Press "Enter" to skip to content

Politics ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଦ ବିକ୍ରି ଉପରେ ଲାଗିବ ରୋକ

ନିର୍ବାଚନ ବେଳେ ମଦ ବନ୍ଦ । କେହି ବିକ୍ରି କରି ପାରିବେନି କି ବାଣ୍ଟି ପାରିବେନି ମଦ । ଏନେଇ ନିଷିଦ୍ଧାଦେଶ ଜାରି ହୋଇଛି । ନିର୍ବାଚନ ବେଳେ ମଦ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଉ ମାତ୍ର କିଛି ଦିନର ଅପେକ୍ଷା ଏବଂ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନକୁ ନେଇ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ୭୨ ଘଣ୍ଟା ପାଇଁ ମଦ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ଵଚ୍ଛ, ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଲାଇସେନ୍ସ ପ୍ରାପ୍ତ ବନ୍ଧୁକ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବ । ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ କରିବା ଉପରେ ନିଷେଧାଦେଶ ଜାରି ହୋଇଛି । ଫେବୃଆରୀ ୧୪ ତାରିଖ ଅପରାହ୍ନ ୫ଟାରୁ ମାର୍ଚ୍ଚ ୧ ତାରିଖ ଅପରାହ୍ନ ୫ଟା ନିର୍ବାଚନ ଅଧିକାରୀ, ପୁଲିଂ ଅଧିକାରୀ, ପୋଲିସ ଅଧିକାରୀ, ଏବଂ ଶାନ୍ତି ଶୃଙ୍ଖଳା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ତା ଆଖପାଖ ଅଞ୍ଚଳରେ ରହି ପାରିବେନି ବୋଲି କୁହାଯାଇଛି ।

ସେହିପରି ନିର୍ବାଚନକୁ ଯେପରି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେନେଇ ମତଦାନର ୪୮ ଘଣ୍ଟା ପୂର୍ବରୁ ମତଦାନ ପରଦିନ ପର୍ଯ୍ୟନ୍ତ ନିର୍ବାଚନ ହେବା ସ୍ଥାନରେ ମଦ ବିକ୍ରି କିମ୍ବା ବଣ୍ଟନ ଉପରେ ନିଷେଧାଦେଶ ଜାରି ହୋଇଛି । ଏନେଇ କଟକଣା କଡାକଡି କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ବେଳେ ଅନ୍ୟ ସାଙ୍ଗକୁ ମାଦକ ଦ୍ରବ୍ୟର ପରିବହନ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ, ଦୋକାନରେ ବା ଅନ୍ୟ କୌଣସି ସ୍ଥାନରେ ମଦର ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିଶନର କଟକଣା ଲଗାଇଛନ୍ତି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ମତଦାନ ନିମନ୍ତେ ସମସ୍ତ ସରକାରୀ କର୍ମଚାରୀ ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ ସ୍ଵୀକୃତି ପ୍ରାପ୍ତ ଅନୁଷ୍ଠାନର କର୍ମଚାରୀ ମାନଙ୍କୁ ମତଦାନ ଦିନଟିକୁ ଛୁଟି ଘୋଷଣା କରିବାକୁ ସରକାରଙ୍କୁ କୁହାଯାଇଛି ।

ଯେଉଁ କର୍ମଚାରୀ ମାନଙ୍କର ମତଦାନ କେନ୍ଦ୍ର ଠାରୁ କର୍ମସ୍ଥଳ ବୃହ ହୋଇଥିବ ସେମାନେ ନିତିଦିନ ସ୍ଵତନ୍ତ୍ର ସିଏଲ୍ ପାଇବେ ବୋଲି ନିର୍ବାଚନ କମିଶନ କହିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ କିମ୍ବା ଶିଳ୍ପାନୁଷ୍ଠାନ ଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କୁ ମତଦାନରେ ସୁଯୋଗ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ମତଦାନ ଦିବସକୁ ଛୁଟି ଦିବସ ଭାବେ ଘୋଷଣା କରିବାକୁ କହିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ରାଜନୀତିMore posts in ରାଜନୀତି »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.