Press "Enter" to skip to content

୫୦୦୦ ବର୍ଷ ପରେ ଏମିତି ହୋଇଯାଇଛି କୃଷ୍ଣ ଭଗବାନଙ୍କ ଘର, ଯଶୋଦାଙ୍କ ରୋଷେଇ ଘର।।

ଆମ ହିନ୍ଦୁ ଧର୍ମରେ ଲୋକମାନେ ବିଭିନ୍ନ ଦେବଦେବୀଙ୍କୁ ପୂଜା କରିଥାନ୍ତି । ଆଉ ସମସ୍ତ ଦେବଦେବୀଙ୍କୁ ମନ ଦେଇ ପୂଜା କରିବା ସହ ତାଙ୍କର ଓଷା ବ୍ରତ ମଧ୍ୟ କରିଥାନ୍ତି । ଆଉ ଭଗବାନ କୃଷ୍ଣଙ୍କୁ ମଧ୍ୟ ହିନ୍ଦୁ ଧର୍ମରେ ଅନେକ ଲୋକ ଆରାଧ୍ୟ ଦେବତା ହିସାବରେ ପୂଜା କରିଥାନ୍ତି । ଆଉ କୃଷ୍ଣ ଭଗବାନଙ୍କର ଓଷା ବ୍ରତ ମଧ୍ୟ କରିଥାନ୍ତି । କୃଷ୍ଣ ଭଗବାନଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି । ଆଉ ତାଙ୍କର ବାଲ୍ୟ ଲୀଳା ଜାଣିବାକୁ ହେଉ କି ଶୁଣିବାକୁ ସମସ୍ତେ ଭଲ ପାଇଥାନ୍ତି । ଆଜିକୁ ୫୦୦୦ ବର୍ଷ ପୂର୍ବରୁ ଭଗବାନ କୃଷ୍ଣଙ୍କ ଆବିର୍ଭାବ ହୋଇଥିଲା ବୋଲି ସୂଚନା ମିଳିଛି । ଆଉ ତାଙ୍କ ଜନ୍ମ ଜେଲରେ ହୋଇଥିଲା ।

ତାଙ୍କ ମାମୁଁ କଂସ ତାଙ୍କୁ ମାରିବାକୁ ଚାହୁଁଥିଲେ କାରଣ ସେ ଜାଣିଥିଲେ ତାଙ୍କ ଭଉଣୀ ଦେବକୀଙ୍କ ଗର୍ଭରୁ ଆସିଥିବା ସନ୍ତାନ ହିଁ ତାଙ୍କର ବିନାଶ କରିବ । ସେଥିପାଇଁ ସେ ତାଙ୍କର ସମସ୍ତ ସନ୍ତାନଙ୍କୁ ମାରି ଦେଉଥିଲେ । କିନ୍ତୁ ପାପର ବିନାଶ ଦିନେ ନା ଦିନେ ହେବ ନା ସେଥିପାଇଁ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ କୃଷ୍ଣ ଜନ୍ମ ହେଲେ । ଆଉ ତାଙ୍କୁ ବାସୁଦେବ ନଦୀ ପାର କରି ନନ୍ଦରାଜାଙ୍କ ଘରେ ବା ଯଶୋଦାଙ୍କ କୋଳରେ ଥୋଇ ଦେଇ ଆସିଥିଲେ । ଆଉ ଏହି ଘଟଣା କେବଳ ବାସୁଦେବ ଆଉ ଭଗବାନ କୃଷ୍ଣ ଆଉ ବିଷ୍ଣୁ ଭଗବାନ ଜାଣିଥିଲେ । ତାପରେ କୃଷ୍ଣ ଯଶୋଦାଙ୍କ ପାଖରେ ବଡ ହେଲେ । ଆଉ ଆଜିକୁ ୫୦୦୦ ବର୍ଷ ତଳେ ସେ ଲାଳନ ପାଳନ ହୋଇଥିବା ଘର ଏବେ କେଉଁ ଅବସ୍ଥାରେ ଅଛନ୍ତି ଆସନ୍ତୁ ଜାଣିବା ।

ଏବେ ସେହି ଘର ଯଶୋଦା ମାଆଙ୍କ ମନ୍ଦିର ନାମରେ ପରିଚିତ । ଆଉ ତାଙ୍କର ଏକ ମୂର୍ତ୍ତି ସ୍ଥାପନ କରି ସେଠାରେ ପୂଜା କରାଯାଉଛି । ଆଉ ସେଠାରେ ତାଙ୍କ ମୂର୍ତ୍ତି ସହିତ ନନ୍ଦ ରାଜା, କୃଷ୍ଣ ଏବଂ ଦାଉ, ରାଧାରାଣୀ, ରେବତୀ, ରୋହିଣୀ, ଆଉ ଧନ ସଖା, ଏବଂ ମନ ସଖା ଅର୍ଥାତ୍ ନନ୍ଦ ରାଜାଙ୍କର ପୁରା ପରିବାରଙ୍କର ମୂର୍ତ୍ତି ସେଠାରେ ରଖାଯାଇଛି ଆଉ ସେମାନଙ୍କୁ ପୂଜା କରାଯାଉଛି । ଆଉ ସେଠାରେ ଯଶୋଦାଙ୍କ ରୋଷେଇ ଘର ମଧ୍ୟ ଅଛି ଆଉ ତା ସହ ଭଣ୍ଡାର ଘର ମଧ୍ୟ ଅଛି । ନନ୍ଦ ରାଜାଙ୍କ ଝିଅ ଯୋଗମାୟାଙ୍କ ମୂର୍ତ୍ତି ମଧ୍ୟ ସେଠାରେ ଅଛି । ଭଗବାନ ଯେତେବେଳେ ମଥୁରା ଯାଉଥିଲେ ତାଙ୍କ ମାଆ ଯଶୋଦା ତାଙ୍କୁ ଛାଡ଼ୁନଥିଲେ ।

କିନ୍ତୁ କୃଷ୍ଣ ଭଗବାନ କହିଥିଲେ ମାଆ ତୁମ କୃଷ୍ଣ ସବୁବେଳେ ତୁମ ସହିତ ଅଛନ୍ତି । ଆଉ ଏହି ମନ୍ଦିରରେ ତାଙ୍କର ଏକ ରୂପ ରହିଗଲା । ଆଉ ଏହି ମନ୍ଦିରକୁ ଯଶୋଦା ନନ୍ଦନ କୁହାଗଲା । ଏହି ମନ୍ଦିର ବହୁତ ପୁରୁଣା ଅଟେ । ଏହି ମନ୍ଦିରରେ ଲାଗିଥିବା ଇଟା ଚୂନ ମାଟିରେ ତିଆରି ହୋଇଥିଲା । ରୋଷେଇ ଘର ଆଜି ପର୍ଯ୍ୟନ୍ତ ଏମିତି କଳା ହୋଇକରି ଅଛି । ଏହି ଭବନରେ ଦୁଇଟି ଗେଟ୍ ଅଛି । ଏଠାରେ କାଳ କୋଠରୀ ମଧ୍ୟ ଅଛି । ଏହି ଘରେ ଭଗବାନ କୃଷ୍ଣଙ୍କୁ ମା ଯଶୋଦା ୫ ଘଣ୍ଟା ପାଇଁ ବନ୍ଦ କରିଥିଲେ । ଏହି ଘରେ ଗରମ ଦିନେ ଗରମ ହୁଏ ନାହିଁ ଏବଂ ଶୀତ ଦିନେ ଶୀତ ହୋଇନଥାଏ ।

ଏଠାରେ ଭଗବାନଙ୍କ ବଂଶଜ ଗାଇ ମଧ୍ୟ ଅଛି, ଏଠାରେ ଛୋଟ ଛୋଟ ପିଲାମାନେ କ୍ଷୀର ପାଇଥାନ୍ତି । ରାଧେ ରାଧେ କହିବା ପରେ ଯାଇ ଏହି ଗାଇ ମାନଙ୍କ ପାଖକୁ ଯାଇପାରିବେ । ଏହି ଭିଡିଓ ମାଧ୍ୟମରେ ମନ୍ଦିରର ରକ୍ଷଣାବେକ୍ଷଣ କରୁଥିବା ଯଶୋଦା ମେୟା କହିଲେ ଆପଣମାନେ ଏହି ମନ୍ଦିରର ଟିକେ ଉଦ୍ଧାର କରନ୍ତୁ ଅର୍ଥାତ୍ ଏହାର କାନ୍ଥ ଆଉ ରଙ୍ଗ ହେଉ କି ମରାମତି ହେଲେ ଆହୁରି ଭଲ ହେବ । ଆଉ ଦର୍ଶକମାନେ ଆପଣ ଆସିଲେ କେବଳ ନନ୍ଦ ରାଜାଙ୍କ ଗାଁ ଦର୍ଶନ ନକରି ଯଶୋଦା ଭବନ ମଧ୍ୟ ଦର୍ଶନ କରି କରି ଯାଆନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.