Press "Enter" to skip to content

High Courtରେ ପହଞ୍ଚିଲା Tapaswani ଓ Doctor Sumitଙ୍କ ମାମଲା। ଏହି ପ୍ରତିକ୍ରିୟା ଦେଲେ Sumitଙ୍କ ଓକିଲ

ବହୁଚର୍ଚ୍ଚିତ ବ୍ରହ୍ମପୁର ତପସ୍ଵିନୀ ଓ ଡାକ୍ତର ସୁମିତଙ୍କ ମାମଲା ଆସି ପହଞ୍ଚିଛି କଟକ ହାଇକୋର୍ଟରେ। ଉଭୟ ପକ୍ଷ ଉଭୟଙ୍କ ଉପରେ ଦୋଷ ଲଦି ଚାଲିଛନ୍ତି। ଏହି ପରିସ୍ଥିତିରେ ସୁମିତଙ୍କ ଓକିଲ କହିଛନ୍ତି ହାଇକୋର୍ଟରେ ଦୁଇଟି କେଶ୍ ଫାଇଲ୍ କରାଯାଇଛି। ଗୋଟିଏ କେଶ୍ ସୁମିତଙ୍କ ବାପା କରିଛନ୍ତି। ଲୋକେ ବିନା ନିର୍ଦ୍ଦେଶରେ ବଳପୂର୍ବକ ଘର ଗେଟ୍ ବାଡେଇ, ଟେକା ପଥର ଫିଙ୍ଗି, ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବାରୁ ଏନେଇ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ ସୁମିତଙ୍କ ବାପା।

କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବେ ହାଇକୋର୍ଟରେ ସେହି ଅଭିଯୋଗ କରାଯାଇଛି। ଆଜିକାଲି ସମାଜରେ ପୁରୁଷ ମଧ୍ୟ ନିର୍ଯାତିତ। ପୁରୁଷଙ୍କୁ ମଣିଷର ମାନ୍ୟତା ଦିଆଯାଉ। ପୁରୁଷଙ୍କ ଶରୀର ମଧ୍ୟ ଅନ୍ୟମାନଙ୍କ ଭଳି ରକ୍ତ ମାଂସରେ ଗଢା। ସମସ୍ତଙ୍କ ପାଇଁ କମିଶନ ରହିଛି, କିନ୍ତୁ ଯଦି ଗୋଟେ ପୁରୁଷ ନିର୍ଯାତିତ ହେଉଛି ତେବେ ସେ କୁଆଡେ ଯିବ। ଦୀର୍ଘ ୧୧ ବର୍ଷ ଧରି ପୁରୁଷ କମିଶନର ଲଢେଇ ଜାରି ରହିଛି। କୌଣସି ସ୍ଥାନରେ ହୋହାଲ୍ଲା କରିବା ପୁରୁଷ କମିଶନର ପ୍ରକୃତି ନୁହେଁ।

ପୁରୁଷ କମିଶନ ଏକ ସମାନତା, ଅଧିକାରର ଲଢେଇ। ଆମେ କାହାର କ୍ଷତି କରିନାହୁଁ। ଅନ୍ୟାୟ ବିରୁଦ୍ଧରେ ଧାରଣା ଦେବାର ଅଧିକାର ରହିଥିଲେ ମଧ୍ୟ, ଅସ୍ତ୍ର ଶସ୍ତ୍ର ଧରି ଜଣଙ୍କ ଘର ବାହାରେ ଗାଳିଗୁଲଜ କରିବା ଗ୍ରହଣୀୟ ନୁହେଁ। ବିବାହ ଏକ ଡ଼ିଲ୍ ନୁହେଁ, ବିବାହ ଏକ ଅନୁଭବ। ପୁଅ ଓ ଝିଅ ଯଦି ଏକାଠି ରହିବାର ଥିବ ଦୁନିଆର କୌଣସି ଶକ୍ତି ତାଙ୍କୁ ଅଲଗା କରିପାରିବନାହିଁ। ଯଦି ଦୁଇଜଣଙ୍କ ମଧ୍ୟରେ ସୁସମ୍ପର୍କ, ଭଲପାଇବା ଥିବ ତେବେ ନିଶ୍ଚିତ ଭାବେ ସେମାନେ ପୁଣି ଏକାଠି ହେବେ।

ସବୁ ପରିବାରରେ ଝଗଡ଼ା ହୁଏ। କିନ୍ତୁ କିଛି ସମୟ ପରେ ସେହି ମନାନ୍ତର ଦୁରେଇଯାଏ। ଜଣେ ପୁଅ ମନ ଭିତରେ ଭିତରେ କାନ୍ଦେ, ସମାଜକୁ ତାହା ଦେଖାଇପାରେନାହିଁ। “ମର୍ଦ୍ଦ କୋ ଦର୍ଦ୍ ହୋତା ହେ”। ତାହା ସମସ୍ତେ ଅନୁଭବ କରନ୍ତି। କିନ୍ତୁ ପୁରୁଷତ୍ଵରେ କଳଙ୍କ ଲାଗିଯିବ ବୋଲି ଭାବି ସେମାନେ ତାହାକୁ ଲୋକଲୋଚନକୁ ଆଣନ୍ତିନାହିଁ। ତେବେ ଉଚ୍ଚ ନ୍ୟାୟାଳୟ ଏହି ମାମଲାକୁ ନେଇ ତର୍ଜମା କରି ଉଚିତ୍ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Be First to Comment

Leave a Reply

Your email address will not be published.