Press "Enter" to skip to content

Sindhuଙ୍କୁ ମିଳିଛି ସଜା Jailରେ ଉପାସରେ କଟିଲା ପ୍ରଥମ ରାତି, ପାଖ ସେଲରେ ଅଛନ୍ତି ତାଙ୍କ ବିରୋଧୀ

କ୍ରିକେଟର ତଥା କଂଗ୍ରେସ ନେତା ସିଦ୍ଧୁଙ୍କ ନୂଆ ପରିଚୟ । କଏଦ ନମ୍ବର ୨୪୧୩୮୩ । ଜେଲରେ ପ୍ରଥମ ରାତିରେ ଖାଡା ଓପାସ୍ । ଖାଇଲେନି କି ପିଇଲେନି । ପାଖ ସେଲରେ ବିରୋଧୀ । ସିଦ୍ଧୁଙ୍କୁ ମିଳିଛି ସଜା । ୮୪ ବର୍ଷ ତଳର ରୋଡ ରେଜ ମାମଲାରେ ବର୍ଷକ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମ କୋର୍ଟ । ସଜା ପରେ ଜେଲରେ ବହୁତ ମୁସକିଲରେ କଟିଛି ପ୍ରଥମ ରାତି । ଜେଲରେ ଥିବାରୁ କିଛି ଖାଇ ନାହାଁନ୍ତି ପ୍ରଥମ ରାତି । ଏବେ ସିଦ୍ଧୁଙ୍କୁ ଜେଲରେ କାମ କରିବାକୁ ପଡ଼ିବ ।

ଏଥିପାଇଁ ଦୈନିକ ପାରିଶ୍ରମିକ ମିଳିବ ୩୦ ରୁ ୯୦ ଟଙ୍କା । ପଟିୱାଲା ସେଣ୍ଟ୍ରାଲ ଜେଲରେ ସିଦ୍ଧୁଙ୍କୁ ୧୦ ବାଇ ୧୫ ର ଏକ କୋଠରୀ ଆର୍ଲଟ କରାଯାଇଛି । ଯେଉଁଥିରେ ତାଙ୍କ ସହିତ ଜେଲରେ ଅଛନ୍ତି ଦୁଇ ପୋଲିସ କର୍ମୀ, ଦୁଇ ସାଧାରଣ ନାଗରିକ । ଯେଉଁମାନେ ତାଙ୍କ ଅପରାଧ ପାଇଁ କାଟୁଛନ୍ତି କାଳ କୋଠରୀ ସଜା । ସବୁଠୁ ବଡ କଥା ହେଲା ରାଜନୀତିରେ ସିଦ୍ଧୁଙ୍କ ଚରମ ବିରୋଧୀ କୁହାଯାଉଥିବା ହିରୋମଣୀ ଅକାଳି ଦଳର ନେତା ବିକ୍ରମ ସିଂ ଅଜିଠିଆ ଏବେ ଜେଲରେ ସିଦ୍ଧୁଙ୍କ ପଡୋଶୀ ।

ସିଦ୍ଧୁଙ୍କୁ ଯେଉଁ କୋଠରୀ ମିଳିଛି ସେହି ପାଖରେ ରହୁଛନ୍ତି ବିକ୍ରମ । କ୍ରିକେଟର ପରେ ନେତା ଓ ମନ୍ତ୍ରୀ ହୋଇଥିବା ସିଦ୍ଧୁଙ୍କୁ ଜେଲର କିନ୍ତୁ ମିଳୁଛି ସାଧାରଣ କଏଦୀଙ୍କ ଭଳି ସେବା । ତାଙ୍କୁ ଦିଆଯାଇଛି ପଗଡ଼ି, କମ୍ବଳ ସହ ତିନି ସେଟ୍ ଅଣ୍ଡର ଓୟାର୍, ତଉଲିଆ, ମଶାରୀ ଓ ଚାଦର । ତା ସାଙ୍ଗକୁ ଚାରୋଟି କୁର୍ତ୍ତା ପାଇଜାମା ସହ ଦୁଇଟି ତକିଆ କଭର ବି ଦିଆଯାଇଛି । ତେବେ କେଉଁ ଘଟଣା ପାଇଁ ଏମିତି ଦଶା ଭୋଗିଲେ ସିଦ୍ଧୁ ?

କଣ ଏଇ ରୋଡ ରେଜ୍ ମାମଲା ? ୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ଗୁମନାମ ସିଂ ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ସହ ସିଦ୍ଧୁଙ୍କର ଝଗଡ଼ା ହୋଇଥିଲା ।

ଏଥିରେ ସିଦ୍ଧୁ ରାଗିଯାଇ ତାଙ୍କୁ ମାରିପିଟ କରିଥିଲେ । ଏବଂ ପରେ ଡାକ୍ତରଖାନାରେ ଗୁମନାମ ସିଂଙ୍କର ମୃ-ତ୍ୟୁ ହେବା ପରେ ସିଦ୍ଧୁଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା ପୋଲିସ । ୩୪ ବର୍ଷ ତଳର ଏହି ଘଟଣା ପାଇଁ ଏବେ ସିଦ୍ଧୁଙ୍କୁ ସଜା ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.