ଗତ ଦୁଇଦିନ ଧରି ଭାଇରାଲ ହେଉଥିବା ଅନୁଭବଙ୍କ ଭିଡିଓ ଅନୁଭବ ତାଙ୍କ ସୋସିଆଲ ମିଡ଼ିଆ ସାଇଟରେ ଛାଡିଥିଲେ । ଏହା ତାଙ୍କୁ ଏବେ ମହଙ୍ଗା ପଡିଲା । କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ପ୍ରତିବାଦ କରି ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି ।
ତାଙ୍କୁ ଅପମାନିତ କରିବା ଭଳି ଭିଡିଓ ଅପଲୋଡ଼ କରୁଛନ୍ତି । ଭିଡିଓରେ ତାଙ୍କ ନାରୀତ୍ୱକୁ ଅପମାନିତ କରି ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ଅନୁଭବ ତାଙ୍କ ବିରୋଧରେ ଆରୋପ ଲଗାଇ ଚରିତ୍ର ସଂହାର କରୁଥିବା ଏବଂ ମାନସିକ ଭାବେ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା । ଖାଲି ସେତିକି ନୁହେଁ ଦୁହିଁଙ୍କ ଶା-ରୀ-ରି-କ ସଂପର୍କକୁ ନେଇ ଅନୁଭବ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ଏତଲାରେ ଦର୍ଶାଇଛନ୍ତି ବର୍ଷା । ଅନୁଭବଙ୍କ ନାଁରେ ଏକ ସଙ୍ଗୀନ ଅପରାଧ ଆଣିଛନ୍ତି ବର୍ଷା ।
ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡ଼ୁଆ ବଢିଲା । ବର୍ଷା ୭ଟି ପେଜରେ ନିଜର ଏତଲା ଦେଇଛନ୍ତି । ଆଉ ଏହା ଭିତରେ ସବୁ ଅଭିଯୋଗ କରି ଲେଖିଛନ୍ତି ଅନୁଭବଙ୍କ ନାଁରେ । ଏପର୍ଯ୍ୟନ୍ତ ମାମଲା ରୁଜ୍ଜୁ ହୋଇନାହିଁ । ଏସପି କହିଛନ୍ତି ସେ ଏହି ମାମଲା ରୁଜ୍ଜୁ କରିବେ ଆଉ ଏହାର ତଦନ୍ତ ମଧ୍ୟ କରାଯିବ । ବର୍ଷା ଲେଖିଛନ୍ତି ତାଙ୍କୁ ଅନୁଭବ ସୋସିଆଲ ମିଡିଆରେ ବଦନାମ କରିବା ପାଇଁ ଏଭଳି କରିଛନ୍ତି । ଆଉ ସେ ସବୁ ଯାହା କହିଛନ୍ତି ତାହା ସବୁ ମିଥ୍ୟା ବୋଲି ବର୍ଷା କହିଛନ୍ତି ।
ତେବେ ଏହାର ସତ୍ୟତା ତଦନ୍ତ ହେବା ପରେ ଜଣାପଡ଼ିବ । ସାଂସଦ ଅନୁଭବ ମହାନ୍ତିଙ୍କ ଠାରୁ ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ । ବର୍ଷାଙ୍କ ଏତଲା ଏବେ ମହଙ୍ଗା ପଡ଼ିପାରେ ସାଂସଦ ଅନୁଭବ ମହାନ୍ତିଙ୍କୁ । ଅପିଲ କରିବା ତାଙ୍କ ସ୍ଵାମୀ ସ୍ତ୍ରୀ କଥା କିନ୍ତୁ ଯଦି ତାଙ୍କ ଚରିତ୍ର ଉପରେ କହିବେ ତାହା ଅପରାଧ ଅଟେ । ପୋଲିସ ଏହି ମାମଲାର ତର୍ଜମା କରିବ ଆଉ ତାପରେ ଏହି ଘଟଣା ସତ ହୋଇଥିଲେ ଏହି କେସ ଗୁରୁତର ହୋଇପାରେ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment