Press "Enter" to skip to content

Shocking News ଅଜଗର ସାପକୁ ଗିଳି ଦେଲା ଅହିରାଜ ସାପ ଦେଖନ୍ତୁ video

୪ ଫୁଟର ଅଜଗର ସାପକୁ ଗିଳି ଦେଲା ୧୧ ଫୁଟର ଅହିରାଜ ସାପ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କରଡପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୋମବାର ଦିନ ଏହି ୧୧ ଫୁଟ ଲମ୍ବର ଅହିରାଜ ସାପଟି ଅଜଗର ସାପକୁ ଗିଲିଦେଇ କରଡପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା ।

ପରିବାର ଲୋକେ ଘର ଭିତରେ ଏତେ ବଡ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ । ଆଉ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଏବଂ ସାପ ଧରାଳି ଘଟଣା ସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଘର ଭିତରୁ ଉଦ୍ଧାର କରିଛନ୍ତି । କିନ୍ତୁ ଉଦ୍ଧାର କରିବା ପରେ ପୂର୍ବରୁ ଗିଳିଥିବା ଅଜଗର ସାପଟିକୁ ଅହିରାଜ ବାହାର କରି ଦେଇଥିଲା ।

ସେତେବେଳକୁ ଅଜଗର ସାପଟି ମରି ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅହିରାଜ ସାପଟିକୁ ଟିକରପଡ଼ା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ତେବେ ଅଳ୍ପ ସମୟର ବ୍ୟବଧାନ ପରେ ଟିକରପଡ଼ା ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.