Press "Enter" to skip to content

ଖାଉଟିମାନଙ୍କ ପାଇଁ ଖୁସି ଖବର ଶସ୍ତା ହେଲା ଖାଇବା ତେଲର ଦର, କେତେ ଟଙ୍କା ରହିଛି ଜାଣନ୍ତୁ

ମହଙ୍ଗା ମାଡ଼ରୁ ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି । ଅଶୋଧିତ ସୋରିଷ ତେଲ ୪୦ ଟଙ୍କା ଶସ୍ତା । ସୋୟବିନ ଓ ବାଦାମ ତେଲ ମୂଲ୍ୟ ବି ହ୍ରାସ । ମହଙ୍ଗା ମାଡରୁ ସାଧାରଣ ଲୋକଙ୍କୁ ମିଳୁଛି ସାମାନ୍ୟ ଆଶ୍ୱସ୍ତି । ଦୁଇଦିନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ ଏବେ କମିଛି ଖାଇବା ତେଲ ଦର । ଯାହା ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ପେଟ୍ରୋଲ ଦର ୯ ଟଙ୍କା ପ୍ରତି ଲିଟର ପିଛା ହ୍ରାସ ହୋଇଛି ।

ଏବେ ସୋରିଷ ତେଲ ଦର ହ୍ରାସ ହୋଇଛି । ଇଣ୍ଡୋନେସିଆର ରପ୍ତାନି ଖୋଲିବା ପରେ ତେଲ ମୂଲ୍ୟରେ ହ୍ରାସ ଘଟିଛି । ବୈଦେଶିକ ବଜାରରେ ଖାଇବା ତେଲ ଦର ବୃଦ୍ଧି ମଧ୍ୟରେ ଇଣ୍ଡୋନେସିଆ ତରଫରୁ ରପ୍ତାନି ଖୋଲିବା ଦେଶର ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି । ଗତ ସପ୍ତାହରେ ଅଧିକାଂଶ ତୈଳ ବୀଜ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା ।

ଏହା ପ୍ରଭାବରେ କଚି ଘାନି ସୋରିଷ ତେଲର ମୂଲ୍ୟ ୪୦ ଟଙ୍କା ଯାଏଁ ଶସ୍ତା ହୋଇଛି । ଏହା ଖାଇବା ତେଲ ଦରରେ ବଡ ହ୍ରାସ ବୋଲି ବିବେଚନା କରାଯାଉଛି । ସୂତ୍ର ଅନୁସାରେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସୋରିଷ ତେଲର ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇଥିବା ବେଳେ ଏବେ କ୍ଵିଣ୍ଟାଲ ପ୍ରତି ୭୫୧୫ ରୁ ୭୫୬୫ ଟଙ୍କା ମଧ୍ୟରେ ରହିଛି । ସେହିଭଳି ସୋୟାବିନ ଦାନା ଏବଂ ସୋୟାବିନ୍ ଲୁଜର ମୂଲ୍ୟରେ ହ୍ରାସ ଘଟିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.