Press "Enter" to skip to content

Camera ସାମ୍ନାକୁ ଆସିଲେ ଫେରାର ବୋହୂ Nandini, ତା ପରେ ଦେଲେ ଏଭଳି ପ୍ରତିକ୍ରିୟା

କ୍ୟାମେରା ସାମ୍ନାରେ ଆସିଲେ ଫେରାର ନବବଧୂ ନନ୍ଦିନୀ । ଆଉ ଦେଲେ ନିଜର ବୟାନ । ସେ କହିଛନ୍ତି, ଆମେ ଯେହେତୁ ଗରିବ ଲୋକ ସେ ଆମକୁ ବାହାଘର ବିଷୟରେ କିଛି କହିନଥିଲେ । ଆଉ ନିର୍ବନ୍ଧ ଦିନ ଆମକୁ କହିଲେ ଆମେ ଆମର ସବୁ ବନ୍ଧୁ ବାନ୍ଧବଙ୍କୁ ବାହାଘର ବୋଲି କହିଦେଇଛୁ । ଆଉ ଆଜି ବାହାଘର ହେବ । ଆଉ ବୋଉଙ୍କୁ ସେ ତାଙ୍କ କଥାରେ ଫସେଇ ଦେଇଥିଲେ ଆଉ ଆମେ ଯେହେତୁ ଗରିବ କିଛି ଦେଇ ପାରିବୁନି । ତେଣୁ ତାଙ୍କ କଥାରେ ବାହାଘର ହୋଇଗଲା । ସେମାନେ ବହୁତ ମିଛ କଥା କହିଥିଲେ । ଆଉ ବାହାଘର ଦିନ ସେ କହିଲେ ଚତୁର୍ଥୀ ହେବ ।

ଆଉ ମୋତେ କଥାବାର୍ତ୍ତା ଠିକ୍ ଲାଗିଲାଣି । ଆଉ ସେ ଯେମିତି ବାହାରକୁ ଗଲେ ମୁଁ କବାଟ ଦେଇକି ବହୁତ କାନ୍ଦିକି ମୋ ପରିବାର ଲୋକଙ୍କୁ ସବୁକଥା କହିଲି । ଆଉ ସେ ଯେତେବେଳେ ରାତିରେ ଆସିଲେ ମୋତେ କହିଲେ, ଯେହେତୁ ତୁମେ କିଛି ଯୌତୁକ ଆଣିନ ତାହେଲେ ମୁଁ ତୁମକୁ କେମିତି ପୋଷିବି ? ଆଉ ତୁମ ଘରକୁ ଫୋନ୍ କରି କୁହ ଯୌତୁକ ପାଇଁ ନହେଲେ ମୁଁ ତୁମକୁ ମାରିଦେବି, ପେଟ୍ରୋଲ ପକାଇ ଜାଳି ଦେବି । ଆଉ ଆମ ଘରେ ଏମିତି କେସ ବହୁତ ହେଇଛି । ଆଉ ତୁମେ ଘରୁ ଗୋଡ କାଢ଼ିକି ଯିବନି ନହେଲେ ତୁମ ନାଁରେ କେସ ହେବ ।

ଆଉ ମୋ ଭାଉଜଙ୍କର ଏମିତି ହୋଇଥିଲା । ଆଉ ମୁଁ ଏହା ଶୁଣି ଡରି ଯାଇଥିଲି । ଆଉ ସେଥିପାଇଁ ବାହାଘରର ଗୋଟିଏ ଦିନ ପରେ ଘରକୁ ଯିବାକୁ ଭାବିଥିଲି । ଆଉ ମୁଁ ବହୁତ୍ କମ୍ କଥା ହୋଇଥିଲି ବଳରାମଙ୍କ ସହିତ । ତାଙ୍କ ବିଷୟରେ ଜାଣିବା ପାଇଁ ମୁଁ କହିଥିଲି ପୁଅକୁ ଡାକ ଆଉ ମୁଁ ଦେଖିବି । କିନ୍ତୁ ତାଙ୍କ ଘରଲୋକ କହିଲେ ନିର୍ବନ୍ଧ ଦିନ ଦେଖିବ । ଆଉ ମୁଁ ଯେତିକି ତାଙ୍କ ସହିତ ଫୋନରେ କଥା ହୋଇଛି ସେ କହିଥିଲେ ମୁଁ ଜଣେ ବିଲଡର । ଆଉ ମୋର ସବୁ ନେତାମନ୍ତ୍ରୀ ଚିହ୍ନା । ଆଉ ତୁମେ କିଛି ଅସୁବିଧା ହେବନାହିଁ । ଆଉ ଆମର ଧନ ଦରକାର ନାହିଁ ।

ଆଉ ମୁଁ ତାଙ୍କର ଏହି ମିଛ କଥାରେ ଫସି ଯାଇଥିଲି । ଆଉ ମୁଁ ମୋ ଜୀବନ ରକ୍ଷା କରିବା ପାଇଁ ମନ୍ଦିର ବାହାନା କରି ଘରୁ ବାହାରିଥିଲି । ଆଉ ଯେତେବେଳେ ସେ ମୋ ସହିତ ଖରାପ ବ୍ୟବହାର କରିଲେ, ଗାଳି କରିଲେ ଆଉ ହାତ ଭିଡିଲେ ସେଥିପାଇଁ ମୁଁ ତାଙ୍କୁ ମନ୍ଦିରରେ ବାଡେଇ ଥିଲି । ଆଉ ସେ କହିଥିଲେ ତୁ ଘରୁ କିଛି ଆଣି ନଥିଲୁ ଆଉ ସବୁ ସୁନା ଗହଣା ମୋର ।

ଆଉ ମୁଁ ଯାହା ଚାହିଁବି ତୁ ସେୟା କରିବୁ । ଆଉ ସେ ଜଉ କହୁଛନ୍ତି ମୁଁ ରାତିରେ ଉଲଗ୍ନ ଅବସ୍ଥାରେ ମୋ ଭେଣେଇଙ୍କ ସହିତ କଥା ହେଉଥିଲି ସେସବୁ ମିଛ କଥା । ଆଉ ମୁଁ ଆସିଲା ବେଳେ କିଛି ଆଣିନଥିଲି । ଆଉ ତାଙ୍କର ସିସିଟିଭିରେ ଏହା ଆପଣ ଦେଖିପାରିବେ ।

ଆଉ ତାଙ୍କର ଏହିସବୁ କଥା ଶୁଣି ରାତିରେ ମୁଁ ଡରି ଯାଇଥିଲି ଆଉ ନିଜକୁ ବଞ୍ଚାଇବା ପାଇଁ ମୁଁ ପରିବାରର ପର୍ମିସନରେ ଘରୁ ମିଛ ବାହାନା କରି ଆସିଥିଲି । ଆଉ ନ୍ୟୁଡ କଲ୍ କଥା ପୁରା ମିଛ । ଆଉ ସେତେବେଳେ ମୁଁ ଡରି ମୋର ଘରଲୋକଙ୍କ ସହିତ କଥା ହଉଥିଲି । ଆଉ ମୋ ବଡ ଭଉଣୀ ମ୍ୟାରେଜ୍ କରିନାହାନ୍ତି ତ ଭେନେଈ କଉଠୁ ଆସିବେ ।

ଆଉ ମୋ ଘର ପରିସ୍ଥିତି ଖରାପ ବୋଲି ମୁଁ ବାହା ହେବାକୁ ଚାହିଁଥିଲି । ଆଉ ସେ ଏତେ ମିଛ ମୋ ନାଁରେ କାହିଁକି ଲଗାଉଛନ୍ତି ମୁଁ ଜାଣିନି । ଆଉ ମୁଁ ଆମ ଘରଲୋକଙ୍କୁ ଫୋନ କରିଥିଲି ଆଉ ସେମାନେ ମୋତେ ବଞ୍ଚାଇବା ପାଇଁ ଆସିଥିଲେ । ଆଉ ମୁଁ ତାଙ୍କ ଧମକ ଶୁଣି ଏଭଳି କାମ କରିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.