏ ଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସମସ୍ତଙ୍କ ପ୍ରାର୍ଥନା ଓ ୧୦୫ ଘଣ୍ଟାର ପରିଶ୍ରମ ହେଲା ସଫଳ । କଠିନ ପରିଶ୍ରମ ପରେ ଉଦ୍ଧାର ହୋଇଛି ରାହୁଲ ସାହୁ । ହେଲେ ରାହୁଲକୁ ଗାତ ଭିତରେ ଜଗି ରହିଥିଲେ ସାପ ଆଉ ବେଙ୍ଗ । ରାହୁଲକୁ ଦେଉଥିଲେ ଅଦ୍ୟମ ଶକ୍ତି । ୫ ଦିନ ଆଉ ୧୦୫ ଘଣ୍ଟା ଧରି ଗାତ ଭିତରେ ରାହୁଲକୁ ଜଗି ରହିଥିଲେ ଗୋଟିଏ ସାପ ଆଉ ବେଙ୍ଗ । ସେମାନେ ରାହୁଲକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନାହାନ୍ତି ବରଂ ସୁରକ୍ଷା କବଚ ହୋଇ ସେ ଜଗି ରହିଥିଲେ ରାହୁଲକୁ । ଅକ୍ଲାନ୍ତ ଉଦ୍ୟମ ପରେ ଶେଷରେ ଉଦ୍ଧାର ହୋଇଛି ୧୧ ବର୍ଷର ବାଳକ ରାହୁଲ ।

ଗତକାଲି ରାତି ୧୨ଟା ସମୟରେ ତାକୁ ଉଦ୍ଧାର କରିବା ସହିତ ବିଲାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଏବେ ଭର୍ତ୍ତି କରାଯାଇଛି । ରାହୁଲର ଚିକିତ୍ସା ଜାରି ଥିବା ବେଳେ ସେ ସୁସ୍ଥ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରାୟ ୩୦୦ ଲୋକଙ୍କର ରେସ୍କ୍ୟୁ ଟିମ୍ ୮୦ ଫୁଟ ତଳେ ଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାହୁଲ ଉଦ୍ଧାର ହେବା ମାତ୍ରେ ଗ୍ରୀନ କରିଡ଼ର ସହିତ ଆମ୍ବୁଲାନ୍ସରେ ବିଳାସପୁର ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଇଣ୍ଡିଆଆର, ଏସଡିଆରଏଫ୍ ସେନାର ଯବାନ ଏବଂ ଜିଲ୍ଲା ପ୍ରଶାସନର କଡା ମେହେନତ ପାଇଁ ଆଜି ରାହୁଲ ଏକ ନୂଆ ଜୀବନ ପାଇଛି ସତ ହେଲେ ଏହି ସଫଳ ରେଷ୍କ୍ୟୁ ଅପରେସନରେ ଧନ୍ୟବାଦ ମଧ୍ୟ ଦିଆଯାଇଛି ଗୋଟିଏ ସାପ ଆଉ ବେଙ୍ଗକୁ । ମିଡ଼ିଆ ରିପୋର୍ଟ ଅନୁସାରେ ଯାଞ୍ଚ କରି କଲେକ୍ଟର କହିଛନ୍ତି, ସୁଡ଼ଙ୍ଗକୁ ବୋର୍ ୱେଲ ପର୍ଯ୍ୟନ୍ତ ଯେତେବେଳେ ଖୋଳା ଯାଇଥିଲା ରାହୁଲ ପାଖରେ ଗୋଟିଏ ସାପ ଆଉ ବେଙ୍ଗ ବସିଥିବା ନଜର ଆସିଥିଲା । ରାହୁଲ ସହିତ ସୁରକ୍ଷା କବଚ ହୋଇ ସାପ ଆଉ ବେଙ୍ଗ ରହିଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି ।

ମାତ୍ର ରେସ୍କ୍ୟୁ ଟିମ୍ ଏହାକୁ ଦେଖିବା ପରେ ଚିନ୍ତିତ ହୋଇପଡ଼ିଥିଲେ । ତେଣୁ ଏଥିପାଇଁ ପୂର୍ବରୁ ହିଁ ଆଣ୍ଟି ଭେନମ କେଟିଏମ୍ ପ୍ରସ୍ତୁତ କରାଯାଇଥିଲା । ଯେତେବେଳେ ସେମାନେ ରାହୁଲ ପାଖରେ ପହଞ୍ଚିଥିଲେ ରାହୁଲ ହସିଥିଲା ଆଉ ମୁରୁକି ହସିଥିଲା । ରାହୁଲର ନିଃଶ୍ୱାସ ପ୍ରଶ୍ୱାସ ସାମାନ୍ୟ ଚାଲୁଥିଲା । ବାହାରେ ସିନା ରାହୁଲକୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଚାଲିଥିଲା । କିନ୍ତୁ ଭିତରେ ବି କେହି ତାକୁ ଜୀବିତ ରଖିଥିଲା । ଏବେ ଏହି ଉଦ୍ଧାରକାରୀ ଦଳଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.