Press "Enter" to skip to content

Supreme Courtଙ୍କ ବଡ ରାୟ କରୋନା ଟୀକା ନେବାକୁ ବାଧ୍ୟ ନୁହଁନ୍ତି ଜନତା, କାହିଁକି ଏମିତି କହିଲେ ଜାଣନ୍ତୁ

କୋଭିଡ ଟୀକାକରଣକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ରାୟ । ନିଜର ଇଚ୍ଛା ନଥିଲେ ତାଙ୍କୁ ଜୋର ଜବରଦସ୍ତ ଦିଆ ଯିବନି କରୋନା ଟୀକା । ଏହି ସୂଚନା କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦିନକୁ ଦିନ ଭାରତରେ କୋଭିଡ ସ୍ଥିତି ଅସମ୍ଭାଳ ହେବାକୁ ବସିଲାଣି । ଦୈନିକ ସଂକ୍ରମଣର ଟ୍ରେଣ୍ଡ ୩ ଲକ୍ଷ ମୁହାଁ । ଏନେଇ କେନ୍ଦ୍ର ସରକାର ଟୀକାକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ସୁପ୍ରିମ କୋର୍ଟ କିନ୍ତୁ ବିପରୀତ କଥା କହିଛନ୍ତି । ଟୀକାକରଣ ବଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଖାଲି ଡେଲଟା ନୁହେଁ ବରଂ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ଦେଶ ଏବେ ଆତଙ୍କିତ ହୋଇପଡ଼ିଛି ।

ଏମିତିକି ଦେଶର ଅନେକ ସ୍ଥାନରେ ଏବେ ବୁଷ୍ଟର ଡୋଜ ଟୀକା ମଧ୍ୟ ଆରମ୍ଭ କରାଯାଉଛି । ଆଉ ଏହାରି ମଧ୍ୟରେ ସୁପ୍ରିମ କୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ କୌଣସି ବ୍ୟକ୍ତିର ଇଚ୍ଛା ବିରୋଧରେ ବା ବାଧ୍ୟତାମୂଳକ ଭାବେ ତାଙ୍କୁ ଟୀକା ଦିଆଯିବ ନାହିଁ । ଏମିତିକି ତାଙ୍କୁ କୌଣସି ପ୍ରକାରର ବାଧ୍ୟ କରାଯିବ ନାହିଁ ।

ନିକଟରେ ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଟୀକାକରଣର ପ୍ରମାଣ ପତ୍ର ବଧ୍ୟତାମୂଳକ କରାଯାଇଥିବାରୁ ଏଭାର ସମ୍ପର୍କରେ ସୁପ୍ରିମ କୋର୍ଟରେ ଏକ ପିଆଇଏଲ୍ ଫାଇଲ କରାଯାଇଥିଲା । ସେହି ଆବେଦନର ଭିନ୍ନକ୍ଷମମାନେ ଟୀକା କେନ୍ଦ୍ରକୁ ଯାଇ ଟୀକା ନେଇପାରୁ ନଥିବାରୁ ବିଭିନ୍ନ କ୍ଷେତ୍ରରେ ଜାରି କରାଯାଇଥିବା ପ୍ରତିବନ୍ଧକରେ ସମ୍ମୁଖୀନ ହେବାକୁ ପଡୁଛି ବୋଲି ଦର୍ଶାଯାଇଥିଲା ।

ଏହି ଆବେଦନରେ ଭିନ୍ନକ୍ଷମ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ ପାଇଁ ଘରକୁ ଘର ବୁଲି ସେମାନଙ୍କୁ ଟୀକାକରଣ କରିବାକୁ ଅନୁରୋଧ କରାଯାଇଥିଲା । ତେବେ ଏନେଇ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ କୋଭିଡ ଟିକାକରଣକୁ ନେଇ କୌଣସି ଇସୋପି ଜାରି କରାଯାଇ ନାହିଁ ।

ଯେ କୌଣସି କ୍ଷେତ୍ର ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରମାଣପତ୍ର ଦାଖଲ କରିବା ଜରୁରୀ ନୁହେଁ । ତେବେ ସରକାର ସମସ୍ତଙ୍କୁ ଟୀକାକରଣ ପାଇଁ ଡୋର ଟୁ ଡୋର ଅଭିଯାନ ଉଦ୍ୟମ କରିବେ । ସେଥିପାଇଁ ସମସ୍ତେ ସାମିଲ୍ ହେବାକୁ ଆହ୍ବାନ କରାଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.