୨୦୧୭ରେ ପଞ୍ଚାୟତ ନିର୍ବାଚନରେ ୧୦ ଗୁଣା ଅଧିକ ସଫଳତା ପାଇଥିବା ତଥା ଓଡ଼ିଶାବାସୀଙ୍କ ଅକୁଣ୍ଠ ସମର୍ଥନ ପାଇ ପାଖାପାଖି ୩୦୦ ଜିଲ୍ଲା ପରିଷଦ ଆସନ ହାତେଇବା ପରେ ମୁଖ୍ୟ ବିରୋଧୀ ଦଳଭାବେ ବିବେଚିତ ହୋଇଥିବା ବିଜେପିର ପ୍ରଚାର ମଙ୍ଗ କିଏ ଧରିବ। ଦଳର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ୟୁପିର ପ୍ରଭାରୀ ପଦ ପାଇଁ ସେଠାରେ ମନ ନିବେଶ କରିଛନ୍ତି। ତେଣୁ ସ୍ଵାଭାବିକ ଭାବେ ସେ ଆଉ ଓଡ଼ିଶା ରାଜନୀତିରେ ମୁଣ୍ଡ ପୁରାଉନଥିବା କୁହାଯାଉଛି। ହେଲେ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିରେ ପଞ୍ଚାୟତ ରଣନୀତି କିଏ କରିବ ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା।
ଓଡ଼ିଶା ବିଜେପିର ବଡ଼ ଚେହେରା ଧର୍ମେନ୍ଦ୍ର ପ୍ରଧାନ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ସବୁଠି ସାମ୍ନାରେ ରହି କରୁଥିଲେ ଗୋଟି ଚାଳନା। କିନ୍ତୁ ଏବେ ତାଙ୍କର ଭିନ୍ନ ଆଭିମୁଖ୍ୟ ବିଜେପି କ୍ୟାମ୍ପ ଓ ରାଜନୈତିକ ସମୀକ୍ଷକଙ୍କୁ ଦ୍ଵନ୍ଦ ଭିତରକୁ ଠେଲି ଦେଇଛି। କୁହାଯାଉଛି ଯେ ଦଳୀୟ ସ୍ତରରେ ଚାଲିଥିବା ଶୀତଳ ଯୁଦ୍ଧ ଚାଲିଥିବା ଯୋଗୁଁ ଧର୍ମେନ୍ଦ୍ର ରାଜ୍ୟ ରାଜନୀତିରୁ ନିଜକୁ ଦୂରେଇ ରଖୁଛନ୍ତି। ସେହିପରି ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ବିଶ୍ଵେଶ୍ୱର ଟୁଡୁଙ୍କ ଭୂମିକାକୁ ନେଇ ସମୀକ୍ଷା ଆରମ୍ଭ ହୋଇଛି।
ମୟୂରଭଞ୍ଜରେ ଟୁଡୁଙ୍କ ପ୍ରଭାବ ବିସ୍ତାର କରୁଥିବା ଦେଖିବାକୁ ମିଳିନଥିବା ବେଳେ ଅଶ୍ଵିନୀ ରାଜନୀତିକ ଆଭିମୁଖ୍ୟ ରଖି ବୟାନ ଦେବେ କି ନାହିଁ ତାକୁ ନେଇ ମଧ୍ୟ ସଙ୍କା ରହିଛି। ସେଥିପାଇଁ ବିଜେପି ସାମ୍ନାରେ ପଞ୍ଚାୟତ ନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ। ପଞ୍ଚାୟତ ପରିଚାଳନା ପାଇଁ ବିଜେପି ଗଠନ କରିଥିବା କମିଟିରେ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ସୁରେଶ୍ ପୂଜାରୀଙ୍କ ଭଳି ନେତାଙ୍କ ନାମ ନାହିଁ। ବିଜେପି କହିଛିି ସରକାରଙ୍କ ବିଫଳତା ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥାକୁ ନେଇ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment