Press "Enter" to skip to content

Special Report Bank ସେବା ଆଜିଠୁ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ

ବର୍ତ୍ତମାନ ସମୟରେ ଦେଶର ସମସ୍ତ ଲୋକ ବ୍ୟାଙ୍କ୍ ମାଧ୍ୟମରେ ଟଙ୍କା କାରବାର କରୁଛନ୍ତି । ହେଲେ ବ୍ୟାଙ୍କ୍ ସହ ଜଡ଼ିତ ଏକ ବଡ ଖବର ସାମ୍ନାକୁ ଆସିଛି । ବ୍ୟାଙ୍କ୍ କାରବାର କରୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ତେବେ ରିପୋର୍ଟ ଅନୁସାରେ ଆଜି ଜାନୁଆରୀ ୧୮ ତାରିଖରୁ ୬ ଦିନ ଯାଏ ବ୍ୟାଙ୍କ୍ ବନ୍ଦ ରହିବ । ତେବେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ୱେବସାଇଟରେ ସୂଚନା ଦେଇଛି । ତେବେ ଜାଣିରଖନ୍ତୁ ଦେଶର କେଉଁ ସ୍ଥାନ ମାନଙ୍କରେ କେବେ ଓ କାହିଁକି ବ୍ୟାଙ୍କ୍ ବନ୍ଦ ରହିବ ।

ତେବେ ଏହି ଛୁଟିଦିନ ଗୁଡ଼ିକ ଦେଶର ସବୁ ରାଜ୍ୟ ମାନଙ୍କରେ ଲାଗୁ ହେବ ନାହିଁ । ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନରେ ବ୍ୟାଙ୍କ୍ ଗୁଡ଼ିକ ବନ୍ଦ ରହିବ । କେବଳ ଗଣତନ୍ତ୍ର ଦିବସ, ରବିବାର, ଏବଂ ଚତୁର୍ଥ ଶନିବାର ସାରା ଦେଶରେ ବ୍ୟାଙ୍କ୍ ଛୁଟି ରହିବ । ତେବେ ଆରବିଆଇ ତରଫରୁ କେଉଁ ସବୁ ରାଜ୍ୟରେ ବ୍ୟାଙ୍କ୍ ସେବା ବନ୍ଦ ରହିବ ସୂଚନା ଦିଆଯାଇଛି ।

ଆରବିଆଇ ଜାରି କରିଥିବା ସୂଚନା ଅନୁସାରେ ୧୮ ତାରିଖ ମଙ୍ଗଳବାର ଥାଇ ପୋଷମ ପଡୁଥିବାରୁ ଏହିଦିନ କେବଳ ଚେନ୍ନାଇରେ ବ୍ୟାଙ୍କ୍ ବନ୍ଦ ରହିବ । ସେହିପରି ୨୨ ତାରିଖ ମାସର ଚତୁର୍ଥ ଶନିବାର ପଡୁଥିବାରୁ ସେଦିନ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ ।

ଜାନୁଆରୀ ୨୩ ତାରିଖ ରବିବାର ପାଇଁ ବ୍ୟାଙ୍କ୍ ବନ୍ଦ ରହିବ । ଏବଂ ଜାନୁଆରୀ ୨୫ ତାରିଖ ମଙ୍ଗଳବାର ହିମାଚଳ ପ୍ରଦେଶରେ ରାଜ୍ୟ ସ୍ଥାପନ ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୬ ଜାନୁଆରୀ ବୁଧବାର ଗଣତନ୍ତ୍ର ଦିବସ ହୋଇଥିବାରୁ ପୁରା ଦେଶରେ ବ୍ୟାଙ୍କ୍ ଛୁଟି ରହିବ ।

କେବଳ ମଣିପୁରର ଇମ୍ଫାଲ, ଜୟପୁର, ଶ୍ରୀନଗର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଖୋଲ, ଏବଂ ତ୍ରିପୁରାର ଅଗରତାଲାକୁ ଛାଡିକରି ସମସ୍ତ ଅଞ୍ଚଳର ବ୍ୟାଙ୍କ୍ ବନ୍ଦ ରହିବ । ଏହାସହିତ ଜାନୁଆରୀ ୩୦ ତାରିଖ ରବିବାର ପାଇଁ ବ୍ୟାଙ୍କ୍ ବନ୍ଦ ରହିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.