Press "Enter" to skip to content

କଥା କହୁ କହୁ କାନ୍ଦି ପକାଇଲେ Rabi Mishra Mihir Dasଙ୍କୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା

କିଛିଦିନ ତଳେ ଇହଧାମ ତ୍ୟାଗ କଲେ ବରିଷ୍ଠ ଅଭିନେତା ମିହିର ଦାସ। ଏହାପରେ ସମସ୍ତ କଳାକାର ଦୁଃଖ ପ୍ରକାଶ କରିଥିଲେ। ସେହିପରି ଦୁଃଖ ପ୍ରକାଶ କରି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ରବି ମିଶ୍ର। ସେ କହିଛନ୍ତି ମିହିର ଭାଇ ସହ ମୋର ୨୨ ବର୍ଷର ସମ୍ପର୍କ। ତା’ପାଖରେ ଅନ୍ୟକୁ ଆପଣେଇବାର କଳା ଥିଲା। ସେ ମତେ ବି ଆପଣେଇନେଇଥିଲା। ତା ଭାଷାରେ ମୁଁ ମୁଣ୍ଡା। ମତେ ସେ ବୁଝୁଥିଲା ଆଉ ବୁଝାଉଥିଲା। ତାକୁ ଚିହ୍ନିବାକୁ ମତେ ୮ ବର୍ଷ ଲାଗିଗଲା। ସେ ମୋର ବଡ଼ଭାଇ, ଗୁରୁ ଓ ସାଙ୍ଗ ମଧ୍ୟ। ସବୁଦିନ ସକାଳେ ଓ ରାତିରେ ଯାହାହେଲେ ବି ସେ ଫୋନ୍ କରେ।

ତେବେ ସେହି ଫୋନ୍ ଆଉ ଆସିବନାହିଁ। ମୋ ନନାଙ୍କ ଦେ-ହା-ନ୍ତ ପରେ ସେ ହିଁ ମତେ ଭରସା ଦେଇଥିଲା। ସେ ବ୍ୟସ୍ତ ଥିବାରୁ ମୁଁ ତାକୁ ଖବର ଦେଇନଥିଲି, କିନ୍ତୁ ତା ସତ୍ତ୍ଵେ ସେ ତା ସାନପୁଅକୁ ନେଇ ପୁରୀ ସ୍ବର୍ଗଦ୍ଵାରରେ ପହଞ୍ଚିଥିଲା। ୨-୪ ଘଣ୍ଟା ରହି ମୋ କାନ୍ଧରେ କାନ୍ଧ ମିଶାଇଲା। ଅଭିନୟ ବ୍ୟତୀତ ମିହିର ଭାଇ ଓ ମୁଁ ମିଶି ସମଗ୍ର ଓଡ଼ିଶାରେ ବହୁତ୍ ସାହାଯ୍ୟ, ସହଯୋଗ, ସଚେତନତା, ଆୱାରନେଶ୍ କାର୍ଯ୍ୟକ୍ରମ କରିଛୁ। ଭୁବନେଶ୍ୱର ଗଲେ ସେ ମୋ ଘରକୁ ଯାଏ। ଡ଼ାଇଲେଶିସ୍ ହେବା ପୂର୍ବରୁ ସେ ଥରେ ଘରକୁ ଯାଇଥିଲା ଏବଂ ଫରେଷ୍ଟ ପାର୍କ ବୁଲିଯିବାକୁ କହିଲା। ଆମେ ଫରେଷ୍ଟ ପାର୍କ ଗଲୁ।

ସେ ଡ୍ରାଇଭର ଓ ଅନ୍ୟ ପିଲାଙ୍କୁ ବାହାରକୁ ପଠାଇ ମୋ ସହ ଏକାନ୍ତରେ କଥା ହେଲା। ମିହିର ଭାଇ ବହୁତ ଧର୍ଯ୍ୟବାନ। ବଡ଼ କଥାକୁ ଛୋଟ ଭଳି କୁହେ। ସେ କହିଲା “ନନା! ଦେହଟା କାହିଁକି ଭଲ ନାହିଁରେ”। ମିହିର ଭାଇ ଭଲ ନାହିଁ କହୁଛି ମାନେ ମୁଁ କଥାକୁ ଗମ୍ଭୀର ଭାବେ ନେଲି। ମିହିର କହିଥିଲେ “ସେ ଏରିଆ କ୍ରିଏଟିନ ବଢ଼ିଯାଇଛି, ଏକା ଏକା ଲାଗୁଛି, ଭରସା ଲାଗୁନି। ମୁଁ ତତେ ଜାଣିଛି, ଲୁଲୁକୁ ବି କହିବି। ବଡ଼ ଟା ତ ପାରିଗଲାଣି, ସାନ କଥା ଟିକେ ନଜର କରିବୁ”। ଏହି କଥା ଶୁଣି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ରବି। ଏମିତିକି ଏହି କଥା କହିବା ସମୟରେ ମଧ୍ୟ କାନ୍ଦିଥିଲେ ସେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Be First to Comment

Leave a Reply

Your email address will not be published.