Press "Enter" to skip to content

ଋଷି, ମହର୍ଷି, ବ୍ରହ୍ମର୍ଷି, ସାଧୁ, ସନ୍ଥ, ମୁନି ଓ ଯୋଗୀଙ୍କ ଭଳି ସିଦ୍ଧ ପୁରୁଷଙ୍କ ମଧ୍ୟରେ ରହିଥାଏ ଏହିସବୁ ପାର୍ଥକ୍ୟ ତାହା କଣ ଜାଣନ୍ତୁ

ହିନ୍ଦୁ ଧର୍ମରେ ପୌରାଣିକ କାଳରୁ ଋଷି ମହର୍ଷିଙ୍କ ବିଶେଷ ସ୍ଥାନ ରହିଆସିଛି। ପୁରାତନ ସମୟରେ ଏହି ଋଷି ମହର୍ଷିମାନେ ହିଁ ସମାଜର ପଥ ପ୍ରଦର୍ଶକ ଥିଲେ। ସେମାନେ ଏଭଳି କାର୍ଯ୍ୟ ସାଧନ କରିପାରୁଥିଲେ ଯାହା ସାଧାରଣ ମଣିଷ ପାଇଁ ଅସମ୍ଭବ। କିନ୍ତୁ ଆଜିକାଲିର ଭଣ୍ଡ ସନ୍ଥଙ୍କୁ ସିଦ୍ଧ ପୁରୁଷଙ୍କ ସହ ତୁଳନା କରାଯାଇପାରିବନାହିଁ। ତେବେ ଋଷି, ମହର୍ଷି, ମୁନି, ସାଧୁ ଓ ସନ୍ଥ ମଧ୍ୟରେ ପାର୍ଥକ୍ୟ ରହିଛି। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଯେଉଁ ସିଦ୍ଧ ପୁରୁଷ ବୈଦିକ ରଚନା କରୁଥିଲେ ତାଙ୍କୁ ଋଷି କୁହାଯାଉଥିଲା। ଋଷିଙ୍କ ଠାରେ କ୍ରୋଧ, ଲୋଭ, ମୋହ, ମାୟା, ହିଂସା ନଥିଲା। ସେମାନେ ନିଜ ଯୋଗ ବଳରେ ପରମାତ୍ମାଙ୍କୁ ପ୍ରାପ୍ତ ହେଇଥିଲେ।

ପୌରାଣିକ କାଳରେ ଯିଏ ଜ୍ଞାନ, ତପର ଉଚ୍ଚତମ ସୀମା ପ୍ରାପ୍ତ କରୁଥିଲେ ତାଙ୍କୁ ମହର୍ଷି କୁହାଯାଉଥିଲା। ମହର୍ଷିଙ୍କ ଉଚ୍ଚରେ କେବଳ ବ୍ରହ୍ମର୍ଷି ହିଁ ଥିଲେ। ମନୁଷ୍ୟର ଜ୍ଞାନ ଚକ୍ଷୁ ଜାଗ୍ରତ ହେଲେ ତାଙ୍କୁ ଋଷି, ଦିବ୍ୟ ଚକ୍ଷୁ ଜାଗ୍ରତ ହେଲେ ତାଙ୍କୁ ମହର୍ଷି ଏବଂ ପରମ ଚକ୍ଷୁ ଜାଗ୍ରତ ହେଲେ ତାଙ୍କୁ ବୃହର୍ଷି କୁହାଯାଉଥିଲା। ମହର୍ଷି ମୋହ ମାୟାରୁ ମୁକ୍ତ ହୋଇ ନିଜକୁ ପରମାତ୍ମାଙ୍କୁ ସମର୍ପଣ କରିଥାନ୍ତି। ଯେଉଁମାନେ ବହୁତ କମ୍ କଥାବାର୍ତ୍ତା କରି, ମୌନ ରହି, ବେଦ ଓ ଗ୍ରନ୍ଥର ଜ୍ଞାନ ଆହରଣ କରିଥାନ୍ତି ତାଙ୍କୁ ମୁନି କୁହାଯାଏ। ମୁନି ପୌରାଣିକ ରଚନାରେ ପାରଙ୍ଗମ ଥିଲେ ଏବଂ ନିଜ ଜ୍ଞାନ ଦ୍ଵାରା ସମାଜ କଲ୍ୟାଣ ପାଇଁ ରାସ୍ତା ଦେଖାଉଥିଲେ।

ସଂସ୍କୃତରେ କାମ, କ୍ରୋଧ, ଲୋଭ, ମୋହ, ମ-ଦ ତ୍ୟାଗ କରି ସାଧନା କରୁଥିବା ବ୍ୟକ୍ତିଙ୍କୁ ସାଧୁ କୁହାଯାଏ। ଜ୍ଞାନୀ ହେଉ କିମ୍ବା ମୂର୍ଖ ସମସ୍ତେ ସାଧୁ ହୋଇପାରିବେ। ସାଧନା ଦ୍ବାରା ସେ ସରଳ ଓ ସକାରାତ୍ମକ ହୋଇ ଲୋକଙ୍କ ସହାୟ ହୋଇଥାଏ। ସଂସ୍କୃତରେ ଶାନ୍ତ ସ୍ଵଭାବ, ସତ୍ୟ ଆଚରଣ, ଈଶ୍ୱର ସେବା, ଧର୍ମକର୍ମ କରିଥିବା ରହୁଥିବା ବ୍ୟକ୍ତିଙ୍କୁ ସନ୍ଥ କୁହାଯାଏ। ଭାଗବତ ଗୀତା ଅନୁସାରେ ଯେଉଁ ବ୍ୟକ୍ତି ମନ ସ୍ଥିର କରି, ଯୋଗ କରି, ନିଦରେ ମଧ୍ୟ ଜାଗ୍ରତ ରହିଥାଏ ତାଙ୍କୁ ଯୋଗୀ କୁହାଯାଏ। ଆଜିକାଲି ଯେଉଁ ଯୋଗାଚାର୍ଯ୍ୟ ଦେଖିବାକୁ ମିଳନ୍ତି ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଯୋଗୀ ବୋଲି ମାନିହେବ ନାହିଁ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ବାସ୍ତୁ ଶାସ୍ତ୍ରMore posts in ବାସ୍ତୁ ଶାସ୍ତ୍ର »

Be First to Comment

Leave a Reply

Your email address will not be published.