Press "Enter" to skip to content

Ollywood Mihir Dasଙ୍କର ଦଶାହ କାର୍ଯ୍ୟରେ ଯୋଗ ଦେଲେ ଏହି ସବୁ କଳାକାର

ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତା ମିହିର ଦାସ । ପ୍ରାୟ ୧୩୦ ରୁ ଅଧିକ ଚଳଚ୍ଚିତ୍ର କରି ଲୋକମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି ମିହିର ଦାସ । ଜଣେ ବର୍ଷା ଟାଇମଲାଇନ ଭେଣ୍ଟର ଆକ୍ଟର ଭାବେ ସେ ଅନେକ ନାଁ କମାଇଛନ୍ତି । ତାଙ୍କ ମୃ-ତ୍ୟୁକୁ ଆଜି ଏଗାର ଦିନ । ଗତକାଲି ଦଶାହ କାର୍ଯ୍ୟ ପାଳନ କରାଯାଇଛି । ଏହି ଦଶାହ ବାର୍ଷିକରେ ଅନେକ ବଡ ବଡ କଳାକାର ମଧ୍ୟ ଯୋଗଦେଇଥିବାର ନଜର ଆସିଛନ୍ତି । ମିହିର ଦାସଙ୍କ ଶୋକରେ ଏବେ ସମସ୍ତେ ଲିପ୍ତ ଥିବାର ନଜର ଆସିଛନ୍ତି ।

ପରିବାର ଲୋକଙ୍କ ସହିତ ଅନେକ ବଡ ବଡ କଳାକାର ମିହିର ଦାସଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଇଥିଲେ । ସେଥିମଧ୍ୟରେ ମିହିର ଦାସଙ୍କର ଅତି ଘନିଷ୍ଠ ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଶ୍ରୀତମ ଦାସ, ବିଦ୍ୟୁସ୍ମିତା ସମେତ ବିଜୟ ମହାନ୍ତିଙ୍କ ସ୍ତ୍ରୀ ତନ୍ଦ୍ରା ରାୟ ମଧ୍ୟ ଥିଲେ । ଏବଂ ଉଷାସୀ ମିଶ୍ର ମଧ୍ୟ ରହିଥିଲେ । ଏଥିସହିତ ସିନେ ଆସୋସିଏସନର ଅନେକ ମେମ୍ବରମାନେ ମଧ୍ୟ ଥିବାର ନଜର ଆସିଥିଲା । ସେମାନେ ସେଠାରେ ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ମଧ୍ୟ ପ୍ରକାଶ କରିଥିଲେ । ଏବଂ ମିହିର ଦାସଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଏଭଳି କଳାକାର ଆଉ ଓଡ଼ିଆ ଜଗତକୁ ମିଳିବ ନାହିଁ ଏବଂ ଓଡ଼ିଆ ଜଗତ ଏଭଳି କଳାକାରଙ୍କୁ ହରାଇ ଦୁଃଖରେ ମ୍ରିୟମାଣ । ମିହିର ଦାସ ଜଣେ ବର୍ଶାଟାଇଲ ଆକ୍ଟର । ଅନେକ ଚଳଚ୍ଚିତ୍ରରେ ସେ କାର୍ଯ୍ୟ କରିଛନ୍ତି । କେବେ ବାପା ଭୂମିକାରେ, ତ କେବେ ଖଳନାୟକ ଭୂମିକାରେ ତ କେବେ ହିରୋ ଭୂମିକାରେ ସବୁ ଅଭିନୟ ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଛି । ତାଙ୍କ ଅଭିନୟ ଲୋକମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଜି ମିହିର ଦାସଙ୍କୁ ହରାଇ ପୁରା ଓଡ଼ିଆ ଜଗତ କାନ୍ଦୁଛି । ତେବେ ମିହିର ଦାସଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.