ମାଙ୍କଡମାନେ ବହୁତ ଦୁଷ୍ଟ ପ୍ରାଣୀ ଅଛନ୍ତି । ଆଉ ଆଜିକା ଯୁଗରେ ବହୁତ ଉତ୍ପଟାଙ୍ଗ କାମ କରୁଛନ୍ତି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେହିଭଳି କିଛି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ପ୍ରଥମ ଭିଡିଓରେ ମାଙ୍କଡଟି ଏକ ଛେଳି ପିଠିରେ ବସି ପଡ଼ିଛି ଆଉ ସେ ତା ପିଠିରେ ବସି ବୁଲୁଛି । ଆଉ ତା ପାଖରେ ଥିବା ଛେଳି ଛୁଆର ଲାଞ୍ଜକୁ ହାତ ମାରୁଛି । ତା ପର ଭିଡିଓରେ ଗୋଟିଏ ମାଙ୍କଡ କୁକୁଡ଼ା ଆଗରେ ନାଚୁଥିଲା ଆଉ କିଛି ସମୟ ପରେ କୁକୁଡ଼ା ମାଙ୍କଡଟିକୁ ସେଠାରୁ ଭଗେଇ ଦେଲା ହୁଏତ ସେ ମାଙ୍କଡ଼ର ନାଚ ଦେଖି ବୋର୍ ହୋଇଗଲା ।
ଆଉ ଗୋଟିଏ ଭିଡିଓରେ ମାଙ୍କଡମାନେ ମିଶି ଗୋଟିଏ କଙ୍କଡା ସହ ଲାଗୁଛନ୍ତି । ଆଉ ଗୋଟିଏ ଭିଡିଓରେ ମାଙ୍କଡ ଗୋଟିଏ ବେଲୁନ ଧରିଛି ଆଉ ତାକୁ ତାର ଦାନ୍ତରେ ଛିଡେଇବାକୁ ଚେଷ୍ଟା କରୁଛି । ଆଉ ସେ ତାହା ମଧ୍ୟ କରିଲା ଆଉ ତାପରେ ସେ ସେହି ବେଲୁନଟିକୁ ଖୋଜୁଛି । ଆଉ ଗୋଟିଏ ଭିଡିଓରେ ଦୁଇଟି ମାଙ୍କଡ ଥିଲେ ଗୋଟିଏ ମାଙ୍କଡ କୋକା କୋଲା ପିଉଥିଲା ଆଉ ଆର ମାଙ୍କଡ ତାକୁ ମାଗିଲା କିନ୍ତୁ ସେ ଦେଉନଥିଲା । ଆଉ ତାପରେ ସେହି ମାଙ୍କଡଟି ଅନ୍ୟ ମାଙ୍କଡ କୋକା କୋଲା ପିଇବା ସମୟରେ ବୋତଲ ଟେକି ସବୁ ଢ଼ାଳି ଦେଲା ଆଉ ତଳ ଗାତରେ ପଡ଼ିବାରୁ ପିଇ ଦେଲା ଆଉ ଆର ମାଙ୍କଡଟି ଏମିତି ଅନେଇ କରି ବୋତଲ ଦେଖୁଛି ।
ଆଉ ଗୋଟିଏ ଭିଡିଓରେ ଗୋଟିଏ ମାଙ୍କଡ ବଣ ମଣିଷ ସହ ଲାଗୁଥିଲା ଆଉ ବଣ ମଣିଷ ତାକୁ ଠିକ୍ ଶାସ୍ତି ଦେଲା ଆଉ କେବେବି କୌଣସି ମାଙ୍କଡ ବଣ ମଣିଷ ସହିତ ଲାଗିବେ ନାହିଁ । ଆଉ ଗୋଟିଏ ଭିଡିଓରେ ଗୋଟିଏ ବଣ ମଣିଷ ପାଖରେ ଗୋଟିଏ ଟୁରିଷ୍ଟିର ଚଷମା ପଡ଼ିଗଲା ଆଉ ତାକୁ ବଣ ମଣିଷ ପିନ୍ଧିବାକୁ ଲାଗିଲା ଆଉ ଅତି ସହଜରେ ପିନ୍ଧି ନେଲା ମଧ୍ୟ । ଆଉ ଗୋଟିଏ ଭିଡିଓରେ କୋକା କୋଲା ମାଙ୍କଡ ମାନଙ୍କୁ କେଉଁଠି ମିଳି ଯାଉଛି କେଜାଣି କଉଠୁ ଆଣି ଥଣ୍ଡା ମାଙ୍କଡ ଛାତ ଉପରେ ବସିକି ପିଉଛି । ଆଉ ଗୋଟିଏ ଭିଡିଓରେ ମାଙ୍କଡ ଆଉ କୁକୁର କଳି ହେଉଥିଲେ ଆଉ ମାଙ୍କଡ ଗୋଟେ ବାଡି ଆଣି କୁକୁରକୁ ବାଡେଇଲା ଆଉ କୁକୁର ସେଠାରୁ ପଳାଇ ଗଲା ।
ଆଉ ଗୋଟିଏ ଭିଡିଓରେ କୁକୁରଟିଏ ମାଙ୍କଡ଼ର ଖାଇବା ଖାଇ ଦେଉଥିଲା ଆଉ ମାଙ୍କଡ ଏହା ଦେଖୁଥିଲା ଆଉ କିଛି କହୁନଥିଲା କିନ୍ତୁ ସେ ଯେତେବେଳେ ରାଗିଗଲା ସେହି କୁକୁର ଠାରୁ ଖାଇବା ଛଡ଼ାଇ ଆଣିଲା ଆଉ କୁକୁରକୁ ଚାପୁଡ଼ା, ଗୋଇଠା, ଆଉ ବିଭିନ୍ନ ଉପାୟରେ ମାଡ ମାରିବାର ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଗୋଟିଏ ଭିଡିଓରେ ମାଙ୍କଡଟିଏ ଏତେ ଦୁଷ୍ଟ ଯେ ସେ ବାଘ ଛୁଆ ସହିତ ଲାଗୁଛି ଆଉ ଗଛର ଡାଳକୁ ଡାଳ ଡେଇଁ ପଡୁଛି । ଆଉ ମାଙ୍କଡ ବାଘ ଭଳି ଖତରନାକ ଜୀବକୁ ବି ଛାଡୁନି । ଏହିସବୁ ଭିଡିଓ ଏବେ ଗୋଟାଏ ଭିଡିଓ ହେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment