Press "Enter" to skip to content

Mihir Dasଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ବରିଷ୍ଠ ଅଭିନେତ୍ରୀ Tripura Mishra ଦେଲେ ଏହି ପ୍ରତିକ୍ରିୟା

କିଛିଦିନ ତଳେ କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସା ଅବସ୍ଥାରେ ଥିବା ଓଲିଉଡ଼ ଜଗତର ବିଶିଷ୍ଟ କଳାକାର ମିହିର ଦାସଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତର ସମସ୍ତ କଳାକାର ତଥା ଓଡ଼ିଶାବାସୀ ଦୁଃଖ ପ୍ରକାଶ କରିଥିଲେ। ତେବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ତ୍ରିପୁରା ମିଶ୍ର। ସେ କହିଛନ୍ତି ଯେ ଜନ୍ମ ମୃ-ତ୍ୟୁ ବିଧିର ବିଧାନ, ଆମ ହାତରେ କିଛି ନାହିଁ। ମୁଁ ସମସ୍ତଙ୍କ ମା ଭଳିଆ, ମୋ ଆଗରେ ଛୁଆମାନେ ଚାଲିଗଲେ କେମିତି ଲାଗିବ। ଇଣ୍ଡଷ୍ଟ୍ରି ଗୋଟିଏ ନିଷ୍ଠାପର କଳାକାରକୁ ହରେଇଛି।

ଦୀର୍ଘ ବହୁବର୍ଷ ହେବ ଚଳଚ୍ଚିତ୍ର ଓ ଅଭିନୟରୁ ଦୁରେଇ ଯାଇଥିଲେ ମଧ୍ୟ ମୁଁ ଇଣ୍ଡଷ୍ଟ୍ରି ସହିତ ଏବେବି ଜଡିତ। ଏତେ କମ୍ ବୟସରୁ ଚାଲିଯିବା ବହୁ ଆଶ୍ଚର୍ଯ୍ୟଜନକ। ମୁଁ ୭୦ ଦଶକର ଅଭିନେତ୍ରୀ। ଆମ ସମୟ ଏବଂ ଏବେ ସମୟର କଳାକାରମାନଙ୍କ ଜୀବନଶୈଳୀରେ ବହୁତ ପାର୍ଥକ୍ୟ ସୃଷ୍ଟି ହୋଇଛି। ତେବେ ନିଜକୁ ଟିକେ ଶିକୁଳିରେ ବାନ୍ଧିବାକୁ ପଡିବ, ଶୃଙ୍ଖଳିତ ହେବାକୁ ପଡିବ। ଜନ୍ମ ମୃ-ତ୍ୟୁ ଆମ ହାତରେ ନଥିଲେ ମଧ୍ୟ ନିଜକୁ ସୁସ୍ଥ ରଖିବା ଆମ ହାତରେ ଅଛି। ଆମକୁ ଯତ୍ନବାନ୍ ହେବାକୁ ପଡିବ। ଈଶ୍ବରଙ୍କ ପାଖରେ ପ୍ରାର୍ଥନା ଯେ ତାଙ୍କ ଆ-ତ୍ମାର ସଦଗତି ହେଉ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Be First to Comment

Leave a Reply

Your email address will not be published.