Press "Enter" to skip to content

ସରକାରଙ୍କ ବଡ଼ ଘୋଷଣା ପୁଣି ଥରେ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ School

ଏବେ ରାଜ୍ୟରେ ସମସ୍ତ ସ୍କୁଲମାନ ଛୁଟି ରହିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଆଉ ଏକ ବଡ ଘୋଷଣା ଆସିଛି । କୋଭିଡ ସ୍ଥିତି ସୁଧୁରିଲେ ଏଥର ଖରା ଛୁଟି ହେବ ବାତିଲ । ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶିକ୍ଷାଦାନ ଶେଷ କରିବା ସହ କିପରି ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶ କରାଯିବ । ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଡେମୀ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଥିଲା । ଶ୍ରେଣୀ ପାଠପଢା ବନ୍ଦ ରହିଥିବାରୁ ବିକଳ୍ପ ବ୍ୟବସ୍ଥାରେ ଶିକ୍ଷାଦାନ କରାଯାଉଛି ।

ସେଥିରେ ଯେପରି ପିଲାମାନେ ସଠିକ୍ ଶିକ୍ଷାଦାନ ପାଇପାରିବେ ସେଥିଲାଗି ମଧ୍ୟ ଗୁରୁତ୍ଵ ଦେବାକୁ ନିଷ୍ପତି ହୋଇଛି । ଚଳିତ ବର୍ଷ ଖରାଛୁଟିରେ ଛାତ୍ରଛାତ୍ରୀଙ୍କର ଡ଼ାଉଟ କ୍ଲିଅର ଲାଗି ଅନଲାଇନ୍ ଶିକ୍ଷାଦାନ ନଚେତ୍ ସ୍ଥିତି ସୁଧୁରିଲେ ଅଫଲାଇନରେ ଅତିରିକ୍ତ ପାଠପଢା କରିବାକୁ ବିଭାଗ ପକ୍ଷରୁ ନିଷ୍ପତି ହୋଇଛି ।

ଏନେଇ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ସବୁ ଜିଲ୍ଲାର ଡିଓ, ଏମଏସ ସଦସ୍ୟଙ୍କ ସହ ଓସେପା ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା ହେବ ବୋଲି ଜଣାପଡିଛି । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀ ସୂଚନା ଅନୁଯାୟୀ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୭ ହଜାର ୯୬୦ ଟି ସ୍କୁଲ ରହିଛି ।

ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୮ ଲକ୍ଷ ୭୨ ହଜାର ୮୭୦ ରହିଛି । ତେବେ ଆଗକୁ ନିର୍ବାଚନ ଲାଗି ରାଜ୍ୟରେ ଅନେକ ସ୍କୁଲର ଶିକ୍ଷକଙ୍କୁ ଅତିରିକ୍ତ ଭାବେ ନିୟୋଜିତ କରାଯିବାରୁ ଅନଲାଇନ୍ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ ।

ତେବେ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଶେଷ ହେବାପରେ ମେ ରୁ ଜୁନ ୧୫ ପର୍ଯ୍ୟନ୍ତ ଏକ୍ସଟ୍ରା କ୍ଲାସ କରାଯିବ । ତେବେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ରୋଷ୍ଟର ଡ୍ୟୁଟି ମଧ୍ୟରେ କ୍ଲାସ୍ ନେବେ । ଏହାଛଡା ଡାଉଟ କ୍ଲାସ୍ ଲାଗି କେଉଁ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାଧ୍ୟ କରାଯିବ ନାହିଁ । ସ୍ଥିତିରେ ସୁଧାର ଆସିଲେ ପିଲାମାନେ ଚାହିଁଲେ ଅତିରିକ୍ତ କ୍ଲାସ୍ କରିପାରିବେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Be First to Comment

Leave a Reply

Your email address will not be published.