ଯଦି ଆପଣମାନେ ପ୍ଲାଷ୍ଟିକ ଆଧାରକାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣମାନଙ୍କ ପାଇଁ ୟୁଆଇଡିଆଇ ପକ୍ଷରୁ ବହୁତ ବଡ଼ ଅପଡେଟ ଆସିଛି। ଏହି ଅପଡେଟ ବିଷୟରେ ନ ଜାଣିଲେ ହୁଏତ ଆପଣମାନେ ଭବିଷ୍ୟତରେ ବହୁତ ହଇରାଣ ହୋଇପାରନ୍ତି। ଭାରତବାସୀଙ୍କ ପାଇଁ ଆଧାରକାର୍ଡ ବହୁତ ଗୁରୁତ୍ଵପୂର୍ଣ୍ଣ। ଆପଣ ସରକାରୀ କାମ କରନ୍ତୁ କିମ୍ବା ବେସରକାରୀ କାମ କରନ୍ତୁ, ଆଧାରକାର୍ଡ ନମ୍ବର କିମ୍ବା ଆଧାରକାର୍ଡ ଫଟୋ ସବୁଠି ଆବଶ୍ୟକ ହୁଏ। କେତେକ ସ୍ଥାନରେ ଭେରିଫିକେସନ୍ ପାଇଁ ଆଧାରକାର୍ଡ ଦେଖାଇବାକୁ ମଧ୍ୟ ପଡ଼ିଥାଏ।
ଯଦି ଆପଣମାନେ କୌଣସି ସିଏସି ସେଣ୍ଟର୍ କିମ୍ବା ସାଇବରକେଫରୁ ଆଧାରକାର୍ଡ ବନାଇଛନ୍ତି ତେବେ ତାଙ୍କ ପାଇଁ ୟୁଆଇଡିଆଇ ଦେଇଛି ଏହି ସୂଚନା। ୟୁଆଇଡିଆଇ ତରଫରୁ ଟୁଇଟ କରି ଘୋଷଣା କରାଯାଇଛି ଯେ ସିଏସି ସେଣ୍ଟର୍ କିମ୍ବା ସାଇବରକେଫରୁ କଢ଼ାଯାଇଥିବା ପ୍ଲାଷ୍ଟିକ ଆଧାରକାର୍ଡକୁ “ନଟ ଭାଲିଡ୍” ବା ଅବୈଧ ଭାବେ ଗ୍ରହଣ କରାଯିବ। ଏହି ଆଧାରକାର୍ଡକୁ ଆପଣମାନେ କେଉଁଠି ବ୍ୟବହାର କରିପାରିବେ ନାହିଁ। ସରକାରୀ ହେଉ କିମ୍ବା ବେସରକାରୀ କୌଣସି ସ୍ଥାନରେ ଏଭଳି ପ୍ଲାଷ୍ଟିକ ଆଧାରକାର୍ଡକୁ ଗ୍ରହଣ କରାଯିବନାହିଁ।
ତେବେ ଯଦି ଆପଣମାନେ ସିଏସି ସେଣ୍ଟର୍ କିମ୍ବା ସାଇବରକେଫରୁ ଏଭଳି ଆଧାରକାର୍ଡ ବନାଇସାରିଛନ୍ତି ତେବେ ଆପଣମାନେ ଚାହିଁଲେ ଏହାକୁ ବଦଳାଇ ୟୁଆଇଡିଆଇ ତରଫରୁ ଦିଆଯାଉଥିବା ପ୍ଲାଷ୍ଟିକ ଆଧାରକାର୍ଡ ଆଣିପାରିବେ। ଏହାର ମୂଲ୍ୟ ୫୦ ଟଙ୍କା ରହିଥିବାବେଳେ ଆପଣ ଏହାକୁ ଅନଲାଇନରେ ଆବେଦନ କରିପାରିବେ। ୧୫ ରୁ ୨୦ ଦିନ ମଧ୍ୟରେ ଆପଣ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆଧାରକାର୍ଡକୁ ପାଇଯିବେ। ଯାହାକି ସମସ୍ତ ସ୍ଥାନରେ ଗ୍ରହଣଯୋଗ୍ୟ ହେବ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment