Press "Enter" to skip to content

Jatra Dunia ଦୈତାରୀ ପଣ୍ଡା ଓ ସଂଜ୍ଞୟ ଭୋଳ କାହାର ଇନକମ୍ କେତେ ?

ସଂଜ୍ଞୟ ଭୋଳ ଓ ଦୈତାରୀ ପଣ୍ଡା ଉଭୟ ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ସାରା ଓଡ଼ିଶାରେ ବେଶ୍ ପରିଚିତ । ଯାହାକି ଟାଇଗର ନାମରେ ପରିଚିତ ଏହି ଦୁଇ ଦୁର୍ଦ୍ଦାନ୍ତ ଖଳନାୟକ ନିଜର ଆକ୍ଟିଂ ପାଇଁ କେତେ ଟଙ୍କା ଦରମା ପାଆନ୍ତି ? ଏମାନଙ୍କର ବାର୍ଷିକ ଆୟ କେତେ ? ଆଜିର ରଙ୍ଗମଞ୍ଚ ଆଉ କାଲିର ରଙ୍ଗମଞ୍ଚ ଭିତରେ ବହୁତ ତଫାତ ଅଛି । ଆଜିର ଏହି ରଙ୍ଗମଞ୍ଚରେ ଡିଜିଟାଲ ସାଉଣ୍ଡ ସହିତ ଲୋକମାନେ କୁଲ୍ କୁଲ୍ ଏସିର ମଜା ନେଉଛନ୍ତି । ଯାତ୍ରାର କଳାକାରମାନେ ବଣ୍ଡ ପେପର ସାଇନ୍ କରିବା ପରେ ଯାତ୍ରା ପାର୍ଟିରେ ବର୍ଷକ ବାର ମାସ କାମ କରିଥାନ୍ତି ।

ସେମାନେ ମାତ୍ର ୧୦ ଦିନ ଛୁଟି ପାଇଥାନ୍ତି । ସେମାନଙ୍କୁ ଜୁନ ୧୦ ରୁ ଜୁନ ୨୦ ତାରିଖ ଯାଏଁ ଛୁଟି ମିଳିଥାଏ । ସେଥିପାଇଁ କଳାକାରମାନଙ୍କର ଯେଉଁ ପ୍ୟାକେଜ ରହିଥାଏ ତାହା ଏକ ବର୍ଷର । ବର୍ଷ ସେମାନଙ୍କ ଚୁକ୍ତି କରାଯାଇଥାଏ । ଆମେ ଦୁର୍ଦ୍ଦାନ୍ତ ଖଳନାୟକ ସଂଜ୍ଞୟ ଭୋଳ ଓ ଦୈତାରୀ ପଣ୍ଡାଙ୍କ ଦରମା ବିଷୟରେ କଥା ହେବା । ତେବେ ଯାତ୍ରା ପଡ଼ିବା ସ୍ଥାନରେ ଏମାନଙ୍କ ପାଇଁ ଭିଆଇପି ରହିବା ଆଉ ଖାଇବାର ସମସ୍ତ ଖର୍ଚ୍ଚ ଯାତ୍ରା ପାର୍ଟି ମାଲିକମାନେ ବହନ କରନ୍ତି ।

ଏଥିସହିତ କହିବାକୁ ଗଲେ ସଂଜ୍ଞୟ ଭୋଳଙ୍କ ବାର୍ଷିକ ପ୍ୟାକେଜ ବା ଦରମା ପାଖାପାଖି ୩୫ ଲକ୍ଷ ରୁ ୪୦ ଲକ୍ଷ ଟଙ୍କା । ଯାହାକି ଏମାନଙ୍କୁ ବଣ୍ଡ ଆକାରରେ ମିଳିଥାଏ । ଆଉ ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡାଙ୍କ ବାର୍ଷିକ ଆୟ ୩୦ ରୁ ୩୫ ଲକ୍ଷ । ଉଭୟ ଖଳନାୟକ ହୋଇଥିବାରୁ ଦୀର୍ଘ ୨୫ ବର୍ଷ ହେଲା ଦୈତାରୀ ପଣ୍ଡା ଗୋଟିଏ ଯାତ୍ରା ପାର୍ଟିରେ ଫିକ୍ସ କାମ କରୁଥିବା ବେଳେ ସଂଜ୍ଞୟ ଭୋଳ ବହୁବାର ପାର୍ଟି ପରିବର୍ତ୍ତନ କରିଥାନ୍ତି । ସେଥିପାଇଁ ସଂଜ୍ଞୟ ଭୋଳଙ୍କ ବାର୍ଷିକ ଆୟ ଦୈତାରୀ ପଣ୍ଡାଙ୍କ ଠାରୁ ଟିକେ ଅଧିକ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.