Press "Enter" to skip to content

ଯୌତୁକକୁ ନେଇ ଆସିଲା ଆଉ ଏକ ସଙ୍ଗୀନ ଅପରାଧ, ଯୌତୁକ ପାଇଁ ବନ୍ଧା ପଡିଛି ଛୁଆ

ନିଜ ଝିଅକୁ ଫେରି ପାଇବାକୁ ଗୋଟେ ମାଆର ଆକୁଳ ନିବେଦନ । ମୋର କିଛି ଦରକାର ନାହିଁ । ମୋ ଝିଅକୁ ଫେରାଇ ଦିଅ । କୋହ ଭରା କଣ୍ଠରେ କିଛି ଏଭଳି କହୁଛନ୍ତି ଏହି ଅସହାୟ ମାଆ ଜଣକ । ଇଏ ହେଉଛନ୍ତି ସେହି ଅସହାୟ ମାଆ ସ୍ମୃତିରେଖା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ମଧୁବନ ଅଂଚଳରେ ସ୍ମୃତିରେଖା ୮ ବର୍ଷ ପୂର୍ବେ ପାଖ ପିତପଡ଼ା ଗ୍ରାମର ଅକ୍ଷୟ ଦାସଙ୍କୁ ବିବାହ କରିଥିଲେ । ବିବାହର ମାତ୍ର ବର୍ଷକ ପରେ ସ୍ମୃତିରେଖାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ସ୍ମୃତିରେଖାଙ୍କ କହିବା ଅନୁଯାୟୀ ଯୌତୁକ ପାଇଁ ଶାଶୁ, ଶଶୁର, ଦିଅର ଆଉ ଯାଆ ମୋତେ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ ।

ଆଉ ଏମାନଙ୍କ କବଳରୁ ନିଜ ଜୀବନ ବଞ୍ଚାଇବା ପାଇଁ ସ୍ମୃତିରେଖା ତାଙ୍କ ଛୋଟ କନ୍ୟା ସନ୍ତାନକୁ ଧରି ଚାଲି ଆସିଥିଲେ ବାପଘର ମଧୁବନରେ ରହୁଥିବା ବିଧବା ମାଆଙ୍କ ପାଖକୁ । କିନ୍ତୁ ଏବେ କେରଳରେ ରହୁଥିବା ତାଙ୍କ ସ୍ବାମୀ ଅକ୍ଷୟ ୧୨ ତାରିଖ ଦିନ ଲୋକ ଲଗାଇ ତାଙ୍କ ୬ ବର୍ଷର ଝିଅକୁ ସ୍ମୃତିରେଖାଙ୍କ ପାଖରୁ ଛଡାଇ ନେଇଛନ୍ତି । ଏନେଇ ସ୍ମୃତିରେଖା ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗରେ ସ୍ମୃତିରେଖା ଦର୍ଶାଇଛନ୍ତି ଯେ, ମୋର ଜୀବନ ପ୍ରତି ବିପଦ ଅଛି ।

ମୁଁ ଆଉ ମୋ ବିଧବା ମାଆ ମୋ ଝିଅକୁ ଆଣିବା ପାଇଁ ଶାଶୁଘରକୁ ଗଲେ ଆମଠାରୁ ଜୋର୍ ଜବରଦସ୍ତ ଦସ୍ତଖତ କରାଇ ଆମ ସମ୍ପତ୍ତି ନେଇଯିବେ । ମୋର କେହି ନାହାଁନ୍ତି, ମୋର ବାପା ଭାଇ ନାହାଁନ୍ତି । ମୋତେ ନ୍ୟାୟ ଦିଅ, ମୋ ଝିଅ ମୋତେ ଫେରାଇ ଦିଅ । କ୍ୟାମେରା ଆଗରେ କିଛି ଏଭଳି କହି ପ୍ରଶାସନକୁ ଗୁହାରି କରିଛନ୍ତି ସ୍ମୃତିରେଖା । ସେ କହିଛନ୍ତି ବାହାଘର ବେଳେ କହିଥିଲେ ଆମର କିଛି ଦରକାର ନାହିଁ ଖାଲି ଝିଅ ଦରକାର । କିନ୍ତୁ ଏବେ ଯୌତୁକ ମାଗୁଛନ୍ତି । ଆମେ କଉଠୁ ଆଣିବୁ । ନା ଆମ ପାଖରେ ଏତେ ପଇସା ଅଛି ନା ବାପା ଅଛି ନା ଭାଇ ଅଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.